ପାସ୍‌ୱାର୍ଡ ବଦଳାଇବାକୁ ବ୍ୟବହାରକାରୀଙ୍କୁ ଟ୍ୱିଟରର ପରାମର୍ଶ

ନୂଆଦିଲ୍ଲୀ: ଟ୍ୱିଟର ଏହାର ୩୩ କୋଟି ବ୍ୟବହାରକାରୀଙ୍କୁ ପାସ୍‌ୱାର୍ଡ ବଦଳାଇବା ପାଇଁ ପରାମର୍ଶ ଦେଇଛି। ଏହି ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ଗୁରୁବାର ଟ୍ୱିଟ୍ କରି ଏହି ପରାମର୍ଶ ଦେଇଛି। ଟ୍ୱିଟର ପକ୍ଷରୁ କୁହାଯାଇଛି,“ଇଣ୍ଟରନାଲ ଲଗ୍‌ରେ ଏକ ବଗ୍‌ (ଏକ କଂପ୍ୟୁଟର ପ୍ରୋଗ୍ରାମ) ଥିବା ଦେଖିବାକୁ ମିଳିଥିଲା। ଫଳରେ ଇଣ୍ଟରନାଲ୍ ଲଗ୍‌ରେ ଥିବା ପାସ୍‌ୱାର୍ଡଗୁଡ଼ିକର ଖୁଲାସା ହୋଇଯାଇଛି। ଅବଶ୍ୟ ଏହାକୁ ଠିକ୍ କରି ଦିଆଯାଇଛି। ଏହା ଦ୍ୱାରା ଟ୍ୱିଟର ବ୍ୟବହାରକାରୀମାନଙ୍କ ଡାଟା ଉପରେ କୌଣସି ପ୍ରଭାବ ପଡ଼ି ନାହିଁ। […]

twtr img

Rakesh Mallick
  • Published: Friday, 04 May 2018
  • , Updated: 04 May 2018, 11:28 AM IST

ନୂଆଦିଲ୍ଲୀ: ଟ୍ୱିଟର ଏହାର ୩୩ କୋଟି ବ୍ୟବହାରକାରୀଙ୍କୁ ପାସ୍‌ୱାର୍ଡ ବଦଳାଇବା ପାଇଁ ପରାମର୍ଶ ଦେଇଛି। ଏହି ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ଗୁରୁବାର ଟ୍ୱିଟ୍ କରି ଏହି ପରାମର୍ଶ ଦେଇଛି।

ଟ୍ୱିଟର ପକ୍ଷରୁ କୁହାଯାଇଛି,“ଇଣ୍ଟରନାଲ ଲଗ୍‌ରେ ଏକ ବଗ୍‌ (ଏକ କଂପ୍ୟୁଟର ପ୍ରୋଗ୍ରାମ) ଥିବା ଦେଖିବାକୁ ମିଳିଥିଲା। ଫଳରେ ଇଣ୍ଟରନାଲ୍ ଲଗ୍‌ରେ ଥିବା ପାସ୍‌ୱାର୍ଡଗୁଡ଼ିକର ଖୁଲାସା ହୋଇଯାଇଛି। ଅବଶ୍ୟ ଏହାକୁ ଠିକ୍ କରି ଦିଆଯାଇଛି। ଏହା ଦ୍ୱାରା ଟ୍ୱିଟର ବ୍ୟବହାରକାରୀମାନଙ୍କ ଡାଟା ଉପରେ କୌଣସି ପ୍ରଭାବ ପଡ଼ି ନାହିଁ। ବ୍ୟବହାରକାରୀଙ୍କ ଏକାଉଣ୍ଟର ସୁରକ୍ଷା ମଧ୍ୟ ପ୍ରଭାବିତ ହୋଇନାହିଁ।”

ବଗ୍‌କୁ ଠିକ୍ କରି ଦିଆଯାଇଥିବା ସତ୍ତ୍ୱେ କଂପାନୀ ପକ୍ଷରୁ ଟ୍ୱିଟର ଏକାଣ୍ଟଧାରୀଙ୍କୁ ସେମାନଙ୍କ ପାସ୍‌ୱାର୍ଡ ବଦଳାଇ ଦେବାକୁ ପରାମର୍ଶ ଦିଆଯାଇଛି।

କଂପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଏଭଳି ବଗ୍ ସହିତ ଜଡ଼ିତ ସମସ୍ୟା ଯେପରି ଆଉ କେବେ ନହୁଏ, ସେଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଛି।

କିଛି ଦିନ ତଳେ ହୋଇଥିବା ଡାଟା ଚୋରି ଅଭିଯୋଗରେ ଫେସ୍‌ବୁକ୍ ପର ଟ୍ୱିଟର ମଧ୍ୟ ସାମିଲ ଥିଲା। ଟ୍ୱିଟର ଗୋଟିଏ ଦିନର ଡାଟାକୁ କେମ୍ବ୍ରିଜ ଆନାଲିଟିକାକୁ ଦେଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା।

Related story