ତାମିଲନାଡୁର ରାଜ୍ୟସଭା ପ୍ରାର୍ଥୀ ଭାଇକୋଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

ଚେନ୍ନାଇ: ଏମଡିଏମକେ ରାଜନୀତିକ ଦଳର ମହାସଚିବ ତଥା ରାଜ୍ୟସଭା ପ୍ରାର୍ଥୀ ଭାଇକୋ ଜେଲ୍ ଯିବେ। ୨୦୦୯ ମସିହାରେ ଏକ ରାଜଦ୍ରୋହ ମାମଲାର ଶୁଣାଣି କରି ଜେଲ ଦଣ୍ଡାଦେଶ ସହ ଜୋରିମାନା ଘୋଷଣା କରିଛନ୍ତି ସ୍ଥାନୀୟ କୋର୍ଟ। ବର୍ଷକ ପାଇଁ ଜେଲ୍ ସହିତ ୧୦ ହଜାର ଟଙ୍କା ତଣ୍ଡ ଗଣିବେ ଭାଇକୋ। ତେବେ ଭାଇକୋଙ୍କୁ ଫାଶୀ ଦଣ୍ଡାଦେଶ ହେଉ ବୋଲି କୋର୍ଟରେ ଆବେଦନ ହୋଇଥିଲା। କିନ୍ତୁ କୋର୍ଟ ଏହି ଆବେଦନ ଉପରେ ରୋକ୍ ଲଗାଇ ବର୍ଷେ ପାଇଁ ଜେଲ […]

vaiko

Subhransu Sekhar
  • Published: Friday, 05 July 2019
  • , Updated: 05 July 2019, 02:24 PM IST
ଚେନ୍ନାଇ: ଏମଡିଏମକେ ରାଜନୀତିକ ଦଳର ମହାସଚିବ ତଥା ରାଜ୍ୟସଭା ପ୍ରାର୍ଥୀ ଭାଇକୋ ଜେଲ୍ ଯିବେ। ୨୦୦୯ ମସିହାରେ ଏକ ରାଜଦ୍ରୋହ ମାମଲାର ଶୁଣାଣି କରି ଜେଲ ଦଣ୍ଡାଦେଶ ସହ ଜୋରିମାନା ଘୋଷଣା କରିଛନ୍ତି ସ୍ଥାନୀୟ କୋର୍ଟ। ବର୍ଷକ ପାଇଁ ଜେଲ୍ ସହିତ ୧୦ ହଜାର ଟଙ୍କା ତଣ୍ଡ ଗଣିବେ ଭାଇକୋ। ତେବେ ଭାଇକୋଙ୍କୁ ଫାଶୀ ଦଣ୍ଡାଦେଶ ହେଉ ବୋଲି କୋର୍ଟରେ ଆବେଦନ ହୋଇଥିଲା। କିନ୍ତୁ କୋର୍ଟ ଏହି ଆବେଦନ ଉପରେ ରୋକ୍ ଲଗାଇ ବର୍ଷେ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ୨୦୦୯ ମସିହାରେ "I accuse" (ମୋର ଅଭିଯୋଗ) ପୁସ୍ତକ ଉନ୍ମୋଚନ ଉତ୍ସବରେ ଭାଇକୋ ଦେଶ ବିରୋଧୀ ଉଦବୋଧନ ଦେଇଥିଲେ। ଏହାପରେ ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ଦାୟର ହୋଇଥିଲା।

କୋର୍ଟ ମାମଲାର ଶୁଣାଣି କରିବା ପରେ ଭାଇକୋ କହିଛନ୍ତି ସେ ଆଜି ବହୁତ ଖୁସି। ତାଙ୍କ ବିରୋଧରେ ଯେଉଁ ଆରୋପ ଲାଗିଛି ତାକୁ ସେ ସ୍ୱୀକାର କରିଛନ୍ତି। ଆଗାମୀ ଦିନରେ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇପାରେ, କିନ୍ତୁ ସେ ତାମିଲ ଆତଙ୍କୀ ସଂଗଠନ ଏଲଟିଟିଇକୁ ସଦା ସର୍ବଦା ସମର୍ଥନ କରିବେ ବୋଲି କହିଛନ୍ତି।

ନିକଟରେ ତାମିଲନାଡୁର ତିନିଟି ରାଜ୍ୟସଭା ଆସନ ପାଇଁ ଡିଏମକେ ପ୍ରାର୍ଥୀ ଘୋଷଣା କରିଛି। ଦୁଇଟି ଆସନରେ ଡିଏମକେ ନିଜର ଦଳର ନେତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଅନ୍ୟ ଏକ ଆସନ ସହଯୋଗୀ ଏମଡିଏମକେ ପାଇଁ ଛାଡ଼ିଛି। ଭାଇକୋ ଏହି ଆସନରୁ ରାଜ୍ୟସଭାକୁ ଯିବା ପାଇଁ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି।

Related story