‘ଟାଇମ୍’ ପତ୍ରିକାରେ ମୋଦିଙ୍କୁ ନେଇ ବିବାଦୀୟ ଶୀର୍ଷକ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆମେରିକୀୟ ପତ୍ରିକା ‘ଟାଇମ୍’ର କଭର ଷ୍ଟୋରୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ତେବେ ଏହାର ଶୀର୍ଷକ ବର୍ତ୍ତମାନ ବିବାଦ ଘେରକୁ ଆସିଛି। ଏଥିରେ ଗେରୁଆ ଉତ୍ତରୀୟ ପିନ୍ଧିଥିବା ମୋଦିଙ୍କର ଏକ ଚିତ୍ର ରହିଛି ଏବଂ ତାଙ୍କୁ ‘ଇଣ୍ଡିଆସ୍‌ ଡିଭାଇଡର ଇନ୍‌ ଚିଫ୍‌’ (ବିଭାଜନକାରୀ) ଆଖ୍ୟା ଦିଆଯାଇଛି। ଏଥରେ ଆହୁରି ମଧ୍ୟ ଲେଖାଯାଇଛି, ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର କ’ଣ ଆହୁରି ୫ ବର୍ଷ ମୋଦି ସରକାରଙ୍କ ଯନ୍ତ୍ରଣା ସହ୍ୟ କରିପାରିବ? […]

time

Subrat Kumar Nayak
  • Published: Friday, 10 May 2019
  • , Updated: 10 May 2019, 05:23 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆମେରିକୀୟ ପତ୍ରିକା ‘ଟାଇମ୍’ର କଭର ଷ୍ଟୋରୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ତେବେ ଏହାର ଶୀର୍ଷକ ବର୍ତ୍ତମାନ ବିବାଦ ଘେରକୁ ଆସିଛି। ଏଥିରେ ଗେରୁଆ ଉତ୍ତରୀୟ ପିନ୍ଧିଥିବା ମୋଦିଙ୍କର ଏକ ଚିତ୍ର ରହିଛି ଏବଂ ତାଙ୍କୁ ‘ଇଣ୍ଡିଆସ୍‌ ଡିଭାଇଡର ଇନ୍‌ ଚିଫ୍‌’ (ବିଭାଜନକାରୀ) ଆଖ୍ୟା ଦିଆଯାଇଛି। ଏଥରେ ଆହୁରି ମଧ୍ୟ ଲେଖାଯାଇଛି, ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର କ’ଣ ଆହୁରି ୫ ବର୍ଷ ମୋଦି ସରକାରଙ୍କ ଯନ୍ତ୍ରଣା ସହ୍ୟ କରିପାରିବ?

ବ୍ରିଟିଶ ସାମ୍ବାଦିକ ଆତୀଶ ତସୀର ଏହି ଲେଖାର ଆରମ୍ଭରୁ ଲେଖିଛନ୍ତି, ଯେଉଁସବୁ ଗଣତାନ୍ତ୍ରିକ ରାଷ୍ଟ୍ର ‘ଭୋଟ୍‌ ପାଇଁ ପ୍ରଲୋଭନ’ ସ୍ତରକୁ ଖସିଆସିଛନ୍ତି, ସେଥିରେ ଭାରତ ପ୍ରଥମ ଥିଲା। ସେ ଉଲ୍ଲେଖ କରିଛନ୍ତି ମୋଦି ସରକାରରେ ସଂଖ୍ୟାଲଘୁ ଯେପରିକି ଦଳିତ, ମୁସଲିମ୍‌ ଏବଂ ଖ୍ରୀଷ୍ଟିଆନ୍‌ ମାନେ କୁଆଡ଼େ ଆକ୍ରମଣର ଶିକାର ହେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୋଦି ଆର୍ଥିକ ପ୍ରଗତି ବାସ୍ତବ ରୂପ ନେଇନଥିବାବେଳେ ସେ ବିଷାକ୍ତ ଧାର୍ମିକ ରାଷ୍ଟ୍ରବାଦ ର ପରିବେଶ ସୃଷ୍ଟି କରାଇବାରେ ସଫଳ ହୋଇଛନ୍ତି।

ସେ ଲେଖିଛନ୍ତି, ମୋଦି ଭାଗ୍ୟବାନ କାରଣ ଭାରତରେ ବିରୋଧୀ ଦଳ ବହୁତ ଦୁର୍ବଳ ସ୍ଥିତିରେ ଅଛନ୍ତି। କଂଗ୍ରେସ ନେତୃତ୍ୱରେ ବିଭିନ୍ନ ଦଳଙ୍କ ମେଣ୍ଟର କିଛି ଏଜେଣ୍ଡା ନାହିଁ। ଉଦ୍ଦେଶ୍ୟ କେବଳ ଗୋଟିଏ- ମୋଦିଙ୍କୁ ହରାଇବୁ। ଦୂରଦୃଷ୍ଟି ନଥିବାରୁ ଏହି ଫର୍ମୁଲା କାମ କରିବନି ବୋଲି ସେ ଲେଖିଛନ୍ତି।

ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୧୨ରେ ‘ଟାଇମ୍’ରେ ସ୍ଥାନ ପାଇଥିଲେ। ୨୦୧୪ରେ ବିଜେପିର ବୃହତ ବିଜୟ ସହ ମୋଦି ପ୍ରଧାନମନ୍ତ୍ରୀ ହେବାପରେ ୨୦୧୫ରେ ତାଙ୍କର ଏକ ସାକ୍ଷାତକାର ‘ଟାଇମ୍’ ପତ୍ରିକାରେ ସ୍ଥାନ ପାଇଥିଲା।

ସୂଚନାଯୋଗ୍ୟ ଯେ, ଭାରତ ବାବଦରେ ପୂର୍ବରୁ ଅନେକ ଚର୍ଚ୍ଚିତ ଲେଖା ଲେଖିଥିବା ଆତୀଶଙ୍କ ମା’ ଜଣେ ଭାରତୀୟ ସାମ୍ବାଦିକ ତବ୍‌ଲୀନ ସିଂହ ଏବଂ ବାପା ଜଣେ ପାକିସ୍ତାନୀ ରାଜନୀତିକ ବ୍ୟକ୍ତି ସଲମାନ ତସୀର। ତବ୍‌ଲୀନ୍‌ଙ୍କୁ ଭେଟିବା ପୂର୍ବରୁ ବିବାହ କରିସାରିଥିବା ସଲମାନ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ଜୀବନୀର ଲେଖକ ଏବଂ ଏହାର ପ୍ରଚାର ପାଇଁ ସେ ଥରେ ଦିଲ୍ଲୀ ଆସିଥିବାବେଳେ ଉଭୟଙ୍କର ଭେଟ ହୋଇଥିଲା। ସଲମାନ ପାକିସ୍ତାନ ପଞ୍ଜାବ ପ୍ରଦେଶର ରାଜ୍ୟପାଳ ଦାୟିତ୍ୱ ତୁଲାଇଛନ୍ତି ଏବଂ ତାଙ୍କୁ ରାଜନୀତିକ କାରଣରୁ ହତ୍ୟା କରାଯାଇଥିଲା। ତବ୍‌ଲୀନ୍‌ ପରେ ଅଜିତ ଗୁଲାବ୍‌ଚାନ୍ଦ ନାମକ ଜଣେ ବ୍ୟବସାୟୀଙ୍କ ସହ ବେଶ୍‌ କିଛି ବର୍ଷ ରିଲେସନ୍‌ଶିପ୍‌ରେ ଥିବା ସ୍ୱୀକାର କରିଥିଲେ।

Related story