ତୃଣମୂଳ କଂଗ୍ରେସକୁ ଚାଲେଞ୍ଚ୍‍ କଲେ ଆଖି ତାଡ଼ି ଦେବୁ: ଅଭିଷେକ ବାନାର୍ଜୀ

କୋଲକାତା: ଯେଉଁ ମାନେ ତୃଣମୂଳ କଂଗ୍ରେସର ପ୍ରଶାସନିକ ବ୍ୟବସ୍ଥାକୁ ଚାଲେଞ୍ଜ୍ ଦେବେ ସେମାନଙ୍କର ଆଖି ତାଡ଼ି ଦିଆଯିବ ଓ ହାତ କାଟି ଦିଆଯିବ। ଏଭଳି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତୃଣମୂଳ କଂଗ୍ରେସର ଯୁବ ଶାଖା ସଭାପତି ଅଭିଷେକ ବାନାର୍ଜୀ। ସେ ହେଉଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା। ଦଳ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରୁଥିବା ବେଳେ ଏ କଥା କହିଥିଲେ ଅଭିଷେକ। ଏହା ସହିତ […]

abhisek

Rakesh Mallick
  • Published: Tuesday, 23 June 2015
  • , Updated: 23 June 2015, 07:18 AM IST

କୋଲକାତା: ଯେଉଁ ମାନେ ତୃଣମୂଳ କଂଗ୍ରେସର ପ୍ରଶାସନିକ ବ୍ୟବସ୍ଥାକୁ ଚାଲେଞ୍ଜ୍ ଦେବେ ସେମାନଙ୍କର ଆଖି ତାଡ଼ି ଦିଆଯିବ ଓ ହାତ କାଟି ଦିଆଯିବ। ଏଭଳି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତୃଣମୂଳ କଂଗ୍ରେସର ଯୁବ ଶାଖା ସଭାପତି ଅଭିଷେକ ବାନାର୍ଜୀ। ସେ ହେଉଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା। ଦଳ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରୁଥିବା ବେଳେ ଏ କଥା କହିଥିଲେ ଅଭିଷେକ।
ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ଟାର୍ଗେଟ୍ କରିଥିଲେ। ସେ କହିଥିଲେ, ଅଧିକାଂଶ ରାଜନୈତିକ ଦଳ ଏବେ ପ୍ରଧାନମନ୍ତ୍ରୀଙ୍କ ପାଦ ତଳେ ପଡ଼ି ଯାଇଛନ୍ତି। କିନ୍ତୁ ତୃଣମୂଳ କଂଗ୍ରେସ ସେମିତି କରି ନାହିଁ।

ଅଭିଷେକ ଆହୁରି ମଧ୍ୟ କହିଥିଲେ ଯେ ଯେଉଁମାନେ ପଶ୍ଚିମବଙ୍ଗ ଲୋକମାନଙ୍କ ଅମଙ୍ଗଳ ଚାହିଁବେ ଓ ସେମାନଙ୍କୁ ବିଭ୍ରାନ୍ତ କରିବାକୁ ଚାହିଁବେ ସେମାନଙ୍କୁ ବି ଛଡ଼ା ଯିବ ନାହିଁ। ଯେଉଁ ପର୍ଯ୍ୟନ୍ତ ମମତା ଅଛନ୍ତି ସେପର୍ଯ୍ୟନ୍ତ ପଶ୍ଚିମ ବଙ୍ଗ ଉପରକୁ କେହି ଆଖି ଉଠାଇ ଦେଖିବାକୁ ସାହାସ କରି ପାରିବେ ନାହିଁ। ତଣମୂଳ କଂଗ୍ରେସ ଦିଲ୍ଲୀରେ, ସଂସଦରେ ଓ ଅନ୍ୟାନ୍ୟ ସ୍ଥାନରେ ବହୁ ଆନ୍ଦୋଳନ କରିଛି। ଲୋକଙ୍କ ସ୍ୱାର୍ଥକୁ ତୃଣମୂଳ କଂଗ୍ରେସ ଗୁରୁତ୍ୱ ଦେଇ ଆସିଛି। ଏଥିପାଇଁ ଦଳ ସବୁ କିଛି କରିପାରିବ। ବିଜେପିକୁ ଇଙ୍ଗିତ କରି ସେ ଏହା କହିଥିଲେ ବୋଲି ଆଲୋଚନା ହେଉଛି।
ଅନ୍ୟପକ୍ଷରେ ବିଜେପି ନେତା ଜିଭିଏଲଏନ ରାଓ କହିଛନ୍ତି ଯେ ଯଦି ତୃଣମୂଳ କଂଗ୍ରେସର ନେତାମାନେ ଭାବୁଛନ୍ତି ଯେ ଏଭଳି ଶବ୍ଦ ପ୍ରେୟୋଗ କରି ସେମାନେ ଲୋକଙ୍କୁ ଭୟଭୀତ କରାଇବେ ତା’ହେଲେ ତାହା ଭୁଲ। ଏହା ଦ୍ୱାରା ଓଲଟି ଆନ୍ଦୋଳନ ହେବ। ସେମାନଙ୍କ ବିରୁଦ୍ଧରେ ବିଦ୍ରୋହ ହେବ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ମାସରେ ପୂର୍ବ ମିଦନାପୁରର ଚାନ୍ଦିପୁର ଠାରେ ଏକ ରାଲି ବେଳେ ଅଭିଷେକ ବାନାର୍ଜୀ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିଲେ। ଏହାକୁ ନେଇ ଦଳରେ ଅସନ୍ତୋଷ ଦେଖାଯାଇଥିଲା।

Related story