ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇଲେ ଲାଗିବନି ଫାଇନ୍‌

ନୂଆଦିଲ୍ଲୀ: ଏଣିକି ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାଇଲେ ଏଥିପାଇଁ ଟଙ୍କା ଗଣିବାକୁ ପଡ଼ିବନି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି, ଡେବିଟ୍‌ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମ୍‌ରୁ ବିନା ଶୁଳ୍କରେ ଟଙ୍କା ଉଠାଇପାରିବେ। ଏହା ଆଗାମୀ ୩ ମାସ ଯାଏ ଲାଗୁ ହେବ। ଏଥିସହ ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରେ ମିନିମମ୍‌ ବାଲାନ୍ସ ମେଣ୍ଟେନ୍‌ କରିବା ପଡ଼ିବନି। କରୋନା ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି ଘୋଷଣା କରିଛନ୍ତି। ବର୍ତ୍ତମାନ ସ୍ଥିତି […]

atm990

Subrat Kumar Nayak
  • Published: Tuesday, 24 March 2020
  • , Updated: 24 March 2020, 03:32 PM IST

ନୂଆଦିଲ୍ଲୀ: ଏଣିକି ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାଇଲେ ଏଥିପାଇଁ ଟଙ୍କା ଗଣିବାକୁ ପଡ଼ିବନି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି, ଡେବିଟ୍‌ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମ୍‌ରୁ ବିନା ଶୁଳ୍କରେ ଟଙ୍କା ଉଠାଇପାରିବେ। ଏହା ଆଗାମୀ ୩ ମାସ ଯାଏ ଲାଗୁ ହେବ।

ଏଥିସହ ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରେ ମିନିମମ୍‌ ବାଲାନ୍ସ ମେଣ୍ଟେନ୍‌ କରିବା ପଡ଼ିବନି। କରୋନା ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି ଘୋଷଣା କରିଛନ୍ତି।

ବର୍ତ୍ତମାନ ସ୍ଥିତି ସଙ୍ଗିନ ରହିଥିବାରୁ ବାଣିଜ୍ୟ ଓ ରପ୍ତାନୀ ଆଦି କାରବାରର ସୁବିଧା ପାଇଁ କଷ୍ଟମ୍ସ ଡିପାର୍ଟମେଣ୍ଟ ୨୪ ଘଣ୍ଟା କାମ କରିବେ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଆହୁରି ମଧ୍ୟ ଘୋଷଣା କରିଛନ୍ତି, ଉଭୟ ଇନ୍‌କମ୍‌ ଟ୍ୟାକ୍ସ ଫାଇଲିଂ ଏବଂ ଆଧାର-ପାନ୍‌ ଲିଙ୍କ ଅବଧି ଆସନ୍ତା ଜୁନ୍‌ ୩୦ ଯାଏ ବୃଦ୍ଧି କରାଯାଇଛି। ଳମ୍ବିତ ଫାଇଲିଂ ପାଇଁ ପୂର୍ବରୁ ୧୨% ହାରରେ ଦେୟ ଦେବାକୁ ପଡ଼ୁଥିଲା। ଏବେ ଏହା ୯%ରେ ଦେବାକୁ ହେବ।

Related story