ସୀତାରମଣଙ୍କୁ ‘କଳା ନାଗୁଣୀ’ ସହ ତୁଳନା କଲେ ଟିଏମସି ସାଂସଦ

କୋଲକାତା: ପଶ୍ଚିମବଙ୍ଗରେ ମମତା ସରକାର ଏବଂ କେନ୍ଦ୍ରରେ ମୋଦି ସରକାରଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ଦୁଇ ଶାସକ ଦଳ ତଥା ବିଜେପି ଏବଂ ଟିଏମସି ମଧ୍ୟରେ ଆରୋପ ପ୍ରତ୍ୟାରୋପ ବଢ଼ୁଛି। ହେଲେ ନେତାମାନେ ଏବେ ବ୍ୟକ୍ତିଗତ ସ୍ତରକୁ ଯାଇ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି। ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଏବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ‘କଳା ନାଗୁଣୀ’ ସହ ତୁଳନା […]

Kalayan_sitharaman

Subhransu Sekhar
  • Published: Sunday, 05 July 2020
  • , Updated: 05 July 2020, 08:57 PM IST

କୋଲକାତା: ପଶ୍ଚିମବଙ୍ଗରେ ମମତା ସରକାର ଏବଂ କେନ୍ଦ୍ରରେ ମୋଦି ସରକାରଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ଦୁଇ ଶାସକ ଦଳ ତଥା ବିଜେପି ଏବଂ ଟିଏମସି ମଧ୍ୟରେ ଆରୋପ ପ୍ରତ୍ୟାରୋପ ବଢ଼ୁଛି। ହେଲେ ନେତାମାନେ ଏବେ ବ୍ୟକ୍ତିଗତ ସ୍ତରକୁ ଯାଇ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି।

ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଏବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ‘କଳା ନାଗୁଣୀ’ ସହ ତୁଳନା କରିଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳର ଏହି ନେତାଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିଛି।

କଲ୍ୟାଣ ବାନାର୍ଜୀ କହିଛନ୍ତି, “ନରେନ୍ଦ୍ର ମୋଦି ୨୦୧୯ ପୂର୍ବରୁ ଆସିଥିଲେ। ସେ କହିଥିଲେ ଦେଶକୁ ଆଗକୁ ନେବେ। ସେ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଦେଶର ଅଭିବୃଦ୍ଧି ହାର ୧ ପ୍ରତିଶତରୁ ତଳକୁ ଆଣିଛନ୍ତି। ନରେନ୍ଦ୍ର ମୋଦି ଏବଂ ତାଙ୍କ ଅର୍ଥମନ୍ତ୍ରୀ ସୀତାରମଣଙ୍କର ଜୟ ହେଉ”।

ନିଜ ଲୋକସଭା ଆସନରେ ଏକ ରାଲି ଅବସରେ କଲ୍ୟାଣ ବାନାର୍ଜୀ କହିଛନ୍ତି, “କଳା ନାଗୁଣୀର ଚୋଟରେ ଯେମିତି ଲୋକଙ୍କର ମୃତ୍ୟୁ ହୁଏ ସେହିପରି ନିର୍ମଳାଙ୍କ କାରଣରୁ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି। ସେ ଦେଶର ଅର୍ଥବ୍ୟବସ୍ଥାକୁ ଖରାପ କରିଛନ୍ତି। ଏମାନଙ୍କୁ କ’ଣ ଲଜ୍ୟା ଲାଗୁନି ବୋଲି ସେ କହିଥନ୍ତି। ଦେଶର ଅର୍ଥ ବ୍ୟବସ୍ଥାକୁ ଖରାପ କରି ନିଜ ପଦବୀରେ ବସିଛନ୍ତି? ସୀତାରମଣ ଆପଣ ନିଜ ପଦବୀରୁ ଇସ୍ତଫା ଦେବା ଦରକାର। ଆପଣ ସବୁଠାରୁ ଖରାପ ଅର୍ଥମନ୍ତ୍ରୀ”।

ଦେଶରେ ତେଲ ଦର ବୃଦ୍ଧିକୁ ନେଇ ଟିଏମସି ସାଂସଦ ତାଙ୍କ ନିର୍ବାଚନ ମଣ୍ଡଳୀରେ ରାଲି କରିବା ବେଳେ ଏଭିଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

Related story