୨ ସାଧୁଙ୍କ ସମେତ ୩ ଜଣଙ୍କୁ ପିଟିପିଟି ମାରିଦେଲେ, ପୁଲିସ୍‌କୁ ବି ଶୁଣିଲେନି

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ କିଛି ଲୋକ ୩ ଜଣଙ୍କୁ ପିଟି ପିଟି ମାରିଥିବା ଘଟଣା ବର୍ତ୍ତମାନ ଖବରରେ ଆସିଛି। ଏଥିରେ ୨ ଜଣ ସାଧୁ ମଧ୍ୟ ଅଛନ୍ତି। ଅନ୍ୟପକ୍ଷରେ ତୃତୀୟ ଜଣଙ୍କ ସେମାନଙ୍କ ଡ୍ରାଇଭର ବୋଲି ଜଣାପଡ଼ିଛି। ମୃତ ୩ ଜଣଙ୍କ ପରିଚୟ ମଧ୍ୟ ଜଣାପଡ଼ିଛି। ଜଣେ ସୁଶୀଲଗୁରି ମହାରାଜ, ଅନ୍ୟଜଣେ ଚିକ୍‌ନେ ମହାରାଜ କଳ୍ପବୃକ୍ଷ ଗିରି ଏବଂ ଡ୍ରାଇଭର ନୀଲେଶ ତଲୱଡ଼େ। ଏହି ଘଟଣା ପ୍ରଘଟ ହେବା ପରେ ବିଜେପି ପକ୍ଷରୁ ଉଚ୍ଚ ସ୍ତରୀୟ […]

palghar

Subrat Kumar Nayak
  • Published: Sunday, 19 April 2020
  • , Updated: 19 April 2020, 11:54 PM IST

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ କିଛି ଲୋକ ୩ ଜଣଙ୍କୁ ପିଟି ପିଟି ମାରିଥିବା ଘଟଣା ବର୍ତ୍ତମାନ ଖବରରେ ଆସିଛି। ଏଥିରେ ୨ ଜଣ ସାଧୁ ମଧ୍ୟ ଅଛନ୍ତି। ଅନ୍ୟପକ୍ଷରେ ତୃତୀୟ ଜଣଙ୍କ ସେମାନଙ୍କ ଡ୍ରାଇଭର ବୋଲି ଜଣାପଡ଼ିଛି। ମୃତ ୩ ଜଣଙ୍କ ପରିଚୟ ମଧ୍ୟ ଜଣାପଡ଼ିଛି। ଜଣେ ସୁଶୀଲଗୁରି ମହାରାଜ, ଅନ୍ୟଜଣେ ଚିକ୍‌ନେ ମହାରାଜ କଳ୍ପବୃକ୍ଷ ଗିରି ଏବଂ ଡ୍ରାଇଭର ନୀଲେଶ ତଲୱଡ଼େ। ଏହି ଘଟଣା ପ୍ରଘଟ ହେବା ପରେ ବିଜେପି ପକ୍ଷରୁ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରାଯାଇଛି।

ଗତ ଗୁରୁବାର ମୁମ୍ବାଇଠାରୁ ୧୨୫ କିଲୋମିଟର ଦୂରରେ ଏହି ଘଟଣା ଘଟିଛି। ଏଥିରେ ଜଣେ ୭୦ ବଷୟ ବୟସ୍କ ସାଧୁଙ୍କର ମୃତ୍ୟୁ ଘଟିଛି। ଗଡ଼ଚିଞ୍ଚଲେ ଗ୍ରାମରେ ଘଟିଥିବା ଏହି ଘଟଣାର କିଛି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏଥିରେ ସ୍ପଷ୍ଟ ଜଣାପଡ଼ୁଛି ଗଡ଼ଚିଞ୍ଚଲେ ଗ୍ରାମର କିଛି ବ୍ୟକ୍ତି ଠେଙ୍ଗା ଏବଂ ପଥରରେ ଆକ୍ରମଣ କରୁଛନ୍ତି। ଏପରିକି ସାଧୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ପୁଲିସ୍‌ ଉପରେ ଏବଂ ପୁଲିସ୍‌ ଗାଡ଼ ଉପରେ ମଧ୍ୟ ଆକ୍ରମଣ ହୋଇଛି।

କିଛି ଭିଡିଓରୁ ଗୋଟିଏରେ, ‘ଓୟେ ଇସ୍‌କୋ ମାରୋ’ ବୋଲି କେହି ଜଣେ ଚିଲାଉଥିବାର ଶୁଣିବାକୁ ମିଳୁଛି। ଏଥିରେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୁଣ୍ଡରୁ ରକ୍ତ ଝରୁଛି ଏବଂ ସେ ଜୀବନ ଭିକ୍ଷା କରୁଥିବା ଏନ୍‌ଡିଟିଭି ରିପୋର୍ଟ କରିଛି। ଅନ୍ୟ ଏକ ଭିଡିଓରେ ଲୋକେ ପୁଲିସ୍‌ ଗାଡ଼ିକୁ ଭଙ୍ଗାରୁଜା କରାଯାଉଛି। ତେବେ ଘଟଣା ପଛରେ ଏକ ଗୁଜବ ରହିଥିବା କୁହାଯାଉଛି। ଏହି ଗୁଜବ ଅନୁଯାୟୀ କିଛି ଲୋକ କୁଆଡ଼େ ପିଲା ଚୋରି କରିବାକୁ ଆସୁଛନ୍ତି। କିନ୍ତୁ ସ୍ଥାନୀୟ ଜିଲ୍ଲାପାଳ ଏହାକୁ ଖଣ୍ଡନ କରିବା ସହ ଗୁଜବରେ ବିଶ୍ୱାସ ନ କରିବାକୁ କହିଛନ୍ତି।

ଜିଲ୍ଲାପଳ କୈଲାଶ ସିନ୍ଦେ କହିଛନ୍ତି, “ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ଏହି ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ଗାଡ଼ିକୁ ଆଣିବାକୁ ଚେଷ୍ଟା କରୁଥିବା ସମୟରେ ମଧ୍ୟ ଆକ୍ରମଣ ହୋଇଥିଲା। ଶେଷରେ ଅତି କଷ୍ଟରେ ପୁଲିସ୍‌ ସେମାନଙ୍କୁ ହସ୍ପିଟାଲ ଆଣି ପାରିଥିଲା, କିନ୍ତୁ ସେଠାରେ ସେମାନେ ପ୍ରାଣ ହରାଇଥିଲେ। ବର୍ତ୍ତମାନ ତଦନ୍ତ ଜାରି ରହିଛି ଏବଂ ୧୧୦ ଜଣଙ୍କୁ ଅଟକ ରଖାଯାଇଛି।”

ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ କହିଛନ୍ତି, “ଭିଜୁଆଲ୍ ଗୁଡ଼ିକୁ ଦେଖି ପାଲଘର୍ ମୋବ୍‌ ଲିଞ୍ଚିଂ ଘଟଣା ଆଶ୍ଚର୍ଯ୍ୟଜନକ ଏବଂ ଅମାନବୀୟ ମନେ ହେଉଛି। ବିଶେଷ କରି ଯେତେବେଳେ ଆମେ ଅନ୍ୟ ଏକ କଠିନ ସମୟ ଦେଇ ଗତି କରୁଛୁ ଏହା ଅଧିକ ବିବ୍ରତ କରୁଛି। ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଯେ ତୁରନ୍ତ ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନ ସ୍ଥାପନ କରନ୍ତୁ ଏବଂ ନିଶ୍ଚିତ କରନ୍ତୁ। ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଶୀଘ୍ର ଦଣ୍ଡିତ କରାଯାଉ।”

Related story