ନୂଆଦିଲ୍ଲୀ: ସୋସିଆଲ ମିଡିଆ ଯୋଗୁଁ ଜଣେ ଅସହାୟ ମହିଳାଙ୍କୁ ତ୍ୱରିତ ସହାୟତା ମିଳିଛି। କୁଆଲାଲୁମ୍ପୁରୁ ବିମାନବନ୍ଦରରେ ମୃତ ପୁଅ ସହ ଫସି ରହିଥିବା ଜଣେ ଭାରତୀୟ ମହିଳାଙ୍କୁ ସହାୟତାରେ ହାତ ବଢାଇଛି। ବୈଦେଶିକ ମନ୍ତ୍ରାଳୟ। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମୃତକଙ୍କର ଜଣେ ସାଙ୍ଗ ଟ୍ୱିଟ୍ କରି ଘଟଣା ସମ୍ପର୍କରେ ଜଣାଇବା ପରେ ତ୍ୱରିତ ପଦକ୍ଷେପ ନିଆଯାଇଛି।
ମହିଳା ଜଣକ ତାଙ୍କ ପୁଅ ସହ ଅଷ୍ଟ୍ରେଲିଆରୁ ଭାରତ ଆସୁଥିଲେ। ଏହି ସମୟରେ ହଠାତ କୁଆଲାଲୁମ୍ପୁରୁ ବିମାନବନ୍ଦରରେ ସମ୍ପୃକ୍ତ ମହିଳାଙ୍କ ପୁଅ ଦେହ ଅସୁସ୍ଥ ହୋଇ ପଡିଥିଲା। କିଛି କ୍ଷଣ ପରେ ସେଠାରେ ପୁଅର ମୃତ୍ୟୁ ହୋଇଥିଲା। ମହିଳା ଜଣକ ଅସହାୟ ହୋଇ ପଡ଼ିଥିବା ବେଳେ ଏହି ଖବର ପାଇ ତାଙ୍କ ପୁଅର ସାଙ୍ଗ ସୁଷମା ସ୍ୱରାଜଙ୍କୁ ଟ୍ୱିଟ୍ କରି ଏନେଇ ଜଣାଇଥିଲେ। ସୁଷମାଙ୍କ ନିର୍ଦ୍ଦେଶରେ କୁଆଲାଲୁମ୍ପୁରୁର ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସମ୍ପୃକ୍ତ ମହିଳାଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢାଇଛନ୍ତି। ସରକାରୀ ଖର୍ଚ୍ଚରେ ସେଠାରୁ ମୃତଦେହ ଅଣାଯାଉଛି ବୋଲି ସୁଷମା ଏକ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।