ପ୍ରତି ବ୍ଲକରେ ‘ବିଜେପି ଛି ଛି’ ଅଭିଯାନ ଆରମ୍ଭ କରିବ ଟିଏମସି

କୋଲକାତା: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ କେନ୍ଦ୍ରର ଶାସକ ଦଳ ତଥା ରାଜ୍ୟରେ ବିରୋଧୀ ଭାବରେ ଉଭା ହୋଇଥିବା ବିଜେପି ବିରୋଧରେ ଗର୍ଜିବ। ରାଜ୍ୟର ପ୍ରତି ବ୍ଲକରେ ଶୁକ୍ରବାର ପାଖରୁ ‘ବିଜେପି ଛି ଛି’ ଅଭିଯାନ ଆରମ୍ଭ କରିବ ଟିଏମସି। ଦିଲ୍ଲୀ ହିଂସା ଘଟଣାରେ ବିଜେପିକୁ ଦାୟୀ କରି ଟିଏମସି ଏଭଳି ଅଭିଯାନ ଆରମ୍ଭ କରିବାକୁ ଯାଉଛି। ନର୍ଥ ବେଙ୍ଗଲରେ ଥିବା ଦକ୍ଷିଣ ଦିନାଜପୁର ଜିଲ୍ଲାରେ ଏକ ରାଲିକୁ ଉଦବୋଧନ ଦେବା ବେଳେ ‘ବିଜେପି ଛି […]

mamata-banerjee

Subhransu Sekhar
  • Published: Wednesday, 04 March 2020
  • , Updated: 04 March 2020, 06:10 PM IST

କୋଲକାତା: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ କେନ୍ଦ୍ରର ଶାସକ ଦଳ ତଥା ରାଜ୍ୟରେ ବିରୋଧୀ ଭାବରେ ଉଭା ହୋଇଥିବା ବିଜେପି ବିରୋଧରେ ଗର୍ଜିବ। ରାଜ୍ୟର ପ୍ରତି ବ୍ଲକରେ ଶୁକ୍ରବାର ପାଖରୁ ‘ବିଜେପି ଛି ଛି’ ଅଭିଯାନ ଆରମ୍ଭ କରିବ ଟିଏମସି। ଦିଲ୍ଲୀ ହିଂସା ଘଟଣାରେ ବିଜେପିକୁ ଦାୟୀ କରି ଟିଏମସି ଏଭଳି ଅଭିଯାନ ଆରମ୍ଭ କରିବାକୁ ଯାଉଛି। ନର୍ଥ ବେଙ୍ଗଲରେ ଥିବା ଦକ୍ଷିଣ ଦିନାଜପୁର ଜିଲ୍ଲାରେ ଏକ ରାଲିକୁ ଉଦବୋଧନ ଦେବା ବେଳେ ‘ବିଜେପି ଛି ଛି’ ଅଭିଯାନ ବାବଦରେ ମମତା ଘୋଷଣା କରିଛନ୍ତି।

ଦିଲ୍ଲୀରେ ଦେଖାଦେଇଥିବା ଘଟଣା ପାଇଁ ବିଜେପିକୁ ମମତା ଦାୟୀ କରିଛନ୍ତି। ବାହାରୁ ଲୋକ ଆଣି ଦିଲ୍ଲୀରେ ବିଜେପି ହିଂସା ଏବଂ ହତ୍ୟା କରିଛି ବୋଲି ମମତା ଦାବି କରିଛନ୍ତି। ଏହି ଅଭିଯାନ ଜରିଆରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଏବଂ ଜାତୀୟ ଜନସଂଖ୍ୟା ରେଜିଷ୍ଟରକୁ ରାଜ୍ୟର ଶାସକ ଦଳ ବିରୋଧ କରିବ।

ଦିଲ୍ଲୀ ହିଂସା ପ୍ରସଙ୍ଗରେ ମତ ରଖିବାକୁ ଯାଇ ସେ କହିଛନ୍ତି ଆମ ଦେଶରେ ଏଭଳି ଲୋକ (ବିଜେପି) ର ସ୍ଥାନ ନାହିଁ। ଦିଲ୍ଲୀର ହିଂସା ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ମୃତ ଦେହ ଗୁଡ଼ିକ ରାସ୍ତା ପାର୍ଶ୍ୱରେ ଯାଇଥିବା ନାଳରେ ଭାସୁଛି ବୋଲି ଯୁକ୍ତି ବାଢ଼ିଛନ୍ତି ମମତା।

ଦିଲ୍ଲୀର ୭୦୦ ଲୋକ ଏବେ ନିଖୋଜ ଅଛନ୍ତି। ବହୁ ଲୋକଙ୍କ ମୃତଦେହ ଏପର‌୍ୟ୍ୟନ୍ତ ମିଳିପାରି ନାହିଁ। ଏବଂ ପୁନର୍ବାର ମୃତ ଦେହ ଅଛି ଯାହା ଏପର‌୍ୟ୍ୟନ୍ତ ଚିହ୍ନଟ ହୋଇପାରି ନାହିଁ ବୋଲି ମମତା କହିଛନ୍ତି।

ଯଦିଓ ବଙ୍ଗଳାରେ କିଛି ଘଟିନାହିଁ, ତଥାପି ବିଜେପି ରାଜ୍ୟରେ ଅତ୍ୟଧିକ କଳହ ସୃଷ୍ଟି କରିବାକୁ ଚାହୁଁଛି ବୋଲି ମମତା କହିଛନ୍ତି। ବିଜେପିକୁ ଟାର୍ଗେଟ କରି ମମତା କହିଛନ୍ତି, ସେମାନେ କେବଳ ଘୃଣା ରାଜନୀତିରେ ଲିପ୍ତ ଅଛନ୍ତି, ରାଜନୀତିର ଘୃଣା ଅଳିଆ ସଦୃଶ।

Related story