ଭାରତ ପରେ ଆମେରିକାରେ ବ୍ୟାନ୍‌ ହେଲା ଟିକଟକ, ଟ୍ରମ୍ପ ଦେଲେ ଏମିତି ନିର୍ଦ୍ଦେଶ

ୱାଶିଂଟନ: ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି ଆମେରିକା। ଭାରତ ଭଳି ଆମେରିକା ମଧ୍ୟ ନିଜ ଦେଶରେ ଚାଇନିଜ ଆପ୍‌ ଟିକଟକ ଓ ୱି ଚ୍ୟାଟ ଉପରେ ନିଷେଧାଦେଶ ଲଗାଇବାକୁ ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ସମ୍ପର୍କରେ ସୂଚନା ଦେବା ସହ ଟିକଟକ ଓ ୱିଚ୍ୟାଟ ଭଳି ଚାଇନିଜ୍‌ ଆପର ମାଲିକଙ୍କ ସହ କୌଣସି ପ୍ରକାରର ବ୍ୟବସାୟିକ ସମ୍ପର୍କ ନ ରଖିବାକୁ କହିଛନ୍ତି। ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖ ସୁଦ୍ଧା ଦେଶରେ […]

f

Hemant Lenka
  • Published: Friday, 07 August 2020
  • , Updated: 07 August 2020, 02:16 PM IST

ୱାଶିଂଟନ: ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି ଆମେରିକା। ଭାରତ ଭଳି ଆମେରିକା ମଧ୍ୟ ନିଜ ଦେଶରେ ଚାଇନିଜ ଆପ୍‌ ଟିକଟକ ଓ ୱି ଚ୍ୟାଟ ଉପରେ ନିଷେଧାଦେଶ ଲଗାଇବାକୁ ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ସମ୍ପର୍କରେ ସୂଚନା ଦେବା ସହ ଟିକଟକ ଓ ୱିଚ୍ୟାଟ ଭଳି ଚାଇନିଜ୍‌ ଆପର ମାଲିକଙ୍କ ସହ କୌଣସି ପ୍ରକାରର ବ୍ୟବସାୟିକ ସମ୍ପର୍କ ନ ରଖିବାକୁ କହିଛନ୍ତି।

ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖ ସୁଦ୍ଧା ଦେଶରେ ଟିକଟକ ଓ ୱି ଚ୍ୟାଟ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ ବୋଲି ଟ୍ରମ୍ପ କହିଛନ୍ତି। ଏ ସଂକ୍ରାନ୍ତ ଏକ ଆଦେଶନାମା ଉପରେ ଟ୍ରମ୍ପ ଦସ୍ତଖତ ମଧ୍ୟ କରିଛନ୍ତି। ଏହାପୂର୍ବରୁ ଆମେରିକା ସଂସଦ ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରିଥିଲା। ଯେଉଁଥିରେ ନିଜର କର୍ମଚାରୀମାନେ ଟିକଟକ କିମ୍ବା ଅନ୍ୟ କୌଣସି ଚାଇନିଜ୍‌ ଆପ ବ୍ୟବହାର କରିବେ ନାହିଁ ବୋଲି କୁହାଯାଇଥିଲା।

ନିଷେଧାଦେଶ ସମ୍ବଳିତ ଦସ୍ତାବିଜ୍‌ରେ ଦସ୍ତଖତ କରିବା ପରେ ଟ୍ରମ୍ପ କହିଛନ୍ତି, ଏଭଳି ଆପ ଜରିଆରେ ଦେଶର ଜାତୀୟ ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହେଉଛି। ଟିକଟକ ଓ ୱି ଚ୍ୟାଟ ଭଳି ଆପ୍‌ ଆଦୌ ବିଶ୍ୱାସଯୋଗ୍ୟ ନୁହେଁ। ତେଣୁ ଏହା ଉପରେ ରୋକ ଲାଗିବା ଜରୁରୀ ଥିଲା। ଏହି ଆପ ଜରିଆରେ ଚାଇନା ଆମ ଦେଶର ଲୋକମାନଙ୍କର ବ୍ୟକ୍ତିଗତ ତଥ୍ୟ ହାସଲ କରିପାରୁଛି।

ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସବୁ ମଧ୍ୟ ଚାଇନାର ଗୁଇନ୍ଦା ବିଭାଗ ଜାଣି ପାରୁଛି। ଟିକଟକ ଆପ ଦ୍ୱାରା ଚାଇନା ଆମେ ଦେଶର ଫେଡରାଲ କର୍ମଚାରୀ ଓ ଠିକାଦାରଙ୍କ ଅବସ୍ଥିତି ବିଷୟରେ ବି ଜାଣିପାରୁଛି। ଏହି ତଥ୍ୟ ପାଇଁ ଚାଇନା ଗୁଇନ୍ଦାଗିରି କରୁଛି ଓ କର୍ମଚାରୀଙ୍କୁ ବ୍ଲାକମେଲ କରି ନିଜର ଫାଇଦା ହାସଲ କରୁଛି।

ନିକଟରେ ଭାରତ ସରକାର ସମାନ କାରଣ ପାଇଁ ଟିକଟିକ ଓ ଅନ୍ୟ ଚାଇନିଜ ଆପକୁ ପୂରା ଦେଶରେ ବ୍ୟାନ କରିଥିଲେ। ଏବେ ଆମେରିକା ମଧ୍ୟ ଜାତୀୟ ସୁରକ୍ଷା ପାଇଁ ସମାନ ପଦକ୍ଷେପ ଗ୍ରହଣ କରୁଛି ବୋଲି ସେ କହିଛନ୍ତି।

Related story