ଜାତିସଂଘରେ ମୋଦିଙ୍କ ଉଦବୋଧନ: କରୋନା ମୁକାବିଲାକୁ ଜନ ଆନ୍ଦୋଳନ କରିଛୁ

ନୂଆଦିଲ୍ଲୀ: ଜାତିସଂଘର ଅର୍ଥନୀତି ସାମାଜିକ ପରିଷଦର ଉଚ୍ଚସ୍ତରୀୟ ସେସନ ଆଜି ଭିଡିଓ କନଫରେନ୍ସଂ ଜରିଆରେ ଅନୁଷ୍ଠିତ ହୋଇଛି। ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି। ସେ କୋଭିଡ୍‌ ମୁକାବିଲାରେ ଭାରତର ଭୂମିକା ଓ ଭାରତର ସଫଳତା କଥା କହିଛନ୍ତି। ସେ କହିଛନ୍ତି, କରୋନା ମୁକାବିଲାକୁ ଆମେ ଜନ ଆନ୍ଦୋଳନରେ ପରିଣତ କରିଛୁ। କରୋନାର ମୁକାବିଲା ପାଇଁ ସାର୍କ କୋଭିଡ୍ ଜରୁରୀକାଳୀନ ପାଣ୍ଠି ଗଠନ କରିଛୁ। ଭାରତ ପକ୍ଷରୁ ୧୫୦ଟି ଦେଶକୁ ମେଡିକାଲ ଇକ୍ୟୁମେଣ୍ଟ ଓ […]

modi

Hemant Lenka
  • Published: Friday, 17 July 2020
  • , Updated: 17 July 2020, 09:14 PM IST

ନୂଆଦିଲ୍ଲୀ: ଜାତିସଂଘର ଅର୍ଥନୀତି ସାମାଜିକ ପରିଷଦର ଉଚ୍ଚସ୍ତରୀୟ ସେସନ ଆଜି ଭିଡିଓ କନଫରେନ୍ସଂ ଜରିଆରେ ଅନୁଷ୍ଠିତ ହୋଇଛି। ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି। ସେ କୋଭିଡ୍‌ ମୁକାବିଲାରେ ଭାରତର ଭୂମିକା ଓ ଭାରତର ସଫଳତା କଥା କହିଛନ୍ତି।

ସେ କହିଛନ୍ତି, କରୋନା ମୁକାବିଲାକୁ ଆମେ ଜନ ଆନ୍ଦୋଳନରେ ପରିଣତ କରିଛୁ। କରୋନାର ମୁକାବିଲା ପାଇଁ ସାର୍କ କୋଭିଡ୍ ଜରୁରୀକାଳୀନ ପାଣ୍ଠି ଗଠନ କରିଛୁ। ଭାରତ ପକ୍ଷରୁ ୧୫୦ଟି ଦେଶକୁ ମେଡିକାଲ ଇକ୍ୟୁମେଣ୍ଟ ଓ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଇଛି।

ଆଜି ମିଳିତ ଜାତିସଂଘ ୧୯୩ଟି ଦେଶକୁ ଏକାଠି କରିଛି। ଜାତିସଂଘର ସଦସ୍ୟଙ୍କ ସମେତ ଏହାର ଆଶା ମଧ୍ୟ ବଢ଼ିଛି। ଆରମ୍ଭରୁ ଭାରତ ଜାତିସଂଘ ଓ ECOSOCର ବିକାଶମୂଳକ କାମକୁ ଆରମ୍ଭରୁ ହିଁ ସମର୍ଥନ କରି ଆସିଛି। ECOSOCର ପ୍ରଥମ ଅଧ୍ୟକ୍ଷ ଭାରତୀୟ ଥିଲେ। ଭାରତ ସର୍ବଦା ECOSOCର ଏଜେଣ୍ଡାକୁ ଉପଯୁକ୍ତ ସହଯୋଗ କରିଆସିଛି।

ଆମେ ଘରୋଇ ଭାଗିଦାରୀ ସହ ୨୦୩୦ର ଏଜେଣ୍ଡା ଓ ସାମାନ୍ତରଳ ବିକାଶ ପାଇଁ ନିରନ୍ତର ଉଦ୍ୟମ କରି ଚାଲିଛୁ। ଏହା ଭିତରେ ବି ଆମେ ଅନେକ ବିକାଶଶୀଳ ରାଷ୍ଟ୍ରର ବିକାଶ ପାଇଁ କାମ କରି ଚାଲିଛୁ। ଆମର ଲକ୍ଷ୍ୟ ସବ୍ କା ସାଥ୍, ସବ୍ କା ବିଶ୍ୱାସ। ଗତବର୍ଷ ଆମେ ଜାତିର ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଦିନ ପାଳନ କରିଥିଲୁ। ଏହି ସମୟରେ ଭାରତର ୬ ଲକ୍ଷ ଗାଁରେ ସାନିଟାଇଜେସନ କାର୍ଯ୍ୟକ୍ରମ କରିଛୁ।

ଗାଁର ବିକାଶ ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କ ପାଇଁ ଘର ଯୋଜନା ଦ୍ୱାରା ବାସହୀନଙ୍କୁ ଗୃହ ଯୋଗାଇ ଦିଆଯାଉଛି। ୨୦୨୨ ସୁଦ୍ଧା ସମସ୍ତ ପାଖରେ ଘର ରହିଥିବ। ୨୦୨୫ ସୁଦ୍ଧା ଭାରତ ଟିବି ରୋଗରୁ ମୁକ୍ତି ପାଇବ। ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଭାରତର ସଫଳ କାର୍ଯ୍ୟକ୍ରମରୁ ଶିକ୍ଷାଲାଭ କରିବା ଦରକାର।

କରୋନା ଯୋଗୁ ବିଶ୍ୱ ଭଳି ଭାରତର ଅର୍ଥନୀତି ପ୍ରଭାବିତ ହୋଇଛି। ହେଲେ ଦେଶ ଅର୍ଥ ବ୍ୟବସ୍ଥାକୁ ପୁଣି ଟ୍ରାକକୁ ଫେରାଇ ଆଣିବା ପାଇଁ ପ୍ୟାକେଜ ଘୋଷଣା କରାଯାଇଛି। ଆମେ ଦେଶରେ ଆତ୍ମନିର୍ଭର ଭାରତ ଅଭିଯାନ ଚଳାଇଛୁ। ଭାରତ ସବୁ କ୍ଷେତ୍ରରେ ଆଗକୁ ବଢୁଛି। ଭାରତରେ ୬ ବର୍ଷ ମଧ୍ୟରେ ୪୦ କୋଟି ବ୍ୟାଙ୍କ ଖାତା ଖୋଲିଛୁ। ଗରିବଙ୍କ ଖାତାକୁ ଟଙ୍କା ସିଧା ବ୍ୟାଙ୍କ ଖାତାକୁ ଯାଉଛି ବୋଲି ମୋଦି କହିଛନ୍ତି।

Related story