ହିଜବୁଲର ଦୁଇ ଆତଙ୍କବାଦୀ ନିପାତ

ଶ୍ରୀନଗର: ସୁରକ୍ଷାକର୍ମୀ ଓ ପୁଲିସର ମିଳିତ ଏନକାଉଣ୍ଟରରେ ପାକ୍ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ରବିବାର ଜମ୍ମୁ କଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳିବିନିମୟ ହୋଇଥିଲା। ମୃତ ଦୁଇ ଆତଙ୍କବାଦୀ ହେଲେ ତହିର ଭଟ୍ଟ ଏବଂ ଅଲି ଉକାବ। ଏମାନଙ୍କ ଘର ପୁଲଓ୍ୱାମା ଜିଲ୍ଲାର ବୋଲି ସୂଚନା ମିଳିଛି। ତେବେ ଏହି ଗୁଳିବିନିମୟରେ ଜଣେ ଯବାନ ମଧ୍ୟ ଶହୀଦ ହୋଇଛନ୍ତି। ଆତଙ୍କବାଦୀ ମାନେ ଖୋଟରା ରୋଟି ପଦରନା […]

crpf jawan

Subhransu Sekhar
  • Published: Sunday, 17 May 2020
  • , Updated: 17 May 2020, 10:09 PM IST

ଶ୍ରୀନଗର: ସୁରକ୍ଷାକର୍ମୀ ଓ ପୁଲିସର ମିଳିତ ଏନକାଉଣ୍ଟରରେ ପାକ୍ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ରବିବାର ଜମ୍ମୁ କଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳିବିନିମୟ ହୋଇଥିଲା।

ମୃତ ଦୁଇ ଆତଙ୍କବାଦୀ ହେଲେ ତହିର ଭଟ୍ଟ ଏବଂ ଅଲି ଉକାବ। ଏମାନଙ୍କ ଘର ପୁଲଓ୍ୱାମା ଜିଲ୍ଲାର ବୋଲି ସୂଚନା ମିଳିଛି। ତେବେ ଏହି ଗୁଳିବିନିମୟରେ ଜଣେ ଯବାନ ମଧ୍ୟ ଶହୀଦ ହୋଇଛନ୍ତି। ଆତଙ୍କବାଦୀ ମାନେ ଖୋଟରା ରୋଟି ପଦରନା ଗାଁର ଏକ ତିନି ମହଲା କୋଠାର ବେସମେଣ୍ଟରେ ଲୁଚିଥିବାନେଇ ସେନା ସୂଚନା ପାଇଥିଲା। ଏହାପରେ ଉଭୟ ପୁଲିସ୍ ଏବଂ ସେନା ମିଳିତ ଭାବରେ ଆରମ୍ଭ କରିଥିଲେ ସର୍ଚ୍ଚଅପରେସନ। ଆଜି ସକାଳେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି କରିବା ପରେ ଆରମ୍ଭ ହୋଇଥିଲା ଦୁଇ ପକ୍ଷ ମଧ୍ୟରେ ଗୁଳିବିନିମୟ। ଡୋଡା ଜିଲ୍ଲା ପ୍ରଶାସନ ଅଫିସରୁ ୨୫ କିଲୋମିଟର ଦୂରରେ ଏହି ଗୁଳିବିନିମୟ ହୋଇଥିବା ସୂଚନା ରହିଛି।

Related story