ନୃଶଂସ: କରଜ ନ ଶୁଝିବାରୁ ଝିଅକୁ ହତ୍ୟା କରି ଆଖି ତାଡ଼ିଦେଲେ

ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ ଅନ୍ତର୍ଗତ ତାପ୍ପାଲ ସହରରେ ଏକ ଭୟଙ୍କର ଘଟଣା ଘଟିଛି। ବାପା ମା’ ୧୦ ହଜାର ଟଙ୍କା କରଜ କରି ଠିକଣା ସମୟରେ ନ ଫେରାଇବାରୁ ଟଙ୍କା ଦେଇଥିବା ବ୍ୟକ୍ତି ତାଙ୍କ ରାଗ ଜଣେ ଅଢ଼େଇ ବର୍ଷର ଝିଅ ଉପରେ ଶୁଝାଇଛନ୍ତି। ଦୁଇ ଜଣ ଦୁର୍ବୃତ୍ତ ଋଣ କରିଥିବା ବ୍ୟକ୍ତିଙ୍କ ଝିଅକୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରିବା ପରେ ତା’ ଆଖି ତାଡ଼ି ନେଇ ଯାଇଛନ୍ତି। ଏହି ଘଟଣା ପରେ ପୁଲିସ୍‌ […]

sq

Hemant Lenka
  • Published: Thursday, 06 June 2019
  • , Updated: 06 June 2019, 09:09 PM IST

ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ ଅନ୍ତର୍ଗତ ତାପ୍ପାଲ ସହରରେ ଏକ ଭୟଙ୍କର ଘଟଣା ଘଟିଛି। ବାପା ମା’ ୧୦ ହଜାର ଟଙ୍କା କରଜ କରି ଠିକଣା ସମୟରେ ନ ଫେରାଇବାରୁ ଟଙ୍କା ଦେଇଥିବା ବ୍ୟକ୍ତି ତାଙ୍କ ରାଗ ଜଣେ ଅଢ଼େଇ ବର୍ଷର ଝିଅ ଉପରେ ଶୁଝାଇଛନ୍ତି।

ଦୁଇ ଜଣ ଦୁର୍ବୃତ୍ତ ଋଣ କରିଥିବା ବ୍ୟକ୍ତିଙ୍କ ଝିଅକୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରିବା ପରେ ତା’ ଆଖି ତାଡ଼ି ନେଇ ଯାଇଛନ୍ତି। ଏହି ଘଟଣା ପରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି।

ଜୁନ୍‌ ୨ରେ ନିକଟସ୍ଥ ଏକ ଡମ୍ପିଂ ୟାର୍ଡରୁ ଝିଅଟିର ମୃତଦେହ ଉଦ୍ଧାର ହୋଇଥିଲା। ଏହାର ୩ ଦିନ ପୂର୍ବରୁ ଝିଅ ନିଖୋଜ ହୋଇଥିବା ବାପା ମା’ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଗିରଫ ଦୁଇ ଅଭିଯୁକ୍ତ ହେଲେ ଜାହିଦ ଓ ଅସଲାମ। ଉଭୟ ଝିଅଟିର ପଡ଼ୋଶୀ। ମେ’ ୩୧ରେ ପୁଲିସ୍‌ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଏହାପରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରି ଜେରା କରିବା ସମୟରେ ସେମାନେ ନିଜର ଦୋଷ ସ୍ୱୀକାର କରିଥିଲେ। ଜୁନ୍‌ ୨ରେ ଏକ ବୁଲା କୁକୁର ଏକ ପ୍ୟାକେଟ୍‌ ନେଇ ଯାଉଥିବା ବେଳେ ତା’ ମଧ୍ୟରୁ ଝିଅଟିର ମୃତଦେହକୁ ଉଦ୍ଧାର କରାଯାଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

Related story