ବିଧାୟକ ପଦରୁ ଇସ୍ତଫା ଦେଲେ ଶୁଭେନ୍ଦୁ, ବିଜେପିରେ ହେବେ ସାମିଲ

କୋଲକାତା: ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି)କୁ ଜବରଦସ୍ତ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିଧାନସଭା ବାଚସ୍ପତିଙ୍କ ନିଟକୁ ପଠାଇ ଦେଇଛନ୍ତି। ଗତ ମାସରେ ସେ ମମତା ବାନାର୍ଜୀଙ୍କ କ୍ୟାବିନେଟ୍‌ରୁ ମଧ୍ୟ ଇସ୍ତଫା ଦେଇଥିଲେ। ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଶୁଭେନ୍ଦୁ ଅଧିକାରୀ ବିଜେପିରେ ମିଶିବେ। ତେଣୁ ସେ ଟିଏମସି ସହ ଗୋଟିଏ ପରେ ଗୋଟିଏ ସମ୍ପର୍କଚ୍ଛିନ୍ନ କରିବାରେ ଲାଗିଛନ୍ତି। […]

r

Hemant Lenka
  • Published: Wednesday, 16 December 2020
  • , Updated: 16 December 2020, 04:50 PM IST

କୋଲକାତା: ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି)କୁ ଜବରଦସ୍ତ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିଧାନସଭା ବାଚସ୍ପତିଙ୍କ ନିଟକୁ ପଠାଇ ଦେଇଛନ୍ତି। ଗତ ମାସରେ ସେ ମମତା ବାନାର୍ଜୀଙ୍କ କ୍ୟାବିନେଟ୍‌ରୁ ମଧ୍ୟ ଇସ୍ତଫା ଦେଇଥିଲେ।

ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଶୁଭେନ୍ଦୁ ଅଧିକାରୀ ବିଜେପିରେ ମିଶିବେ। ତେଣୁ ସେ ଟିଏମସି ସହ ଗୋଟିଏ ପରେ ଗୋଟିଏ ସମ୍ପର୍କଚ୍ଛିନ୍ନ କରିବାରେ ଲାଗିଛନ୍ତି। ଶୁଭେନ୍ଦୁଙ୍କ ଦବଦବା କେବଳ ନିଜ ନିର୍ବାଚନମଣ୍ଡଳୀ ନନ୍ଦିଗ୍ରାମରେ ନଥିଲା ବରଂ ମାଲଦା, ମୁର୍ଶିଦାବାଦ, ପୁରଲିଆ, ବାନକୁରା ଓ ପଶ୍ଚିମ ମେଦିନାପୁରରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କାରଣ ସେ ଏହି ସବୁ ଅଞ୍ଚଳରେ ଟିଏମସିର ଇନଚାର୍ଜ ଭାବେ କାର୍ଯ୍ୟ କରୁଥିଲେ। ତେଣୁ ସେ ଯଦି ବିଜେପିରେ ମିଶିବେ, ତା’ହେଲେ ଏହି ସବୁ ଅଞ୍ଚଳରେ ଥିବା ତାଙ୍କ ସହଯୋଗୀମାନେ ମଧ୍ୟ ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି।

Related story