ସାମାଜିକ ଦୂରତା ରକ୍ଷା କରି ମଦ କିଣୁଛି ରୋବୋଟ୍

କୋଏମବୋଟର: ସାମାଜିକ ଦୂରତା ରକ୍ଷା କରି ମଦ କିଣୁଛି ରୋବୋଟ୍। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ମଦ ଦୋକାନ ଆଗରେ ଧାଡ଼ିରେ ଛିଡ଼ା ହେବା ବଦଳରେ ନିଜର ରବୋଟକୁ ଜଣେ ବ୍ୟକ୍ତି ପଠାଇଛନ୍ତି। ଲକଡାଉନ୍ ପାଇଁ ସାମାଜିକ ଦୂରତା ରକ୍ଷା କରାଯାଉଛି, ଏହାକୁ ନଜରରେ ରଖି ମଦ ଦୋକାନ ଓ ଜନଗହଳି ସ୍ଥାନକୁ ଜିନିଷ ପତ୍ର ଆଣିବା ପାଇଁ କାର୍ତ୍ତିକ ଭେଲାୟଥମ ତାଙ୍କ ରବୋଟକୁ ପଠାଉଛନ୍ତି। ଏହି ରୋବୋଟ୍ ମଦ ଦୋକାନ ଆଗରେ କେବଳ […]

robot-shop

Subhransu Sekhar
  • Published: Thursday, 14 May 2020
  • , Updated: 15 May 2020, 06:26 AM IST

କୋଏମବୋଟର: ସାମାଜିକ ଦୂରତା ରକ୍ଷା କରି ମଦ କିଣୁଛି ରୋବୋଟ୍। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ମଦ ଦୋକାନ ଆଗରେ ଧାଡ଼ିରେ ଛିଡ଼ା ହେବା ବଦଳରେ ନିଜର ରବୋଟକୁ ଜଣେ ବ୍ୟକ୍ତି ପଠାଇଛନ୍ତି। ଲକଡାଉନ୍ ପାଇଁ ସାମାଜିକ ଦୂରତା ରକ୍ଷା କରାଯାଉଛି, ଏହାକୁ ନଜରରେ ରଖି ମଦ ଦୋକାନ ଓ ଜନଗହଳି ସ୍ଥାନକୁ ଜିନିଷ ପତ୍ର ଆଣିବା ପାଇଁ କାର୍ତ୍ତିକ ଭେଲାୟଥମ ତାଙ୍କ ରବୋଟକୁ ପଠାଉଛନ୍ତି।

ଏହି ରୋବୋଟ୍ ମଦ ଦୋକାନ ଆଗରେ କେବଳ ଛିଡ଼ା ହେବା ପାଇଁ ତିଆରି ହୋଇଥିବା ସୂଚନା ରହିଛି। ଦୁଇଟି କାଗଜ ପେଟି ଓ କିଛି ଯନ୍ତ୍ରାଂଶ ଲାଗି ଏହି ରୋବୋଟ୍ ତିଆରି ହୋଇଛି। ଏଥିପାଇଁ ୩,୦୦୦ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଜଣାପଡ଼ିଛି। ନିଜ ସ୍ମାର୍ଟଫୋନରେ ରୋବୋଟକୁ ଇଣ୍ଟରନେଟ ଦ୍ୱାରା ସଂଯୋଗ କରି ସେ ନିଜ ଘରୁ ଏହାକୁ ପରିଚାଳିତ କରୁଥିବା ଭେଲାୟଥମ୍ କହିଛନ୍ତି। ମଦ ଦୋକାନ ପାଇଁ ରବୋଟକୁ ପଠାଇବା ପୂର୍ବରୁ ସେ ଦୋକାନୀକୁ ମଦର ବିଲ୍ ଅନଲାଇନ୍ ଜରିଆରେ ଦେଇ ଦିଅନ୍ତି। ଏହାପରେ ରୋବୋଟଟି ଧାଡିରେ ଯାଇ ଦୋକାନ ଆଗରେ ପହଞ୍ଚିବା ପରେ ଦୋକାନୀ ରୋବୋଟର ପେଟି ଭିତରେ ମଦ ରଖିଥାଏ।

୩୧ ବର୍ଷିୟ ଭେଲାୟଥମ୍ କହିଛନ୍ତି, ମଦ ଦୋକାନ ଆଗରେ ସାଧାରଣତଃ ଗହଳି ରହୁଛି ତେଣୁ ସାମାଜିକ ଦୂରତାକୁ ଚିନ୍ତା କରି ଏଭଳି ରୋବୋଟ ତିଆରି କରାଯାଇଛି। ଏହି ରୋବୋଟ ରାସ୍ତାରେ ଯିବାବେଳେ କୌଣସି ଅସୁବିଧା ନାହିଁ। ଏଥିରେ ଗିୟର ବକ୍ସ ମଧ୍ୟ ଲାଗିଛି। ଏହା ବିଶ୍ୱର ଯେକୌଣସି ସ୍ଥାନରେ ବ୍ୟବହାର ହୋଇପାରିବ ବୋଲି ସେ କହିଛନ୍ତି।

Related story