ଇସଲାମାବାଦ: ଲୋକପ୍ରିୟ ଭିଡିଓ ଶେୟାରିଂ ଆପ ଟିକଟକ ପୁଣିଥରେ ପାକିସ୍ତାନକୁ କମବ୍ୟାକ କରିଛି। ୧୦ ଦିନ ତଳେ ପାକିସ୍ତାନ ସରକାର ଅଶ୍ଳୀଳ କଣ୍ଟେଣ୍ଟକୁ ରୋକିବାରେ ଟିକଟକ ବିଫଳ ହେଉଥିବା ଅଭିଯୋଗ କରିଥିଲେ। ଏଥିପାଇଁ ଦେଶରେ ଟିକଟକୁ ବ୍ୟାନ କରାଯାଇଥିଲା। ହେଲେ ୧୦ ଦିନ ପରେ ଏହି ଭିଡିଓ ଶେୟାରିଂ ଆପ ପୁଣିଥରେ ପାକିସ୍ତାନରେ ଚାଲୁ ହୋଇଛି।
ସୂଚନା ଅନୁସାରେ, ଅଶ୍ଳୀଳ କଣ୍ଟେଣ୍ଟ ଟିକଟକରେ ପ୍ରମୋଟ କରାଯାଉଥିବାରୁ ଦେଶର ଅଧିକାଂଶ ସଂଗଠନ ଏହାକୁ ବିରୋଧ କରିଥିଲେ। ସରକାରଙ୍କ ଉପରେ ଚାପ ବଢ଼ିବାରୁ ଇମ୍ରାନ ଖାନ ସରକାର ଏହାକୁ ବ୍ୟାନ୍ କରିଥିଲେ। ବ୍ୟାନ୍ ଯୋଗୁ ଏହି ଚାଇନିଜ୍ କମ୍ପାନୀର ଅନେକ କ୍ଷତି ହୋଇଥିଲା। ଶେଷରେ ଚାଇନା ଚାପରେ ଇମ୍ରାନ ସରକାର ବ୍ୟାନ୍ ଆଦେଶକୁ ହଟାଇ ଦେଇଥିବା କୁହାଯାଉଛି।
ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ଟିକଟକକୁ ଜାତୀୟ ସୁରକ୍ଷା ଦୃଷ୍ଟିରୁ ବ୍ୟାନ କରିଥିଲେ। ଏହାପରେ ଆମେରିକା ଭଳି ଏକାଧିକ ଦେଶ ଟିକଟକର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ। ଏସବୁ ଭିତରେ ପାକିସ୍ତାନ ଏହାକୁ ବ୍ୟାନ କରିବାରୁ ଚାଇନିଜ ଆପର ଚିନ୍ତା ବଢ଼ିଥିଲା।