ଶେଷରେ ହାଥରସ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଲେ ୟୁପିର ବରିଷ୍ଠ ଅଧିକାରୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ଯୋଗୀ ସରକାର ଓ ପୁଲିସ୍‌ ପ୍ରଶାସନ ଉପରେ ଦିନକୁ ଦିନ ଚାପ ବଢ଼ିବାରେ ଲାଗିଛି। ବିଭିନ୍ନ ଗଣାମଧ୍ୟମରେ ପୁଲିସ୍‌ ଓ ପ୍ରଶାସନର ଅବହେଳା ସମ୍ପର୍କରେ ଖବର ବରମ୍ବାର ପ୍ରକାଶ ପାଇବାରୁ ଶେଷରେ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ଉତ୍ତର ପ୍ରଦେଶ ଡିଜିପି ଏଚସି ଅବସ୍ତୀ ହାଥରସରେ ପହଞ୍ଚି ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଘଟଣାଟି ସେପ୍ଟେମ୍ବର ୧୪ରେ ଘଟିଥିଲେ ହେଁ […]

f

Hemant Lenka
  • Published: Saturday, 03 October 2020
  • , Updated: 03 October 2020, 04:16 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ଯୋଗୀ ସରକାର ଓ ପୁଲିସ୍‌ ପ୍ରଶାସନ ଉପରେ ଦିନକୁ ଦିନ ଚାପ ବଢ଼ିବାରେ ଲାଗିଛି। ବିଭିନ୍ନ ଗଣାମଧ୍ୟମରେ ପୁଲିସ୍‌ ଓ ପ୍ରଶାସନର ଅବହେଳା ସମ୍ପର୍କରେ ଖବର ବରମ୍ବାର ପ୍ରକାଶ ପାଇବାରୁ ଶେଷରେ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଆଜି ଉତ୍ତର ପ୍ରଦେଶ ଡିଜିପି ଏଚସି ଅବସ୍ତୀ ହାଥରସରେ ପହଞ୍ଚି ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଘଟଣାଟି ସେପ୍ଟେମ୍ବର ୧୪ରେ ଘଟିଥିଲେ ହେଁ ଡିଜିପି ଥରେ ହେଲେ ହାଥରସ ପୀଡ଼ିତାଙ୍କ ପରିବା ସହ କଥା ହୋଇ ନଥିଲେ। ଏପରି କି ମଙ୍ଗଳବାର ପୀଡ଼ିତାଙ୍କ ମୃତ୍ୟୁ ହେବା ପରେ ରାତି ଅଧରେ ଶବ ସତ୍କାର କରାଯାଇଥିଲେ ବି ଡିଜିପି ନୀରବ ରହିଥିଲେ। ପ୍ରଶାସନ ପକ୍ଷରୁ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଗଣମାଧ୍ୟମକ ପ୍ରତିନିଧିଙ୍କୁ ସାକ୍ଷାତ କରିବାକୁ ଅନୁମତି ମିଳି ନଥିଲା। ତେବେ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ପୀଡ଼ିତାଙ୍କ ଗାଁକୁ ଯିବାକୁ ମିଳିଛି। ଦୀର୍ଘ ୪୮ ଘଣ୍ଟା ଧରି ଗାଁକୁ ସିଲ କରାଯିବା ପରେ ଏହାକୁ ଖୋଲି ଦିଆଯାଇଛି।

ଏହାପରେ ଆଜି ମଧ୍ୟାହ୍ନରେ ୟୁପି ଡିଜିପି ଏଚସି ଅବସ୍ତୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ) ଅୱନିଶ ଅବସ୍ତୀ ମିଳିତ ଭାବେ ଯାଇ ପୀଡ଼ିତା ଘରେ ପହଞ୍ଚିଥିଲେ। ସେମାନେ ପୀଡ଼ିତାଙ୍କ ମା’,ଭାଇ ଓ ଭାଉଜଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

ସାମ୍ନାକୁ ଆସିଥିବା ଭିଡିଓ ଅନୁସାରେ, ଦୁଇ ବରିଷ୍ଠ ଅଧିକାରୀ ପରିବାର ଲୋକଙ୍କ ଆଗରେ ତଳେ ବସିଥିଲେ। ଏଥିସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରିବାର ଲୋକଙ୍କ ଆଗରେ ହାତ ଯୋଡ଼ି କିଛି କହୁଥିବାର ଦୃଶ୍ୟ ରହିଛି।

Related story