ନୂଆଦିଲ୍ଲୀ: ଚଳିତ ମାସ ୩୧ ତାରିଖରେ ଏକ ଦୁର୍ଲଭ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ମାସର ଦ୍ୱିତୀୟ ପୂର୍ଣ୍ଣିମାରେ ଏହି ଦୃଶ୍ୟ ଦେଖିବାକୁ ମିଳିବ। ‘ବ୍ଲୁ ମୁନ୍’ ବା ‘ନୀଳ ଜହ୍ନ’ କୁହାଯାଉଥିବା ଏହି ଦୃଶ୍ୟକୁ ୧୫୦ରୁ ଅଧିକ ବର୍ଷ ପରେ ଦେଖିବାକୁ ମିଳିବ।
ଏହା ୨୦୧୮ର ପ୍ରଥମ ଚନ୍ଦ୍ର ଗ୍ରହଣ ହେବ। ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ଭାରତୀୟ ଉପମହାଦୀପ, ମଧ୍ୟପ୍ରାଚ୍ୟ ଓ ପୂର୍ବ ଇଉରୋପରେ ଚନ୍ଦ୍ର ଉଦୟଠାରୁ ହିଁ ଚନ୍ଦ୍ରଗ୍ରହଣ ଲାଗି ରହିବ। ମଧ୍ୟ ଏବଂ ପୂର୍ବ ଏସିଆ, ଇଣ୍ଡୋନେସିଆ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆର ଅଧିକାଂଶ ସ୍ଥାନରେ ଲୋକେ ସନ୍ଧ୍ୟା ବେଳେ ‘ନୀଳ ଜହ୍ନ’କୁ ପରିଷ୍କାର ଦେଖିପାରିବେ। ଆମେରିକାର ଅଲାସ୍କା ଓ ହବାଇ ଓ କାନାଡାର ଉତ୍ତର ପଶ୍ଚିମ ଭାବେ ଏହି ଗ୍ରହଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିବ।
ଏହା ପରେ ୨୦୨୮ ଜାନୁଆରୀ ୩୧ ଓ ୨୦୩୭ ଜାନୁଆରୀ ୩୧ ତାରିଖରେ ପୁଣି ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ।
୨୦୦୯ ଡିସେମ୍ବର ୩୧ରେ ୮ ପ୍ରତିଶତର ଆଶିଂକ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିଥିଲା। ୧୮୬୬ ମସିହା ମାର୍ଚ୍ଚ ୩୧ ତାରିଖରେ ଶେଷ ଥର ପାଇଁ ‘ନୀଳ ଜହ୍ନ’ ଦୃଶ୍ୟମାନ ହୋଇଥିଲା।