ଟୋକିଓ: ଭିନ୍ନକ୍ଷମ ଶିବିର ଉପରେ ଦୁର୍ବୃତ୍ତର ଛୁରାମାଡ଼, ୧୯ ମୃତ, ୪୫ ଆହତ

ଟୋକିଓ: ଜାପାନର ଏକ ଭିନ୍ନକ୍ଷମ ଶିବିର ଉପରେ ଜଣେ  ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରିବା ଫଳରେ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜଣେ ଯୁବକ ଟୋକିଓ ନିକଟ ସାଗାମିହରା ସହରରେ ଥିବା ଭିନ୍ନକ୍ଷମ ଶିବିରକୁ ପଶି ଛୁରୀରେ ଅନ୍ତେବାସୀଙ୍କ ଉପରେ ଆକ୍ରମଣ କରିଥିଲା। ପରେ ଆକ୍ରମଣ କରିଥିବା ଯୁବକ ଜଣକ ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି। ସେ ଭିନ୍ନକ୍ଷମ ଶିବିରର ପୂର୍ବତନ କର୍ମଚାରୀ ବୋଲି ଜଣାପଡ଼ିଛି।  ପୋଲିସ୍ […]

tokio

Rakesh Mallick
  • Published: Tuesday, 26 July 2016
  • , Updated: 04 May 2017, 03:44 PM IST

ଟୋକିଓ: ଜାପାନର ଏକ ଭିନ୍ନକ୍ଷମ ଶିବିର ଉପରେ ଜଣେ  ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରିବା ଫଳରେ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଜଣେ ଯୁବକ ଟୋକିଓ ନିକଟ ସାଗାମିହରା ସହରରେ ଥିବା ଭିନ୍ନକ୍ଷମ ଶିବିରକୁ ପଶି ଛୁରୀରେ ଅନ୍ତେବାସୀଙ୍କ ଉପରେ ଆକ୍ରମଣ କରିଥିଲା। ପରେ ଆକ୍ରମଣ କରିଥିବା ଯୁବକ ଜଣକ ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି। ସେ ଭିନ୍ନକ୍ଷମ ଶିବିରର ପୂର୍ବତନ କର୍ମଚାରୀ ବୋଲି ଜଣାପଡ଼ିଛି।  ପୋଲିସ୍ ତାକୁ ଗିରଫ କରି ପଚରାଉଚରା କରୁଛି।

ଏହି ଶିବିରରେ ପ୍ରାୟ ୧୫୦ ଜଣ ଭିନ୍ନକ୍ଷମ ରହିବାର ବ୍ୟବସ୍ଥା ରହିଛି। ପୂର୍ବରୁ ମଧ୍ୟ ଏହି ଶିବିରର ଉପରେ ଆକ୍ରମଣ ହୋଇଥିଲା।

Related story