ପୁଣି ଟାର୍ଗେଟ୍‌ରେ ସାମ୍ବାଦିକ: ହୋଟେଲ ସୁରକ୍ଷାକର୍ମଙ୍କ ମାଡ଼ରେ ଦୁଇ ଆହତ

Ordigital Desk
  • Published: Friday, 08 September 2017
  • , Updated: 08 September 2017, 09:54 PM IST
<p>ମୁମ୍ବାଇ (ଓଡ଼ିଶା ରିପୋର୍ଟର): ବେଙ୍ଗାଲୁରୁର ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲା ନଥମୁଣୁ, ପୁଣି ନଜରକୁ ଆସିଛି ସାମ୍ବାଦିକଙ୍କୁ ଆକ୍ରମଣର ଆଉ ଏକ ଘଟଣା। ମୁମ୍ବାଇରେ ଦୁଇ ଜଣ ଫଟୋ ଜର୍ଣ୍ଣାଲିଷ୍ଟଙ୍କୁ ଏକ ହୋଟେଲର ସୁରକ୍ଷା କର୍ମୀ ମାଡ ମାରି ଲହୁଲୁହାଣ କରିଦେଇଛନ୍ତି। ଘଟଣାରେ ଜଣେ କ୍ୟାମେରା ମ୍ୟାନ ଗୁରୁତର ଆହତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।</p> <p>ଏଥର ଟାର୍ଗେଟ୍&zwnj;ରେ ଦୁଇ ଫଟୋ ସାମ୍ବାଦିକ। ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜକୁନ୍ଦ୍ରା ମୁମ୍ବାଇର ଏକ ହୋଟେଲକୁ ଡିନର କରିବାକୁ ଯାଇଥିଲେ। ହୋଟେଲରୁ ଫେରୁଥିବା ବେଳେ ଫଟୋ ସାମ୍ବାଦିକମାନେ ଉଭୟଙ୍କ ଫଟୋ ଉଠାଇଥିଲେ। ଉଭୟ ଶିଳ୍ପା ଓ ରାଜ କୁନ୍ଦ୍ରା ଚାଲିଯିବା ପରେ, ସାମ୍ବାଦିକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ ହୋଟେଲର ସୁରକ୍ଷାକର୍ମୀ। ମାଡ଼ ମାରି ସେମାନେ ସାମ୍ବାଦିକଙ୍କୁ ଲହୁଲୁହାଣ କରିଦେଇଥିଲେ। ହୋଟେଲ ମାଲିକଙ୍କ ସୂଚନା ପରେ ସେଠାରେ ପୋଲିସ ପହଞ୍ଚିଥିଲା ଓ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।</p> <p>ଅନ୍ୟପକ୍ଷରେ ତିନି ଦିନ ପରେ ବି ବେଙ୍ଗାଲୁରୁର ସାମ୍ବାଦିକ ଗୌର ଲଙ୍କେଶଙ୍କ ହତ୍ୟାକାରୀର ସୁରାକ୍ ପାଉନ୍ ପୋଲିସ। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଲୋକମାନଙ୍କ ସହାୟତା ଲୋଡିଛି&nbsp; ଏସଆଇଟି। ଏନେଇ ପୋଲିସ ପକ୍ଷରୁ ଫୋନ ନମ୍ବର ଓ ଇମେଲ ଆଇଡି ଦିଆଯାଇଛି।&nbsp; ଅପରାଧୀମାନଙ୍କୁ ଧରିବା ପାଇଁ ଏସଆଇଟି ଟିମ ସହ ଆଲୋଚନା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ&nbsp; ସିଦ୍ଧରମେୟା। କୌଣସି ବ୍ୟକ୍ତି ଗୁଳିକାଣ୍ଡ ସମ୍ପର୍କରେ ତଥ୍ୟ ଦେଲେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ରାମଲିଙ୍ଗା ରେଡ୍ଡି। ସେପଟେ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର ସାମ୍ବାଦିକଙ୍କୁ ଗୁଳିକାଣ୍ଡ ଘଟଣାର ନିନ୍ଦା କରିଛନ୍ତି।</p>

Related story