ଡକାୟତି ମାମଲାରେ ଗିରଫ ହେଲା 'ଟିକ୍‌ଟକ୍‌' ଷ୍ଟାର୍

ମୁମ୍ବାଇ: ଏକ ଡକାୟତି ମାମଲାରେ ସମ୍ପୃକ୍ତି ଥିବା ସନ୍ଦେହରେ ଏପରି ଜଣେ ଟିକ୍‌ଟକ୍‌ ଷ୍ଟାରଙ୍କୁ ଗିରଫ କରାଯାଇଛି ଯାହାର ୯ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋୟର୍ସ ଅଛନ୍ତି। ଅଭିମନ୍ୟୁ ଗୁପ୍ତା ନାମକ ଏହି ଯୁବକ ନାମରେ ଆଗରୁ ୪ରୁ ୫ଟି ମାମଲା ରହିଥିଲା। ଏକ ବୃଦ୍ଧ ଦମ୍ପତି ପୂର୍ବରୁ ଅଭିଯୋଗ କରିଥିଲେ ଯେ କେହି ଜଣେ ତାଙ୍କ ଘରୁ ୧୫୦ ଗ୍ରାମ୍‌ର ସୁନା ଏବଂ ୪.୫୭ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଫୋନ ନେଇଯାଇଛି। ମୁମ୍ବାଇ ପୁଲିସ୍‌ ସିସିଟିଭି […]

tiktok

tiktok

Subrat Kumar Nayak
  • Published: Saturday, 08 June 2019
  • , Updated: 08 June 2019, 09:07 PM IST

ମୁମ୍ବାଇ: ଏକ ଡକାୟତି ମାମଲାରେ ସମ୍ପୃକ୍ତି ଥିବା ସନ୍ଦେହରେ ଏପରି ଜଣେ ଟିକ୍‌ଟକ୍‌ ଷ୍ଟାରଙ୍କୁ ଗିରଫ କରାଯାଇଛି ଯାହାର ୯ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋୟର୍ସ ଅଛନ୍ତି। ଅଭିମନ୍ୟୁ ଗୁପ୍ତା ନାମକ ଏହି ଯୁବକ ନାମରେ ଆଗରୁ ୪ରୁ ୫ଟି ମାମଲା ରହିଥିଲା। ଏକ ବୃଦ୍ଧ ଦମ୍ପତି ପୂର୍ବରୁ ଅଭିଯୋଗ କରିଥିଲେ ଯେ କେହି ଜଣେ ତାଙ୍କ ଘରୁ ୧୫୦ ଗ୍ରାମ୍‌ର ସୁନା ଏବଂ ୪.୫୭ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଫୋନ ନେଇଯାଇଛି।

ମୁମ୍ବାଇ ପୁଲିସ୍‌ ସିସିଟିଭି ଫୁଟେଜ ଦେଖିବା ବେଳେ ସେଥିରେ ଅଭିମନ୍ୟୁ ହିଁ ନଜର ଆସିଥିଲା। ତଦନ୍ତ ପରେ ତାଙ୍କୁ ପୁଲିସ୍‌ ହାଜତକୁ ନିଆଯାଇଥିଲା। ଏହାପରେ ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତଦନ୍ତ ସମୟରେ ଏହି ସିସିଟିଭି ଫୁଟେଜକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। ଫଳରେ ଅଭିମନ୍ୟୁ ଧରାପଡ଼ିଥିଲା।

ପ୍ରଥମେ ତା’ଠାରୁ କିଛି ମଧ୍ୟ ଚୋରି ଜିନିଷ ମିଳିନଥିଲା। କିନ୍ତୁ କିଛି ଦିନର ପଚରାଉଚରା ପରେ ସେ ଏହି ଜିନିଷ ସବୁ ତା'ର କେହି ଜଣେ ସାଙ୍ଗକୁ ଦେଇଥିବା କହିଥିଲା। ଏସବୁ ସେ ତା’ ସ୍ତ୍ରୀର ବୋଲି କହି ସାଙ୍ଗକୁ ରଖିବାକୁ ଦେଇଥିଲା।

Related story