ପୁଣିଥରେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକାର ପ୍ରସ୍ତାବ

ୱାଶିଂଟନ୍‌: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପୁଣିଥରେ ଆଗ୍ରହ ଦେଖାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଦୁଇଥର କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ସାଜିବାକୁ ଆଗ୍ରହ ଦେଖାଇଥିବା ଟ୍ରମ୍ପ ଏବେ ହ୍ୱାଇଟ୍‌ ହାଉସ୍‌ ଜରିଆରେ ନିଜର ଉତ୍ସାହକୁ ପ୍ରଦର୍ଶନ କରିଛନ୍ତି। ଭାରତ ବାରମ୍ବାର କଶ୍ମୀର ନୂଆଦିଲ୍ଲୀ ଏବଂ ଇସ୍‌ଲାମାବାଦ ମଧ୍ୟରେ ଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହୁଥିଲେ ହେଁ ଆମେରିକା ପୁଣିଥରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ […]

we

Hemant Lenka
  • Published: Friday, 23 August 2019
  • , Updated: 23 August 2019, 04:33 PM IST

ୱାଶିଂଟନ୍‌: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପୁଣିଥରେ ଆଗ୍ରହ ଦେଖାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଦୁଇଥର କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ସାଜିବାକୁ ଆଗ୍ରହ ଦେଖାଇଥିବା ଟ୍ରମ୍ପ ଏବେ ହ୍ୱାଇଟ୍‌ ହାଉସ୍‌ ଜରିଆରେ ନିଜର ଉତ୍ସାହକୁ ପ୍ରଦର୍ଶନ କରିଛନ୍ତି।

ଭାରତ ବାରମ୍ବାର କଶ୍ମୀର ନୂଆଦିଲ୍ଲୀ ଏବଂ ଇସ୍‌ଲାମାବାଦ ମଧ୍ୟରେ ଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହୁଥିଲେ ହେଁ ଆମେରିକା ପୁଣିଥରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଜାରି ବିବୃତି ଅନୁଯାୟୀ, କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନକୁ ସହାୟତା କରିବା ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ରାଜି ଅଛନ୍ତି। ତେବେ ଏଥିପାଇଁ ଦୁଇ ଦେଶ ରାଜି ହେବା ଦରକାର। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଏବେ ଆମେରିକା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।

ଆମେ ନିୟମିତ ଭାବେ ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରୁଛୁ। ଏଥିସହ ସ୍ଥିତିକୁ ଉସାକାଇବା ଭଳି ବୟାନ ଦେବାକୁ ମଧ୍ୟ ଉଭୟ ପକ୍ଷ ଦୂରେଇ ରୁହନ୍ତୁ। ଜି-୭ ସମ୍ମିଳନୀ ଫ୍ରାନ୍ସରେ ହେବ। ଏହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବେ। ଆମେ ପୂର୍ବରୁ ବି ମଧ୍ୟସ୍ଥତା କଥା ଉଠାଇଥିଲୁ।

ହେଲେ ଭାରତ ଏଥିରେ ରାଜି ହୋଇ ନଥିଲା। ଏଯାଏ ଭାରତ ଆମକୁ ବିଧିବଦ୍ଧ ଭାବେ ମଧ୍ୟସ୍ଥତା କରିବାକୁ ନିମନ୍ତ୍ରଣ କରିନାହିଁ। ଜି-୭ ସମ୍ମିଳନୀରେ ମୋଦି ଜମ୍ମୁ-କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ କି ପ୍ରକାରର ବ୍ୟବସ୍ଥା ସବୁ ଗ୍ରହଣ କରିବାକୁ ଚାହୁଁଛନ୍ତି, ସେ କଥା ଟ୍ରମ୍ପ ତାଙ୍କ ଠାରୁ ଜାଣିବେ।

ଏଥିସହ କଶ୍ମୀରରେ ମାନବାଧିକାର କ୍ଷୁଣ୍ଣ ହେଉଥିବା ନେଇ ଯେଉଁ ଅଭିଯୋଗ ଆସୁଛି, ସେ ସମ୍ପର୍କରେ ମଧ୍ୟ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜଣାଇବେ।”
ଏହାପୂର୍ବରୁ ଦୁଇଥର ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ।

Related story