ମଙ୍ଗଳବାର ଟ୍ରମ୍ପଙ୍କ କାର୍ଯ୍ୟ ସୂଚୀ ଉପରେ ନଜର ପକାନ୍ତୁ

ନୂଆଦିଲ୍ଲୀ: ଆଜିଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଥମ ଦିନରେ ସେ ଅହମଦାବାଦ ଓ ଆଗ୍ରାରେ ବୁଲିଛନ୍ତି। ଆସନ୍ତାକାଲି ମଧ୍ୟ ତାଙ୍କର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ରହିଛି। ଭାରତ ଓ ଆମେରିକା ମଧ୍ୟରେ ଆସନ୍ତାକାଲି ୩ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ହେବ। ଏହାବାଦ୍‌ ଟ୍ରମ୍ପଙ୍କୁ ସ୍ୱତନ୍ତ୍ର ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱାଗତ କରିବେ। ତେବେ ଆସନ୍ତୁ ଜାଣିବା ଟ୍ରମ୍ପଙ୍କ କାର୍ଯ୍ୟସୂଚୀ ଉପରେ। ଆସନ୍ତାକାଲି ସକାଳ ୧୦ଟାରେ ଟ୍ରମ୍ପ […]

ew

Hemant Lenka
  • Published: Monday, 24 February 2020
  • , Updated: 24 February 2020, 09:29 PM IST

ନୂଆଦିଲ୍ଲୀ: ଆଜିଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଥମ ଦିନରେ ସେ ଅହମଦାବାଦ ଓ ଆଗ୍ରାରେ ବୁଲିଛନ୍ତି। ଆସନ୍ତାକାଲି ମଧ୍ୟ ତାଙ୍କର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ରହିଛି।

ଭାରତ ଓ ଆମେରିକା ମଧ୍ୟରେ ଆସନ୍ତାକାଲି ୩ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ହେବ। ଏହାବାଦ୍‌ ଟ୍ରମ୍ପଙ୍କୁ ସ୍ୱତନ୍ତ୍ର ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱାଗତ କରିବେ। ତେବେ ଆସନ୍ତୁ ଜାଣିବା ଟ୍ରମ୍ପଙ୍କ କାର୍ଯ୍ୟସୂଚୀ ଉପରେ।

ଆସନ୍ତାକାଲି ସକାଳ ୧୦ଟାରେ ଟ୍ରମ୍ପ ରାଷ୍ଟ୍ରପତି ଭବନ ଯିବେ। ୧୦.୩୦ରେ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଦେବେ। ଦିନ ୧୧ଟାରେ ଡୋନାଲ୍ଡ ଟ୍ରମ୍ପ ହାଇଦ୍ରାବାଦ ହାଉସରେ ପହଞ୍ଚିବେ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।

୧୨ଟା୪୦ରେ ପ୍ରତିରକ୍ଷା ଚୁକ୍ତି ଓ ଏହାପରେ ସାମ୍ବାଦିକ ସମ୍ମିଳନୀ ହେବ। ଏହା ପରେ ଟ୍ରମ୍ପ ସିଇଓ ରାଉଣ୍ଡ ଟେବୁଲ ପାଇଁ ଆମେରିକା ଦୂତାବାସ ଯିବେ। ସନ୍ଧ୍ୟା ୭.୩୦ରେ ରାଷ୍ଟ୍ରପତି ଭବନରେ ଟ୍ରମ୍ପ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ବୈଠକ କରିବେ। ଏହାପରେ ରାତି ୧୦ଟାରେ ସ୍ୱତନ୍ତ୍ର ଏୟାରଫୋର୍ସ ୱାନ ବିମାନ ଯୋଗେ ଟ୍ରମ୍ପ ଓ ତାଙ୍କ ପରିବାର ଆମେରିକା ଫେରିଯିବେ।

Related story