ଚାଇନାକୁ ଆଉ ଏକ ଝଟକା ଦେବାକୁ ଭାରତର ଯୋଜନା, ଏଥର ୫ଜି

ନୂଆଦିଲ୍ଲୀ: ଚାଇନା ଉପରେ ବାରମ୍ବାର ଡିଜିଟାଲ ଷ୍ଟ୍ରାଇକ କରିବାକୁ କେନ୍ଦ୍ର ସରକାର ଏକ ପ୍ରକାରର ନିଷ୍ପତ୍ତି ନେଇ ସାରିଛନ୍ତି। ସୋମବାର ଟିକଟକ ସହ ୫୯ଟି ଚାଇନିଜ ଆପ୍‌କୁ ଦେଶରେ ବ୍ୟାନ କରିଥିବା ଭାରତ ସରକାର ଏବେ ଆଉ ଏକ ବଡ଼ କଟକଣା ଲଗାଇବାକୁ ମାନସମନ୍ଥନ ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ଭାରତରେ ୫ଜି ମୋବାଇଲ ନେଟୱର୍କ ସେବା ଆରମ୍ଭ ହେବ। ତେବେ ୫ଜି ନେଟୱର୍କ ସେବାକୁ ବିକଶିତ କରିବା ବେଳେ ଯେମିତି ଚାଇନିଜ୍‌ ସାମଗ୍ରୀଗୁଡ଼ିକର ବ୍ୟବହାର କରା […]

g

Hemant Lenka
  • Published: Tuesday, 30 June 2020
  • , Updated: 30 June 2020, 01:56 PM IST

ନୂଆଦିଲ୍ଲୀ: ଚାଇନା ଉପରେ ବାରମ୍ବାର ଡିଜିଟାଲ ଷ୍ଟ୍ରାଇକ କରିବାକୁ କେନ୍ଦ୍ର ସରକାର ଏକ ପ୍ରକାରର ନିଷ୍ପତ୍ତି ନେଇ ସାରିଛନ୍ତି। ସୋମବାର ଟିକଟକ ସହ ୫୯ଟି ଚାଇନିଜ ଆପ୍‌କୁ ଦେଶରେ ବ୍ୟାନ କରିଥିବା ଭାରତ ସରକାର ଏବେ ଆଉ ଏକ ବଡ଼ କଟକଣା ଲଗାଇବାକୁ ମାନସମନ୍ଥନ ଆରମ୍ଭ କରିଛନ୍ତି।

ଆଗାମୀ ଦିନରେ ଭାରତରେ ୫ଜି ମୋବାଇଲ ନେଟୱର୍କ ସେବା ଆରମ୍ଭ ହେବ। ତେବେ ୫ଜି ନେଟୱର୍କ ସେବାକୁ ବିକଶିତ କରିବା ବେଳେ ଯେମିତି ଚାଇନିଜ୍‌ ସାମଗ୍ରୀଗୁଡ଼ିକର ବ୍ୟବହାର କରା ନ ଯିବ, ସେନେଇ ଭାରତ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଚାଇନିଜ ୫ଜି ସାମଗ୍ରୀ ଉପରେ ବ୍ୟାନ୍‌ ଲଗାଇବା ପାଇଁ ମନ୍ତ୍ରୀ ସ୍ତରୀୟ ବୈଠକ ମଧ୍ୟ ଡକାଯାଇଥିବା ଜଣାପଡ଼ିଛି। ବିଶେଷ କରି Huawei କମ୍ପାନୀ ବିକ୍ରି କରିଥିବା ସାମଗ୍ରୀ ଉପରେ ରୋକ ଲଗାଇବାକୁ ସରକାର ଚିନ୍ତା କରୁଛନ୍ତି।

ଚାଇନା ଉପରେ କରୋନା ଭାଇରସର ପ୍ରତିଶୋଧ ନେବାକୁ ଆମେରିକା ପୂର୍ବରୁ ହିଁ Huawei କମ୍ପାନୀ ଉପରେ ବର୍ଷକ ପାଇଁ ପ୍ରତିବନ୍ଧକ ଲଗାଇଛି। ଏହାପରେ ଟ୍ରମ୍ପ ପ୍ରଶାସନ ବ୍ରିଟେନ ଓ ଭାରତକୁ ମଧ୍ୟ ସମାନ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି। ଏହି କମ୍ପାନୀ ଚାଇନାର ପିପୁଲ୍ସ ଲେବେରେସନ ଆର୍ମି ବା ପିଏଲଏ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା କୁହାଯାଉଛି।

ଏହା ପୂର୍ବରୁ ଭାରତ ସରକାର ବିଏସଏନଏଲ ଓ ଏମଟିଏନ୍‌ଏଲକୁ ସେମାନଙ୍କର ୪ଜି ସେବା ବିକଶିତ କରିବା ବେଳେ ଚାଇନିଜ୍‌ ସାମଗ୍ରୀ ଏବଂ ଜ୍ଞାନକୌଶଳ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ୫ଜି ନେଟୱର୍କ ଉପରେ ଭାରତ ସରକାର ସମାନ ପଦକ୍ଷେପ ନେବାକୁ ଚିନ୍ତା କରୁଛନ୍ତି।

Related story