ତବଲିଗି କର୍ମୀଙ୍କ ନାଁରେ ୨ଟି ମାମଲା ରୁଜୁ

ନୂଆଦିଲ୍ଲୀ: ପୁଲିସ ପୁଣିଥରେ ତବଲିଗି ଜମାତର କିଛି କର୍ମୀଙ୍କ ନାଁରେ ଦୁଇଟି ଅପରାଧିକ ମାମଲା ରୁଜୁ କରିଛି। ସେମାନେ କ୍ୱାରେଣ୍ଟାଇନ ସେଣ୍ଟରରେ ଅଶୋଭନୀୟ ଆଚରଣ କରୁଥିବାରୁ ଏଭଳି ମାମଲା ରୁଜୁ ହୋଇଛି। ଦିଲ୍ଲୀର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗୋଟିଏ ମାମଲା ଉତ୍ତର ପ୍ରଦେଶର ବାରାବାଙ୍କି ଜିଲ୍ଲାରେ ରୁଜୁ ହୋଇଛି। ଏଠାକାର ନାରେଲା ସ୍ଥିତ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଦୁଇ ଜଣ ଜମାତି ସେମାନଙ୍କ ରୁମ ବାହାରେ ମଳତ୍ୟାଗ କରିବାରୁ ପୁଲିସ ମାମଲା ରୁଜୁ […]

yf

Hemant Lenka
  • Published: Tuesday, 07 April 2020
  • , Updated: 07 April 2020, 12:04 PM IST

ନୂଆଦିଲ୍ଲୀ: ପୁଲିସ ପୁଣିଥରେ ତବଲିଗି ଜମାତର କିଛି କର୍ମୀଙ୍କ ନାଁରେ ଦୁଇଟି ଅପରାଧିକ ମାମଲା ରୁଜୁ କରିଛି। ସେମାନେ କ୍ୱାରେଣ୍ଟାଇନ ସେଣ୍ଟରରେ ଅଶୋଭନୀୟ ଆଚରଣ କରୁଥିବାରୁ ଏଭଳି ମାମଲା ରୁଜୁ ହୋଇଛି। ଦିଲ୍ଲୀର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗୋଟିଏ ମାମଲା ଉତ୍ତର ପ୍ରଦେଶର ବାରାବାଙ୍କି ଜିଲ୍ଲାରେ ରୁଜୁ ହୋଇଛି। ଏଠାକାର ନାରେଲା ସ୍ଥିତ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଦୁଇ ଜଣ ଜମାତି ସେମାନଙ୍କ ରୁମ ବାହାରେ ମଳତ୍ୟାଗ କରିବାରୁ ପୁଲିସ ମାମଲା ରୁଜୁ କରିଛି। ସେହିପରି ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସନ୍ଦିଗ୍ଧ କୋଭିଡ୍-୧୯ ରୋଗୀ ଛେପ ପକାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଦ୍ୱିତୀୟ ମାମଲା ରୁଜୁ କରିଛି।

ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, “ହସ୍ପିଟାଲର ୩ୟ ମହଲାରେ କ୍ୱାରେଣ୍ଟାଇନ ହୋଇ କିଛି ସନ୍ଦିଗ୍ଧ କୋଭିଡ୍-୧୯ ରୋଗୀ ରହିଛନ୍ତି। ସେମାନେ ଚଟଣାରେ ଛେପ ପକାଇବା ସହ ରୋଗକୁ ବଢ଼ାଇବାକୁ ଚାହୁଁଛନ୍ତି। ଏନେଇ ଆମେ ପୁଲିସ ନିକଟରେ ଅଭିଯୋଗ କରିଥିଲୁ।”

ପୁଲିସ୍‌ କହିଛି ଯେ ଏଭଳି କରି କ୍ୱାରେଣ୍ଟାଇନରେ ଥିବା ଲୋକମାନେ କରୋନା ଭାଇରସକୁ ଅଧିକ ବ୍ୟାପକ କରିବାକୁ ଚାହୁଁଛନ୍ତି। ଏହି କାରଣରୁ ଆମେ ଦୁଇଟି ମାମଲା ରୁଜୁ କରିଛୁ।

Related story