ନିର୍ଭୟା: ସରିଲା ଡମି ଫାଶୀ ଓ ଦୋଷୀଙ୍କ ବେକ ମପା

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇବାକୁ ଥିବା ୪ ଜଣଙ୍କର ଡମି ଫାଶୀ ଦେଇଛନ୍ତି ତିହାର ଜେଲ୍‌ କର୍ତ୍ତୃପକ୍ଷ। କର୍ତ୍ତୃପକ୍ଷ ଦଉଡ଼ିର କ୍ଷମତା ପରୀକ୍ଷା କରିବା ପାଇଁ ସମାନ ଓଜନର ବସ୍ତା ବ୍ୟବହାର କରିଥିଲେ। ଏହି ଦଉଡ଼ି ହିଁ ଜାନୁଆରୀ ୨୨ରେ ବ୍ୟବହାର ହେବ। ବିଶେଷଜ୍ଞଙ୍କ ଏହି ପରୀକ୍ଷାକୁ ସଫଲ ଘୋଷଣା କରିବା ପରେ ଦଉଡ଼ିଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପ୍ରକୃତ ଫାଶୀ ଯାଏ ଏହା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦାୟିତ୍ୱର ସହ […]

Nirvaya

Subrat Kumar Nayak
  • Published: Monday, 13 January 2020
  • , Updated: 13 January 2020, 05:34 PM IST

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇବାକୁ ଥିବା ୪ ଜଣଙ୍କର ଡମି ଫାଶୀ ଦେଇଛନ୍ତି ତିହାର ଜେଲ୍‌ କର୍ତ୍ତୃପକ୍ଷ। କର୍ତ୍ତୃପକ୍ଷ ଦଉଡ଼ିର କ୍ଷମତା ପରୀକ୍ଷା କରିବା ପାଇଁ ସମାନ ଓଜନର ବସ୍ତା ବ୍ୟବହାର କରିଥିଲେ। ଏହି ଦଉଡ଼ି ହିଁ ଜାନୁଆରୀ ୨୨ରେ ବ୍ୟବହାର ହେବ।

ବିଶେଷଜ୍ଞଙ୍କ ଏହି ପରୀକ୍ଷାକୁ ସଫଲ ଘୋଷଣା କରିବା ପରେ ଦଉଡ଼ିଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପ୍ରକୃତ ଫାଶୀ ଯାଏ ଏହା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦାୟିତ୍ୱର ସହ ରହିବ। ଡାକ୍ତର ବର୍ତ୍ତମାନ ସେମାନଙ୍କର ଉଭୟ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସେମାନଙ୍କୁ ଆବଶ୍ୟକ ଅନୁଯାୟୀ ଓଜନ ରଖିବାକୁ ହେବ।

ଏହି ଡମି ହ୍ୟାଙ୍ଗିଙ୍ଗ ପାଇଁ ବସ୍ତାରେ ସମାନ ଓଜନର ବାଲି ଓ ବଜୁରୀ ରଖାଯାଇଥିଲା। ଏସବୁକୁ ଦଉଡ଼ି ସାହାଯ୍ୟରେ ଝୁଲା ଯାଇଥିଲେ। ଏହାପରେ ୩ ଘଣ୍ଟା ପାଇଁ ଛାଡ଼ିଦିଆଯାଇଥିଲା। ଏହାପରେ ବିଶେଷଜ୍ଞମାନେ ଦଉଡ଼ି ପରୀକ୍ଷା କରିଥିଲେ। ତିହାର ଜେଲ୍‌ ଏହା ପୂର୍ବରୁ ବକ୍ସାର ଜେଲରୁ ଏକ ଡଜନ ‘ମାନିଲା’ ଫାଶୀ ଦଉଡ଼ି ମଗାଯାଇଥିଲା। ଏଥିସହ ଦୋଷୀଙ୍କ ବେକର ମାପ ମଧ୍ୟ କରାଯାଇଥିଲା। ମାପ ଅନୁଯାୟୀ ହ୍ୟାଙ୍ଗମ୍ୟାନ୍‌ ଫାଶୀ ପ୍ରସ୍ତୁତ କରିବ।

ଦୋଷୀଙ୍କ ମଧ୍ୟରୁ ମୁକେଶର ପରିବାର ତା’କୁ ଜେଲରେ ଭେଟିବାକୁ ଅନୁମତି ଦେଇଛନ୍ତି। ଫାଶୀ ରାୟ ଆସିବାପରେ ସେ ଅଜବ ବ୍ୟବହାର କରୁଥିବାରୁ ଶୁକ୍ରବାର ତା’ର ପରିବାର ମୁକେଶକୁ ଭେଟିବେ। ଅନ୍ୟମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ଭେଟିବାକୁ ଦିଆଯିବ। ଏଥିପାଇଁ ଆଗକୁ ସୂଚନା ଦିଆଯିବ। ଏହି ଅବସରରେ ଜେଲ ସୁପରିଟେଣ୍ଡେଣ୍ଟ ଙ୍କ ସାମନାରେ ଏକ ଇଛାପତ୍ର ରେକର୍ଡ କରାଯିବ।

Related story