ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରେନ୍ ମାଡ଼ିଯିବାରୁ ପ୍ରାୟ ୨୦ଟି ଗାଈଙ୍କର ମୃତ୍ୟୁ ଘଟିଛି। ଉତ୍ତର-ପଶ୍ଚିମ ଦିଲ୍ଲୀର କାଲ୍କା-ଶତାବ୍ଦୀ ଏକ୍ସପ୍ରେସ୍ ଧକ୍କାରେ ଏମିତି ଏକ ପରିଣତି ଦେଖିବାକୁ ମିଳିଛି। ତେବେ ଏହି ଘଟଣା ପରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇ ଥିଲା।
ଉତ୍ତର-ପଶ୍ଚିମ ରେଲୱେ ଅନୁଯାୟୀ, ହୋଲାମ୍ବି କାଲାନ ଏବଂ ନରେଲା ମଧ୍ୟସ୍ଥ ରେଲୱେ ଲାଇନ୍ରେ ଗାଈଗୋଠ ପାର ହେଉଥିଲା ବେଳେ ଏହି ଦୁର୍ଘଟଣା ଘଟିଛି। ଏକ୍ସପ୍ରେସ୍ଟି ଫୁଲ ସ୍ପିଡ୍ରେ ଥିଲା ବେଳେ ଆଜି ଭୋର୍ରୁ ୫.୪୪ରେ ଏହି ଦୁର୍ଘଟଣା ଘଟି ପ୍ରାୟ ୨୦ଟି ଗାଈଙ୍କ ମୃତ୍ୟୁ ଘଟିଥିଲା। ତେବେ ଏଥିରେ ଯାତ୍ରୀମାନଙ୍କର କିଛି ହୋଇ ନ ଥିବା ସୂଚନା ମିଳିଛି। ହେଲେ ରେଲୱେ ଟ୍ରାକ୍ରେ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।
ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ, ସାମ୍ନାପଟେ ହଠାତ୍ ଗାଈ ଗୋଠକୁ ଦେଖି ଟ୍ରେନ୍ ଡ୍ରାଇଭର ଏମର୍ଜେନ୍ସି ବ୍ରେକ୍ ଲଗାଇଥିଲେ ମଧ୍ୟ ଟ୍ରେନ୍ର ବେଗ ଅଧିକ ଥିବାରୁ ନିୟନ୍ତ୍ରଣ ହୋଇ ନଥିଲା। ଫଳରେ ଗାଈ ଗୁଡ଼ିକର ମୃତ୍ୟୁ ଘଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।