ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଚନ୍ଦ୍ରକୁ ମଙ୍ଗଳ ଗ୍ରହର ଏକ ଅଂଶ ବୋଲି କହି ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କୁ ଏଥିପାଇଁ ଟ୍ୱିଟରରେ ହଟହଟା ହେବାକୁ ପଡ଼ିଛ।
ସେ ଗତକାଲି ରାତିରେ ଟ୍ୱିଟ୍ କରି କହିଥିଲେ, ଆମେ (ମହାକାଶ ଅଭିଯାନ ପାଇଁ)ଯେଉଁ ପ୍ରକାର ପାଣି ଭଳି ଅର୍ଥ ବ୍ୟୟ କରୁଛୁ ସେଥିରେ ନାସା ପୁଣିଥରେ ଚନ୍ଦ୍ରପୃଷ୍ଠକୁ ଯିବା କଥା ନ ଉଠାଇଲେ ଭଲ। ତାହା ଆମେ ୫୦ ବର୍ଷ ଆଗରୁ କରିସାରିଛେ। ବରଂ ଏବେ ମଙ୍ଗଳ (ଚନ୍ଦ୍ର ଯାହାର ଅଂଶବିଶେଷ), ପ୍ରତିରକ୍ଷା ଏବଂ ବିଜ୍ଞାନ ପରି ବଡ଼ ପ୍ରକଳ୍ପ ଉପରେ ନାସା ଫୋକସ କରିବା ଦରକାର।
ଆପଣ ଠିକ୍ ପଢ଼ିଲେ, ଟ୍ରମ୍ପ ଏହିଁପରି ହିଁ ଟ୍ୱିଟ୍ କରିଥିଲେ। ସୂଚନାଯୋଗ୍ୟ, ଚନ୍ଦ୍ର ପୃଥିବୀର ପ୍ରାକୃତିକ ଉପଗ୍ରହ ଯାହାକି ଅହୋରାତ୍ର ପୃଥିବୀକୁ ପ୍ରଦୀକ୍ଷଣ କରିଥାଏ। ଅନ୍ୟପକ୍ଷରେ ମଙ୍ଗଳ ଗ୍ରହ ପୃଥିବୀଠାରୁ ୩୩.୯ ମିଲିଅନ୍ ମାଇଲ୍ ଦୂରରେ ଅଛି।
ତାଙ୍କର ଏହି ଟ୍ୱିଟ୍ ପରେ ଅନେକ ପ୍ରଶ୍ନ ଉଠିଛି। ଏଥିସହିତ ବେଶ୍ କିଛି ମିମ୍ସ, ଜୋକ୍ସ ଏବଂ ବ୍ୟଙ୍ଗ ବିଦ୍ରୁପ ସୋଶାଲ ମିଡିଆରେ ଘୂରିବୁଲୁଛି।
https://twitter.com/ThePrimalDino/status/1137111477599555584
https://twitter.com/MenacingKenneth/status/1137135553219104770
https://twitter.com/blumspew/status/1137152604608376835