ପ୍ରେମିକା ବୁଲାଇବାକୁ ଦାମୀ ବାଇକ୍‌ ଚୋରି କରୁଥିଲେ

ନୂଆଦିଲ୍ଲୀ: ଦାମୀ ଦାମୀ ବାଇକ୍‌ ଦେଖି ଚୋରି କରୁଥିଲେ ଦୁଇଜଣ ଯୁବକ। ଟଙ୍କା ଲୋଭରେ ନୁହେଁ, ପ୍ରେମିକାଙ୍କୁ ପାହାଡ଼ିଆ ଅଞ୍ଚଳ ବୁଲାଇବାକୁ ଏପରି କାରସାଦି କରିଥିବାର ଅଭିଯୋଗ ଆସିଛି। ଏହି ଦୁଇ ଅଭିଯୁକ୍ତ ରବି ସିଂହ ଭଦୋରିଆ ଏବଂ ସୁଖବିନ୍ଦର ସିଂହ ନାମକ ଏହି ଦୁଇ ଯୁବକ ଉତ୍ତମ ନଗର ବାସିନ୍ଦା ବୋଲି ଜଣାପଡ଼ିଛି। ଶୁକ୍ରବାର ସେମାନଙ୍କୁ ଫସାଇବା ପାଇଁ ପୁଲିସ୍‌ ବିଛାଇଥିବା ଜାଲ ଶେଷରେ ସଫଳ ହୋଇଥିଲା। ଏହାପରେ ସେମାନଙ୍କୁ ଚୋରା ବାଇକ୍‌ ସହିତ ଗିରଫ […]

couple

Subrat Kumar Nayak
  • Published: Saturday, 02 February 2019
  • , Updated: 02 February 2019, 09:19 PM IST

ନୂଆଦିଲ୍ଲୀ: ଦାମୀ ଦାମୀ ବାଇକ୍‌ ଦେଖି ଚୋରି କରୁଥିଲେ ଦୁଇଜଣ ଯୁବକ। ଟଙ୍କା ଲୋଭରେ ନୁହେଁ, ପ୍ରେମିକାଙ୍କୁ ପାହାଡ଼ିଆ ଅଞ୍ଚଳ ବୁଲାଇବାକୁ ଏପରି କାରସାଦି କରିଥିବାର ଅଭିଯୋଗ ଆସିଛି।

ଏହି ଦୁଇ ଅଭିଯୁକ୍ତ ରବି ସିଂହ ଭଦୋରିଆ ଏବଂ ସୁଖବିନ୍ଦର ସିଂହ ନାମକ ଏହି ଦୁଇ ଯୁବକ ଉତ୍ତମ ନଗର ବାସିନ୍ଦା ବୋଲି ଜଣାପଡ଼ିଛି। ଶୁକ୍ରବାର ସେମାନଙ୍କୁ ଫସାଇବା ପାଇଁ ପୁଲିସ୍‌ ବିଛାଇଥିବା ଜାଲ ଶେଷରେ ସଫଳ ହୋଇଥିଲା। ଏହାପରେ ସେମାନଙ୍କୁ ଚୋରା ବାଇକ୍‌ ସହିତ ଗିରଫ କରାଯାଇଥିବା ଜଣାଯାଇଛି।

ପଚରାଉଚରା ସମୟରେ ସେମାନେ ପ୍ରେମିକାଙ୍କ ସହିତ ଏମିତି ଦିନେ ବାହାରକୁ ବୁଲିବାକୁ ଯାଇଥିବାବେଳେ ନିଷ୍ପତ୍ତି ନେଇଥିଲେ ଉତ୍ତରାଖଣ୍ଡ କିମ୍ବା ହିମାଚଳପ୍ରଦେଶର ତୁଷାରପାତ ହେଉଥିବା ଅଞ୍ଚଳରେ ପାର୍ଟି ମନାଇବେ। ଗତ କିଛି ମାସ ତଳେ ଚୋରାଇଥିବା ମୋଟରସାଇକେଲ୍‌ ବ୍ୟତୀତ ପାହାଡ଼ିଆ ଅଞ୍ଚଳ ପାଇଁ ସୁଗମ ହେଉଥିବା ସେମିତି କିଛି ଖାସ୍‌ ଗାଡ଼ି ନଥିଲା।

ଏହାପରେ ସେମାନେ ନିଷ୍ପତ୍ତି ନେଇଥିଲେ ଦାମୀ ଗାଡ଼ି ଚୋରି କରିବେ। ଯାହାଫଳରେ ପାହାଡ଼ିଆ ଅଞ୍ଚଳ ବୁଲିହେବ ଏବଂ ପ୍ରେମିକାମାନେ ଖୁସିହେବେ। ସେମାନେ ଚୋରି କରିବାପରେ ବୁଲିବାକୁ ଯାଆନ୍ତି ଏବଂ ବିକ୍ରି କରି ଦିଅନ୍ତି। ବର୍ତ୍ତମାନ ସେମାନଙ୍କଠାରୁ ୬ଟି ବାଇକ୍‌ ଏବଂ ଗୋଟିଏ ସ୍କୁଟର ଜବତ କରାଯାଇଛି।

Related story