ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ କେଉଁ ରାଜ୍ୟ ଆଗରେ ପଢ଼ନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି, ବାକି ରହିଛି ଆହୁରି ପାଞ୍ଚଟି ପର୍ଯ୍ୟାୟ। ମାର୍ଚ୍ଚ ୧୦ ତାରିଖରେ ଦେଶରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ପ୍ରତ୍ୟେକ ଦିନ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ଆସୁଛି। ଏବେ ସୁଦ୍ଧା ୩୭୯ଟି ମାମଲା ଆଚରଣ ବିଧି ଉଲ୍ଲଂଘନ କରିଥିବା ନିର୍ବାଚନ କମିଶନଙ୍କ ନିକଟରୁ ଜଣାପଡ଼ିଛି। ଯେଉଁଥିରୁ ସର୍ବାଧିକ ମାମଲା ଉତ୍ତର ପ୍ରଦେଶର ରହିଛି। ୩୭୯ଟି ମାମଲାରୁ ୧୦୫ଟି ମାମଲା ଉତ୍ତର ପ୍ରଦେଶରୁ […]

election

Subhransu Sekhar
  • Published: Friday, 19 April 2019
  • , Updated: 19 April 2019, 09:33 AM IST

ନୂଆଦିଲ୍ଲୀ: ଦେଶରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି, ବାକି ରହିଛି ଆହୁରି ପାଞ୍ଚଟି ପର୍ଯ୍ୟାୟ। ମାର୍ଚ୍ଚ ୧୦ ତାରିଖରେ ଦେଶରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ପ୍ରତ୍ୟେକ ଦିନ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ଆସୁଛି। ଏବେ ସୁଦ୍ଧା ୩୭୯ଟି ମାମଲା ଆଚରଣ ବିଧି ଉଲ୍ଲଂଘନ କରିଥିବା ନିର୍ବାଚନ କମିଶନଙ୍କ ନିକଟରୁ ଜଣାପଡ଼ିଛି। ଯେଉଁଥିରୁ ସର୍ବାଧିକ ମାମଲା ଉତ୍ତର ପ୍ରଦେଶର ରହିଛି।

୩୭୯ଟି ମାମଲାରୁ ୧୦୫ଟି ମାମଲା ଉତ୍ତର ପ୍ରଦେଶରୁ ରହିଥିବା ବେଳେ ବ୍ୟକ୍ତିଗତ ଭାବେ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ବିରୋଧରେ ସର୍ବାଧିକ ୭ଟି ମାମଲା ରହିଛି। ସେହିପରି ଜମ୍ମୁ କଶ୍ନୀରରେ ୬୫ଟି ମାମଲା ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ଏହି ସମସ୍ତ ମାମଲା ଧର୍ମ, ଜାତି, ବ୍ୟକ୍ତିଗତ ସ୍ତରରେ ମନ୍ତବ୍ୟ ଦେବା, ବେଆଇନ ବିଜ୍ଞାପନ ଭଳି ମାମଲା ରହିଛି।

ସେହିପରି ୩ଟି ମାମଲା ରୁଜୁ ହୋଇଛି ଯାହାକି କୌଣସି ପ୍ରାର୍ଥୀ କିମ୍ବା ଦଳ ବିରୋଧରେ ହୋଇ ନାହିଁ। 'ନମୋ ଟିଭି' ଏବଂ ରେଳୱେ ବିଭାଗ ବିରୋଧରେ ମାମଲା ରହିଛି। ଟ୍ରେନରେ ଚା' କପରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଏବଂ ଟ୍ରେନ ଟିକଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗିଥିବାରୁ ଭାରତୀୟ ରେଳ ବିଭାଗ ବିରୋଧରେ ମାମଲା ରୁଜୁ ହୋଇଛି। ବିହାରରେ ୭ଟି, ଉତ୍ତରାଖଣ୍ଡରେ ୧୫ଟି, ତାମିଲନାଡୁରେ ୬ଟି, ମହାରାଷ୍ଟ୍ରରେ ୩ଟି, ପଶ୍ଚିମବଙ୍ଗରେ ଗୋଟିଏ ମାମଲା ଆଚରଣ ବିଧି ଉଲ୍ଲଂଘନ ହୋଇଛି। ତେବେ ଓଡ଼ିଶାରେ ଅନେକ ଅଭିଯୋଗ ଆଚରଣ ବିଧି ଉଲ୍ଲଂଘନ କରୁଥିବାର ଅଭିଯୋଗ ହୋଇଛି ନିର୍ବାଚନ କମିଶନଙ୍କ ନିକଟରେ। ହେଲେ ଅଭିଯୋଗ ହୋଇଥିବା ମାମଲା ଗୁଡିକ ଆଚରଣ ବିଧି ଉଲ୍ଲଂଘନ କରିନଥିବା ଜଣାପଡ଼ିଛି।

ସେହିପରି ଚଳିତ ନିର୍ବାଚନରେ ଜବତ ହୋଇଥିବା ନଗଦ ଟଙ୍କା ପୂର୍ବ ସାଧାରଣ ନିର୍ବାଚନ ତୁଳନାରେ ଢେର ଅଧିକ ବୋଲି ଜଣାପଡ଼ିଛି। ୧୦ ମାର୍ଚ୍ଚରୁ ଏ ଯାଏଁ ୨ ହଜାର ୬୨୮ କୋଟି ୪୩ ଲକ୍ଷ ଟଙ୍କା ଜବତ ହୋଇଛି। ପୂର୍ବ ବର୍ଷ ମୋଟ ୧୩୦୪ କୋଟି ଟଙ୍କା ଓ ସୁନା ଗହଣା ଜବତ ହୋଇଥିଲା।

Related story