ବିଳମ୍ୱରେ ବିଜେପିରେ ମିଶିବେ ଜ୍ୟୋତିରାଦିତ୍ୟ ସିନ୍ଧିଆ!

ନୂଆଦିଲ୍ଲୀ: ୧୮ ବର୍ଷର ସମ୍ପର୍କ ତୁଟାଇ ବିଜେପିରେ ମିଶିବେ ଜ୍ୟୋତିରାଦିତ୍ୟ ସିନ୍ଧିଆ (୪୯)। ଆଜି ଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସଂଧ୍ୟା ୬ଟାରେ ସିନ୍ଧିଆ ଦଳରେ ମିଶିବେ ବୋଲି ସୂଚନା ରହିଥିଲା। ହେଲେ ସିନ୍ଧିଆ ବିଳମ୍ୱରେ ଯୋଗଦେବେ ବୋଲି ସୂଚନା ରହିଛି। ମାର୍ଚ୍ଚ ୧୨ କିମ୍ୱା ୧୩ରେ ଭୋପାଲ ବିଜେପି କାର୍ଯ୍ୟାଳୟରେ ସିନ୍ଧିଆ ମିଶିବେ ବୋଲି ଜଣାପଡ଼ିଛି। ଦଳୀୟ ସମର୍ଥକ ଏବଂ ତାଙ୍କୁ ସମର୍ଥନ କରି ଇସ୍ତଫା ଦେଇଥିବା ବିଧାୟକଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ମିଶିବେ ବୋଲି ଜାତୀୟ […]

scindia

Subhransu Sekhar
  • Published: Tuesday, 10 March 2020
  • , Updated: 10 March 2020, 07:49 PM IST

ନୂଆଦିଲ୍ଲୀ: ୧୮ ବର୍ଷର ସମ୍ପର୍କ ତୁଟାଇ ବିଜେପିରେ ମିଶିବେ ଜ୍ୟୋତିରାଦିତ୍ୟ ସିନ୍ଧିଆ (୪୯)। ଆଜି ଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସଂଧ୍ୟା ୬ଟାରେ ସିନ୍ଧିଆ ଦଳରେ ମିଶିବେ ବୋଲି ସୂଚନା ରହିଥିଲା। ହେଲେ ସିନ୍ଧିଆ ବିଳମ୍ୱରେ ଯୋଗଦେବେ ବୋଲି ସୂଚନା ରହିଛି। ମାର୍ଚ୍ଚ ୧୨ କିମ୍ୱା ୧୩ରେ ଭୋପାଲ ବିଜେପି କାର୍ଯ୍ୟାଳୟରେ ସିନ୍ଧିଆ ମିଶିବେ ବୋଲି ଜଣାପଡ଼ିଛି। ଦଳୀୟ ସମର୍ଥକ ଏବଂ ତାଙ୍କୁ ସମର୍ଥନ କରି ଇସ୍ତଫା ଦେଇଥିବା ବିଧାୟକଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ମିଶିବେ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।

ଆଜି ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟସଭା ପ୍ରାର୍ଥୀ ନେଇ ବିଜେପିର ବୈଠକ ବସିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେ.ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ନେଇ ସେଣ୍ଟ୍ରାଲ ଇଲେକ୍ସନ କମିଶନ (ସିଇସି) ବୈଠକ ବସିଥିଲା। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶ ରାଜ୍ୟସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି ଏକ ପ୍ରକାର ନିଶ୍ଚିତ ବୋଲି ଜଣାପଡ଼ିଛି। ଏହି ବୈଠକରେ କିନ୍ତୁ ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ବାବଦରେ ଆଲୋଚନା ହୋଇନଥିବା ସୂଚନା ରହିଛି। ବିଜେପି ସଭାପତି ଜେ.ପି ନଡ୍ଡା ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ବାବଦରେ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

୧୨ କିମ୍ୱା ୧୩ରେ ତାରିଖ ଦିନ ସିନ୍ଧିଆ ଭୋପାଲରେ ବିଜେପିରେ ମିଶିବେ। ଏହାପରେ ରାଜ୍ୟସଭା ପ୍ରାର୍ଥୀ ପାଇଁ ନାମାଙ୍କନ ଭରିବେ ବୋଲି ସୂଚନା ରହିଛି। ସିନ୍ଧିଆ ବିଜେପିରେ ଯୋଗଦେଉଛନ୍ତି ବିଜେପି ଏହାକୁ ଉତ୍ସବ ଆକାରରେ ପାଳନ କରିବାକୁ ଚାହୁଁଥିବା ସୂଚନା ରହିଛି। କାରଣ ଜ୍ୟୋତିରାଦିତ୍ୟ କଂଗ୍ରେସ ଛାଡ଼ିବା ପରେ ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଆକଳନ କରୁଛି।

Related story