ପୋଷ୍ଟାଲ ଭୋଟରେ ତୃଣମୂଳ କଂଗ୍ରେସକୁ ମାତ୍ ଦେଲା ବିଜେପି

କୋଲକାତା: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ପାଇଁ ଏବେ ସମୀକ୍ଷାରେ ବେଳ। ରାଜ୍ୟର ଏହି ଶାସକ ଦଳ ସାଧାରଣ ନିର୍ବାଚନରେ ବିଜେପି ଅପେକ୍ଷା  ବହୁତ କମ ପୋଷ୍ଟାଲ ଭୋଟ ପାଇଛି । ପୋଷ୍ଟାଲ ଭୋଟରେ ୪୨ ଲୋକସଭା ଆସନରୁ ବିଜେପି ୩୯ଟି ଆସନରେ ଟିଏମସିକୁ ମାତ୍ ଦେଇଥିବା ବେଳେ ଦୁଇଟି ଆସନରେ ଟିଏମସି ଓ ଗୋଟିଏ ଆସନରେ ସିପିଆଇଏମ୍ ଆଗରେ ଥିଲା। ଉଦାହରଣ ସ୍ୱରୂପ ଘାଟାଲ ନିର୍ବାଚନମଣ୍ଡଳୀର ଭାରତୀ ଘୋଷ ପୋଷ୍ଟାଲ ଭୋଟରେ ୧, ୪୬୩ […]

west bengal bjp

Subhransu Sekhar
  • Published: Saturday, 25 May 2019
  • , Updated: 25 May 2019, 09:56 AM IST

କୋଲକାତା: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ପାଇଁ ଏବେ ସମୀକ୍ଷାରେ ବେଳ। ରାଜ୍ୟର ଏହି ଶାସକ ଦଳ ସାଧାରଣ ନିର୍ବାଚନରେ ବିଜେପି ଅପେକ୍ଷା  ବହୁତ କମ ପୋଷ୍ଟାଲ ଭୋଟ ପାଇଛି । ପୋଷ୍ଟାଲ ଭୋଟରେ ୪୨ ଲୋକସଭା ଆସନରୁ ବିଜେପି ୩୯ଟି ଆସନରେ ଟିଏମସିକୁ ମାତ୍ ଦେଇଥିବା ବେଳେ ଦୁଇଟି ଆସନରେ ଟିଏମସି ଓ ଗୋଟିଏ ଆସନରେ ସିପିଆଇଏମ୍ ଆଗରେ ଥିଲା।

ଉଦାହରଣ ସ୍ୱରୂପ ଘାଟାଲ ନିର୍ବାଚନମଣ୍ଡଳୀର ଭାରତୀ ଘୋଷ ପୋଷ୍ଟାଲ ଭୋଟରେ ୧, ୪୬୩ ଖଣ୍ଡ ଭୋଟ ପାଇଥିବା ବେଳେ ଦୀପକ ଅଧିକାରୀ ୫୫୨ ଖଣ୍ଡ ଭୋଟ ପାଇଥିଲେ। ହେଲେ ଇଭିଏମ ଭୋଟିଂରେ ଦୀପକ ଅଧିକାରୀ ବିଜୟୀ ହୋଇଛନ୍ତି।

ସୂଚନା ଥାଉ କି ପଶ୍ଚିମବଙ୍ଗର ୪୨ ଲୋକସଭା ଆସନରୁ ବିଜେପି ୧୮ଟି ଆସନରେ ବିଜୟୀ ହୋଇଥିବା ବେଳେ ଟିଏମସି ୨୨ଟି ଓ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଛି।

Related story