୨୦ଟି ଗାଈ ଉପରେ ମାଡ଼ିଗଲା ଟ୍ରେନ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରେନ୍‌ ମାଡ଼ିଯିବାରୁ ପ୍ରାୟ ୨୦ଟି ଗାଈଙ୍କର ମୃତ୍ୟୁ ଘଟିଛି।  ଉତ୍ତର-ପଶ୍ଚିମ ଦିଲ୍ଲୀର କାଲ୍‌କା-ଶତାବ୍ଦୀ ଏକ୍ସପ୍ରେସ୍‌ ଧକ୍କାରେ ଏମିତି ଏକ ପରିଣତି ଦେଖିବାକୁ ମିଳିଛି। ତେବେ ଏହି ଘଟଣା ପରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇ ଥିଲା। ଉତ୍ତର-ପଶ୍ଚିମ ରେଲୱେ ଅନୁଯାୟୀ,  ହୋଲାମ୍ବି କାଲାନ ଏବଂ ନରେଲା ମଧ୍ୟସ୍ଥ ରେଲୱେ ଲାଇନ୍‌ରେ ଗାଈଗୋଠ ପାର ହେଉଥିଲା ବେଳେ ଏହି ଦୁର୍ଘଟଣା ଘଟିଛି।  ଏକ୍ସପ୍ରେସ୍‌ଟି ଫୁଲ […]

ppp-1

Ordigital Desk
  • Published: Thursday, 09 August 2018
  • , Updated: 09 August 2018, 05:22 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରେନ୍‌ ମାଡ଼ିଯିବାରୁ ପ୍ରାୟ ୨୦ଟି ଗାଈଙ୍କର ମୃତ୍ୟୁ ଘଟିଛି।  ଉତ୍ତର-ପଶ୍ଚିମ ଦିଲ୍ଲୀର କାଲ୍‌କା-ଶତାବ୍ଦୀ ଏକ୍ସପ୍ରେସ୍‌ ଧକ୍କାରେ ଏମିତି ଏକ ପରିଣତି ଦେଖିବାକୁ ମିଳିଛି। ତେବେ ଏହି ଘଟଣା ପରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇ ଥିଲା।

ଉତ୍ତର-ପଶ୍ଚିମ ରେଲୱେ ଅନୁଯାୟୀ,  ହୋଲାମ୍ବି କାଲାନ ଏବଂ ନରେଲା ମଧ୍ୟସ୍ଥ ରେଲୱେ ଲାଇନ୍‌ରେ ଗାଈଗୋଠ ପାର ହେଉଥିଲା ବେଳେ ଏହି ଦୁର୍ଘଟଣା ଘଟିଛି।  ଏକ୍ସପ୍ରେସ୍‌ଟି ଫୁଲ ସ୍ପିଡ୍‌ରେ ଥିଲା ବେଳେ ଆଜି ଭୋର୍‌ରୁ ୫.୪୪ରେ ଏହି ଦୁର୍ଘଟଣା ଘଟି ପ୍ରାୟ ୨୦ଟି ଗାଈଙ୍କ ମୃତ୍ୟୁ ଘଟିଥିଲା।  ତେବେ ଏଥିରେ ଯାତ୍ରୀମାନଙ୍କର କିଛି ହୋଇ ନ ଥିବା ସୂଚନା ମିଳିଛି। ହେଲେ ରେଲୱେ ଟ୍ରାକ୍‌ରେ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ, ସାମ୍ନାପଟେ ହଠାତ୍‌ ଗାଈ ଗୋଠକୁ  ଦେଖି ଟ୍ରେନ୍‌ ଡ୍ରାଇଭର ଏମର୍ଜେନ୍ସି ବ୍ରେକ୍‌ ଲଗାଇଥିଲେ ମଧ୍ୟ ଟ୍ରେନ୍‌ର ବେଗ ଅଧିକ ଥିବାରୁ ନିୟନ୍ତ୍ରଣ ହୋଇ ନଥିଲା। ଫଳରେ ଗାଈ ଗୁଡ଼ିକର ମୃତ୍ୟୁ ଘଟିଥିଲା।

Related story