ସୁଷମା ଆଉ ରହିବେନି ମନ୍ତ୍ରୀ, ବିଦାୟ ଜଣାଇଲେ ଟ୍ୱିଟାଳୀ

ନୂଆଦିଲ୍ଲୀ: ନିଜର କର୍ମ ଦକ୍ଷତା ପାଇଁ ଓ ଲୋକସମ୍ପର୍କ ରକ୍ଷା ପାଇଁ ଭାରତ ଏବଂ ବିଦେଶରେ ସୁପରିଚିତ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଉ ସେ ବିଭାଗର ମନ୍ତ୍ରୀ ରହିବେନି। ଏହାକୁ ନେଇ ଭାବବିହ୍ୱଳ ହୋଇପଡ଼ିଛନ୍ତି ଟ୍ୱିଟର ବ୍ୟବହାରକାରୀ। ସେ ଯେ ଆଉ ମନ୍ତ୍ରୀ ହେବେନାହିଁ , ଏକଥା ଗୁରୁବାର ସ୍ପଷ୍ଟ ହୋଇଯିବା ପରେ ଏବେ ଟ୍ୱିଟରରେ ଶହ ଶହ ଲୋକ ସୁଷମାଙ୍କ ପାଇଁ ବାର୍ତ୍ତା ପଠାଇବାରେ ଲାଗିଛନ୍ତି। ଗୋଟିଏ ଗୋଟିଏ ଟ୍ୱିଟ୍‌ରେ ପ୍ରବାସୀ ଭାରତୀୟଙ୍କ […]

swaraj

Subrat Kumar Nayak
  • Published: Friday, 31 May 2019
  • , Updated: 31 May 2019, 04:42 PM IST

ନୂଆଦିଲ୍ଲୀ: ନିଜର କର୍ମ ଦକ୍ଷତା ପାଇଁ ଓ ଲୋକସମ୍ପର୍କ ରକ୍ଷା ପାଇଁ ଭାରତ ଏବଂ ବିଦେଶରେ ସୁପରିଚିତ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଉ ସେ ବିଭାଗର ମନ୍ତ୍ରୀ ରହିବେନି। ଏହାକୁ ନେଇ ଭାବବିହ୍ୱଳ ହୋଇପଡ଼ିଛନ୍ତି ଟ୍ୱିଟର ବ୍ୟବହାରକାରୀ। ସେ ଯେ ଆଉ ମନ୍ତ୍ରୀ ହେବେନାହିଁ , ଏକଥା ଗୁରୁବାର ସ୍ପଷ୍ଟ ହୋଇଯିବା ପରେ ଏବେ ଟ୍ୱିଟରରେ ଶହ ଶହ ଲୋକ ସୁଷମାଙ୍କ ପାଇଁ ବାର୍ତ୍ତା ପଠାଇବାରେ ଲାଗିଛନ୍ତି। ଗୋଟିଏ ଗୋଟିଏ ଟ୍ୱିଟ୍‌ରେ ପ୍ରବାସୀ ଭାରତୀୟଙ୍କ ସମସ୍ୟାର ସମାଧାନ କରୁଥିବା ସୁଷମା ବିଦେଶୀ, ଏପରିକି ପାକିସ୍ତାନ ନାଗରିକଙ୍କର ଭାରତରେ ଚିକିତ୍ସା ବ୍ୟବସ୍ଥା କରାଇ ବେଶ୍‌ ଚର୍ଚ୍ଚିତ ଥିଲେ।
https://twitter.com/priyaakulkarni2/status/1134155680703606784?s=20

https://twitter.com/danielocarmon/status/1134163907088723970?s=20
ଗତକାଲି ମୋଦି ସରକାର-୨ ଶପଥ ନେଉଥିଲାବେଳେ ସେ ଦର୍ଶକଙ୍କ ମଧ୍ୟରେ ବସିଥିଲେ। ଏହାର ବେଶ କିଛି ଘଣ୍ଟା ପରେ ସେ ଟ୍ୱିଟରରେ ମତ ରଖିଛନ୍ତି। ସେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପଠାଇ ନୂଆ ସରକାରର ମଙ୍ଗଳ ମନାସିଛନ୍ତି।

ସେ କହିଛନ୍ତି, ବୈଦେଶିକ ବ୍ୟାପାର ମନ୍ତ୍ରୀ ହିସାବରେ ଆପଣ ମୋତେ ଗତ ୫ ବର୍ଷରେ ଦେଶର ନାଗରିକ ଏବଂ ବିଦେଶରେ ରହୁଥିବା ଭାରତୀୟଙ୍କ ସେବା କରିବାର ସୁଯୋଗ ଦେଇଛନ୍ତି। ମୁଁ କୃତଜ୍ଞ। ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଆମ ସରକାର ସଫଳତାର ସହ କାମ କରୁ।"
https://twitter.com/SushmaSwaraj/status/1134134966097403904?s=20
https://twitter.com/priyankac19/status/1134142911430266885?s=20
https://twitter.com/Soni_Razdan/status/1134179563884425217?s=20

Related story