ତୁର୍କୀରେ ୱିକିର ବିଜୟ

ଅଙ୍କାରା: ଗୁରୁବାର ତୁର୍କୀର ସାମ୍ବିଦାନିକ କୋର୍ଟରେ ଅନ୍‌ଲାଇନ୍‌ ଏନ୍‌ସାଇକ୍ଳୋପେଡିଆ ୱିକିପେଡିଆର ବିଜୟ ହୋଇଛି। ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ପାଇଁ ଏଠାରେ ୱିକିପେଡିଆ ବନ୍ଦ ରହିଥିବାରୁ ଏହା ବିରୋଧରେ ଆବେଦନ କରାଯାଇଥିଲା। ଏହାପରେ କୋର୍ଟ କହିଛନ୍ତି, ଏହା ବାକ୍‌ ୱାଧୀନତାର ଉଲ୍ଲଂଘନ। ଏହି ରାୟ ଫଳରେ ୱେବସାଇଟ୍‌ ବ୍ୟାନ୍‌ ହଟିବାକୁ ବାଟ ଫିଟିବ। ୨୦୧୭ ପରଠାରୁ ଏଠାରେ ୱିକିପେଡିଆ ବନ୍ଦ ରହିଛି। ତୁର୍କୀର ଆତଙ୍କବାଦୀ ସଂଗଠନଙ୍କ ସହ ଲିଙ୍କ ରହିଥିବା ନେଇ କିଛି ପୋଷ୍ଟ ସ୍ଥାନ […]

wikipedia

Subrat Kumar Nayak
  • Published: Friday, 27 December 2019
  • , Updated: 27 December 2019, 06:34 PM IST

ଅଙ୍କାରା: ଗୁରୁବାର ତୁର୍କୀର ସାମ୍ବିଦାନିକ କୋର୍ଟରେ ଅନ୍‌ଲାଇନ୍‌ ଏନ୍‌ସାଇକ୍ଳୋପେଡିଆ ୱିକିପେଡିଆର ବିଜୟ ହୋଇଛି। ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ପାଇଁ ଏଠାରେ ୱିକିପେଡିଆ ବନ୍ଦ ରହିଥିବାରୁ ଏହା ବିରୋଧରେ ଆବେଦନ କରାଯାଇଥିଲା। ଏହାପରେ କୋର୍ଟ କହିଛନ୍ତି, ଏହା ବାକ୍‌ ୱାଧୀନତାର ଉଲ୍ଲଂଘନ।

ଏହି ରାୟ ଫଳରେ ୱେବସାଇଟ୍‌ ବ୍ୟାନ୍‌ ହଟିବାକୁ ବାଟ ଫିଟିବ। ୨୦୧୭ ପରଠାରୁ ଏଠାରେ ୱିକିପେଡିଆ ବନ୍ଦ ରହିଛି। ତୁର୍କୀର ଆତଙ୍କବାଦୀ ସଂଗଠନଙ୍କ ସହ ଲିଙ୍କ ରହିଥିବା ନେଇ କିଛି ପୋଷ୍ଟ ସ୍ଥାନ ପାଇଥିବା ଅଭିଯୋଗ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ତେବେ କୋର୍ଟ ଏହାର ଶୁଣାଣି କରି କହିଥିଲେ, “ସମ୍ବିଧାନର ୨୬ତମ ଅନୁଚ୍ଛେଦ ଅଧୀନରେ ଥିବା ବାକ୍‌ ସ୍ୱାଧୀନତାର ଏହା ଉଲ୍ଲଂଘନ।”

ଅଣ ଆର୍ଥିକ ସଂସ୍ଥା ୱିକିପେଡିଆର ମୂଳ ସଂସ୍ଥା ୱିକିମେଡିଆ ପକ୍ଷରୁ ତୁର୍କୀର ସର୍ବୋଚ୍ଚ କୋର୍ଟରେ ଏହି ଆବେଦନ କରାଯାଇଥିଲା। ଏହି ସଂସ୍ଥା ପକ୍ଷରୁ ଏହାର ଓକିଲ ଗୋନେକ୍‌ ଗୁରୁକାୟନାକ୍‌ କହିଛନ୍ତି, ବ୍ୟାନ୍‌ ଲାଗିବାର ପ୍ରଥମ ଦିନରୁ କହିଆସିଛୁ ଏପରି ସମ୍ପୂର୍ଣ୍ଣ ବ୍ୟାନ୍‌ କରିବା ବେଆଇନ।

Related story