କାଲି ସକାଳ ୯.୩୦ରେ ୟେଦ୍ୟୁରପ୍ପା ନେବେ ଶପଥ: ସୂତ୍ର

ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ବିଧାୟକ ଦଳ ନେତା ବି.ଏସ୍ ୟେଦ୍ୟୁରପ୍ପା। ତାଙ୍କୁ ସରକାର ଗଠନ ଲାଗି ରାଜ୍ୟପାଳ ବାଜୁଭାଇ ଭାଲ୍ଲା ଆମନ୍ତ୍ରଣ କରିଥିବା ସୂଚନା ମିଳିଛି। ବିଜେପି ବିଧାୟକ ସୁରେଶ କୁମାର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଆସନ୍ତାକାଲି ସକାଳ ସାଢେ ୯ଟାରେ ୟେଦୁରପ୍ପା ଶପଥ ନେବେ ବୋଲି ସେ ଜଣାଇଛନ୍ତି। ଯଦିଓ କିଛି ସମୟ ପରେ ଏହି ଟ୍ୱିଟ୍‌ ଡିଲିଟ୍‌ କରି ଦିଆଯାଇଥିଲା। ତେବେ ରାଜଭବନ ପକ୍ଷରୁ […]

yeddyurappa-at-press-conference_34518028-56af-11e8-aa60-d0af28d4422a (1)

Rakesh Mallick
  • Published: Wednesday, 16 May 2018
  • , Updated: 16 May 2018, 09:33 PM IST

ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ବିଧାୟକ ଦଳ ନେତା ବି.ଏସ୍ ୟେଦ୍ୟୁରପ୍ପା। ତାଙ୍କୁ ସରକାର ଗଠନ ଲାଗି ରାଜ୍ୟପାଳ ବାଜୁଭାଇ ଭାଲ୍ଲା ଆମନ୍ତ୍ରଣ କରିଥିବା ସୂଚନା ମିଳିଛି। ବିଜେପି ବିଧାୟକ ସୁରେଶ କୁମାର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଆସନ୍ତାକାଲି ସକାଳ ସାଢେ ୯ଟାରେ ୟେଦୁରପ୍ପା ଶପଥ ନେବେ ବୋଲି ସେ ଜଣାଇଛନ୍ତି। ଯଦିଓ କିଛି ସମୟ ପରେ ଏହି ଟ୍ୱିଟ୍‌ ଡିଲିଟ୍‌ କରି ଦିଆଯାଇଥିଲା। ତେବେ ରାଜଭବନ ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ। ତେବେ ଏହାପରେ କଂଗ୍ରେସ ଓ ଜେଡିଏସ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାଉପରେ ନଜର ରହିଛି। ପୂର୍ବରୁ ଆଜି ଅପରାହ୍ନରେ କଂଗ୍ରେସ ଓ ଜେଡିଏସ୍ ନେତାମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ମେଣ୍ଟ ନିକଟରେ ୧୧୭ ବିଧାୟକ ସମର୍ଥନ ଥିବା ଦର୍ଶାଇ ସେମାନଙ୍କ ସ୍ୱାକ୍ଷର ଥିବା ପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ। ବିଧାୟକମାନଙ୍କୁ ପାରେଡ୍ କରାଇବା ଲାଗି ମଧ୍ୟ କଂଗ୍ରେସ ଓ ଜେଡିଏସ ନେତା ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଥିଲେ। ତେବେ ରାଜ୍ୟପାଳ ସେମାନଙ୍କ ପ୍ରସ୍ତାବ ଗ୍ରହଣ କରିନଥିଲେ। ରାଜ୍ୟପାଳ ଯଦି ସରକାର ଗଠନ ଲାଗି ଜେଡିଏସ୍-କଂଗ୍ରେସ ମେଣ୍ଟକୁ ନ ଡାକନ୍ତି ତେବେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି। ସେହିପରି ଜେଡିଏସ୍ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ରାଜଭବନ ଆଗରେ ଧାରଣା ଦେବ ବୋଲି କହିଛି।

Related story