ଦିଲ୍ଲୀରେ ପୁଣିଥରେ କେଜ୍ରି ସରକାର: ଟାଇମ୍ସ ନାଓ ସର୍ଭେ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ କେଜ୍ରିଓ୍ୱାଲ ସରକାର ଆସିପାରେ। ଟାଇମ୍ସ ନାଓ-ଆଇପିଏସଓଏସ ଓପିନିଅନ ପୋଲ ଅନୁସାରେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଜବରଦସ୍ତ ପ୍ରଦର୍ଶନ କରିବ। ହେଲେ ୨୦୧୫ ତୁଳନାରେ ଆସନ ସଂଖ୍ୟା କମିବ। ସେହିପରି ବିଜେପି ୨୦୧୫ ତୁଳନାରେ ଟିକିଏ ଅଧିକ ଆସନ ଜିତିବାର ସମ୍ଭାବନା ରହିଛି। ହେଲେ ସରକାର ଗଢ଼ିବା ଅସମ୍ଭବ। ସେହିପରି ଦିଲ୍ଲୀରେ ମୂଳପୋଛ ହୋଇଥିବା କଂଗ୍ରେସ ଖାତ ଖୋଲିବ ବୋଲି ଆକଳନ କରିଛି ଏହି ସର୍ଭେ ସଂସ୍ଥା। ଦିଲ୍ଲୀରେ ଫେବୃଆରୀ ୮ରେ ଭୋଟ […]

modi kejriwal election

modi kejriwal election

Subhransu Sekhar
  • Published: Tuesday, 04 February 2020
  • Updated: 04 February 2020, 03:27 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ କେଜ୍ରିଓ୍ୱାଲ ସରକାର ଆସିପାରେ। ଟାଇମ୍ସ ନାଓ-ଆଇପିଏସଓଏସ ଓପିନିଅନ ପୋଲ ଅନୁସାରେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଜବରଦସ୍ତ ପ୍ରଦର୍ଶନ କରିବ। ହେଲେ ୨୦୧୫ ତୁଳନାରେ ଆସନ ସଂଖ୍ୟା କମିବ। ସେହିପରି ବିଜେପି ୨୦୧୫ ତୁଳନାରେ ଟିକିଏ ଅଧିକ ଆସନ ଜିତିବାର ସମ୍ଭାବନା ରହିଛି। ହେଲେ ସରକାର ଗଢ଼ିବା ଅସମ୍ଭବ। ସେହିପରି ଦିଲ୍ଲୀରେ ମୂଳପୋଛ ହୋଇଥିବା କଂଗ୍ରେସ ଖାତ ଖୋଲିବ ବୋଲି ଆକଳନ କରିଛି ଏହି ସର୍ଭେ ସଂସ୍ଥା। ଦିଲ୍ଲୀରେ ଫେବୃଆରୀ ୮ରେ ଭୋଟ ପଡ଼ିବାକୁ ଥିବା ବେଳେ ୧୧ରେ ଗଣତି ରହିଛି।

ମୋଟ ୭୦ ବିଧାନସଭା ଆସନରୁ ଆପକୁ ୫୪-୬୦ ଆସନ, ବିଜେପିକୁ ୧୦-୧୪ ଆସନ ଏବଂ କଂଗ୍ରେସକୁ ୨ଟି ଆସନ ମିଳିବ ବୋଲି ଟାଇମ୍ସ ନାଓ ଟିଭି ଚାନେଲ ପକ୍ଷରୁ ହୋଇଥିବା ସର୍ଭେ ସଂସ୍ଥାରୁ ଜଣାପଡ଼ିଛି।

୨୦୧୫ରେ କିନ୍ତୁ ଦିଲ୍ଲୀରେ ଆପ୍ ୬୭ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ମାତ୍ର ୩ଟି ଆସନରେ ବିଜୟୀ ହୋଇଥିଲା। ସେହିପରି କଂଗ୍ରେସର ସମସ୍ତ ପ୍ରାର୍ଥୀ ପରାଜିତ ହୋଇଥିଲେ। ଟାଇମ୍ସ ନାଓ-ଆଇପିଓଏସ ଏହି ସର୍ଭେ ୭,୩୨୧ ଲୋକଙ୍କୁ ନେଇ କରିଛି। ଯେଉଁଥିରେ ଦିଲ୍ଲୀର ବିଭିନ୍ନ ବର୍ଗର ଲୋକ ରହିଛନ୍ତି। ୨୭ ଜାନୁଆରୀରୁ ୧ ଫେବୃଆରୀ ମଧ୍ୟରେ ଏହି ସର୍ଭେ ହୋଇଥିଲା।

ଏହି ସର୍ଭେ ସମୟରେ ଯଦି ଏବେ ଲୋକସଭା ହୁଏ ତାହେଲେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ନରେନ୍ଦ୍ର ମୋଦି ଏବେ ବି ଦିଲ୍ଲୀବାସୀଙ୍କର ପସନ୍ଦ ରହିଛନ୍ତି। ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ୭୫ ପ୍ରତିଶତ ଲୋକ ପସନ୍ଦ କରୁଥିବା ବେଳେ ରାହୁଲ ଗାନ୍ଧିଙ୍କୁ ୮ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଗ୍ରହଣ କରିଛନ୍ତି। ଲୋକସଭା ନିର୍ବାଚନ ହେଲେ ବିଜେପିକୁ ୪୬ ପ୍ରତିଶତ, ଆପକୁ ୩୮ ପ୍ରତିଶତ ଭୋଟ ମିଳିବ ବୋଲି ସର୍ଭେରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୧୪ ପରି ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦିଲ୍ଲୀର ମୋଟ ୭ ଲୋକସଭା ଆସନରେ ବିଜୟୀ ହୋଇଛି।

ସେହିପରି ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀର ଶାହୀନବାଗରେ ମୋଦି ସରକାର ବିରୋଧରେ ଆନ୍ଦୋଳନ ହେଉଛି। ହେଲେ ଏହି ଆନ୍ଦୋଳନ ଦିଲ୍ଲୀବାସୀଙ୍କ ମନରେ ମୋଦି ସରକାର ପ୍ରତି ନକରାତ୍ମକ ଭାବ ସୃଷ୍ଟି କରିବାରେ ବିଫଳ ହୋଇଛି। ସିଏଏକୁ ନେଇ ମୋଦି ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ୭୧ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି। ଶାହୀନବାଗରେ ଚାଲିଥିବା ଆନ୍ଦୋଳନ ବିରୋଧରେ ୫୨ ପ୍ରତିଶତ ଲୋକ ମତ ରଖିଥିବା ବେଳେ ୨୫ ପ୍ରତିଶତ ଲୋକ ଆନ୍ଦୋଳନକାରୀଙ୍କୁ ସମର୍ଥନ କରିଛନ୍ତି। ବାକି ୨୪ ପ୍ରତିଶତ ଲୋକ କୌଣସି ମତାମତ ରଖିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story