୩ ତଲାକ୍‌ ବିଲ୍‌: କଂଗ୍ରେସ ଅଭିମୁଖ୍ୟକୁ ବିରୋଧ କରି ସଂସଦ ବାହାରେ ମୁସ୍‌ଲିମ୍‌ ମହିଳାଙ୍କ ବିରୋଧ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ୩ ତଲାକ୍‌ ବିଲ୍‌ ଉପରେ ମୋହର ଲାଗିପାରୁ ନାହିଁ। କଂଗ୍ରେସ ଓ ବିରୋଧୀ ଦଳଗୁଡିକ ନିଜ ଜିଦ୍‌ରେ ଅଡି ବସିଥିବାରୁ ରାଜ୍ୟସଭାରେ ଏହାକୁ ପାସ୍‌ କରାଇବା କାଠିକର ପାଠ ହେଉଛି। ଏହାକୁ ବିରୋଧ କରିଛନ୍ତି ଅନେକ ମୁସଲିମ୍‌ ମହିଳା ସଙ୍ଗଠନ। ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେମାନେ ଏଭଳି ବିଲ୍‌ ଆଣୁଥିବାରୁ ପ୍ରଶଂସା କରୁଥିବା ବେଳେ କଂଗ୍ରେସ ଭଳି ସଙ୍ଗଠନ ଏହାକୁ ବିରୋଧ କରୁଥିବାରୁ ମୁସ୍‌ଲିମ୍‌ ମହିଳାମାନେ ଦଳର ଏଭଳି କାର୍ଯ୍ୟକୁ […]

muslim_teen_1515145692_618x347

Rakesh Mallick
  • Published: Friday, 05 January 2018
  • , Updated: 05 January 2018, 05:26 PM IST

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ୩ ତଲାକ୍‌ ବିଲ୍‌ ଉପରେ ମୋହର ଲାଗିପାରୁ ନାହିଁ। କଂଗ୍ରେସ ଓ ବିରୋଧୀ ଦଳଗୁଡିକ ନିଜ ଜିଦ୍‌ରେ ଅଡି ବସିଥିବାରୁ ରାଜ୍ୟସଭାରେ ଏହାକୁ ପାସ୍‌ କରାଇବା କାଠିକର ପାଠ ହେଉଛି। ଏହାକୁ ବିରୋଧ କରିଛନ୍ତି ଅନେକ ମୁସଲିମ୍‌ ମହିଳା ସଙ୍ଗଠନ। ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେମାନେ ଏଭଳି ବିଲ୍‌ ଆଣୁଥିବାରୁ ପ୍ରଶଂସା କରୁଥିବା ବେଳେ କଂଗ୍ରେସ ଭଳି ସଙ୍ଗଠନ ଏହାକୁ ବିରୋଧ କରୁଥିବାରୁ ମୁସ୍‌ଲିମ୍‌ ମହିଳାମାନେ ଦଳର ଏଭଳି କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି।

ବିଲ୍‌ ପାସ୍‌ ହୋଇପାରୁ ନ ଥିବାରୁ ମୁସଲିମ୍‌ ମହିଳାମାନେ କହିଛନ୍ତି ଯେ, କଂଗ୍ରସ ଏକ ମୁସ୍‌ଲିମ୍‌ ବିରୋଧୀ ଦଳ। ଏଭଳି ନିଷ୍ପତ୍ତିର ବିରୋଧାଚରଣ କରି ସେମାନେ ନିଜ ହୀନମନ୍ୟତା ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଆମ ନ୍ୟାୟ ପାଇବାକୁ ଆଶାୟୀ ଅଛୁ। ଆନ୍ଦୋଳନରତା ଫରାହା ଫୈଜ୍‌ ନାମ୍ନୀ ମହିଳା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଏଭଳି ଏକ ବିଧେୟକ ଆଣିଥିବାରୁ ଆମେ ତାଙ୍କୁ ଧନ୍ୟବାଦ୍‌ ଜଣାଉଛୁ। ଲୋକ ସଭାରେ ଏହି ବିଧେୟକ ପାସ୍‌ ହୋଇଥିବା ବେଳେ ରାଜ୍ୟସଭାରେ  ଏହା କଂଗ୍ରେସର ବିରୋଧ ଲାଗି ପାସ୍‌ ହୋଇପାରି ନାହିଁ। କଂଗ୍ରେସ ଯେତେ ବି ବିରୋଧ କଲେ ମଧ୍ୟ ଏହା ପାସ୍‌ ହେବ ବୋଲି ସେ ଆଶାବାଦୀ ରହିଥିବା କହିଛନ୍ତି।

Related story