ପାଟନା-ଇନ୍ଦୋର ଏକ୍ସପ୍ରେସ ଲାଇନଚ୍ୟୁତ, ୯୬ ମୃତ, ୧୫୦ ଆହତ

କାନପୁର: ଉତ୍ତରପ୍ରଦେଶର କାନପୁର ନିକଟରେ ପାଟନା-ଇନ୍ଦୋର ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଯିବାରୁ ୯୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫୦ ଜଣ ଲୋକ ଆହତ ହୋଇଛନ୍ତି। ଟ୍ରେନଟି ପାଟନାରୁ ଇନ୍ଦୋର ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେନର ୧୪ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ସେଥିମଧ୍ୟରୁ ୪ଟି ଏସି, ୬ଟି ସ୍ଲିପର ଓ ୨ଟି ଜେନେରାଲ ବଗି ରହିଛି। ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ସ୍ୱତନ୍ତ୍ର ମେଡିକାଲ ଟିମ୍‌, ଏନଡିଆରଏଫ୍ ଟିମ୍‌ ଓ […]

accident_

Rakesh Mallick
  • Published: Sunday, 20 November 2016
  • , Updated: 20 November 2016, 12:36 PM IST

କାନପୁର: ଉତ୍ତରପ୍ରଦେଶର କାନପୁର ନିକଟରେ ପାଟନା-ଇନ୍ଦୋର ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଯିବାରୁ ୯୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫୦ ଜଣ ଲୋକ ଆହତ ହୋଇଛନ୍ତି। ଟ୍ରେନଟି ପାଟନାରୁ ଇନ୍ଦୋର ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଟ୍ରେନର ୧୪ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ସେଥିମଧ୍ୟରୁ ୪ଟି ଏସି, ୬ଟି ସ୍ଲିପର ଓ ୨ଟି ଜେନେରାଲ ବଗି ରହିଛି। ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ସ୍ୱତନ୍ତ୍ର ମେଡିକାଲ ଟିମ୍‌, ଏନଡିଆରଏଫ୍ ଟିମ୍‌ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଉଦ୍ଧାର କରାଯାଉଛି। ଦୁର୍ଘଟଣା ପରେ ଅନେକ ଟ୍ରେନର ଗତିପଥକୁ ପରିବର୍ତ୍ତନ କରାଯାଇଛି । ଟ୍ରେନଟି ପାଟନାରୁ ଇନ୍ଦୋର ଯାଉଥିଲା।

ରେଳ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ରେଳମନ୍ତ୍ରୀ ସୁରେଶ ପ୍ରଭୁ ଟ୍ୱିଟ୍ କରି କହିଛନ୍ତି। ସେ କହିଛନ୍ତି,“ଏହି ଦୁର୍ଘଟଣା ପାଇଁ ଯେ କେହି ଦୋଷୀ ହୋଇଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଉଛି।”

ମନ୍ତ୍ରାଳୟ ପକ୍ଷରୁ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୩,୫୦,୦୦୦ ଓ ଆହତଙ୍କ ପରିବାରକୁ ୫୦,୦୦୦ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି।

ଏହାସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୃତକଙ୍କ ପରିବାରକୁ ୫,୦୦,୦୦୦ ଓ ଗୁରୁତରମାନଙ୍କୁ ୫୦,୦୦୦ ଟଙ୍କ ସହାୟତା ରାଶି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି  ଦୁର୍ଘଟଣା ପାଇଁ ଦୁଃଖପ୍ରକାଶ କରିଛନ୍ତି। ସେ ରେଳମନ୍ତ୍ରୀଙ୍କ ସହ ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଥିବା ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ୨,୦୦,୦୦୦ ଓ ଆହତଙ୍କ ପରିବାରକୁ ୫୦,୦୦୦ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି।

 

 

 

 

 

 

Related story