ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା, ଦୁଇ ପାଇଲଟ ମୃତ!

ଥିରୁଅନନ୍ତପୁରମ: କେରଳର କୋଝିକୋଡ ବିମାନ ବନ୍ଦରରେ ବିମାନ ଦୁର୍ଘଟଣା। ଦୁବାଇରୁ କେରଳର କୋଝିକୋଡକୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX-1344) ଦୁର୍ଘଟଣାର ଶିକାର ହୋଇଛି। ସଂଧ୍ୟା ୭ଟା ୪୦ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ବିମାନ ବନ୍ଦରରେ ୧୯୧ ଯାତ୍ରୀ ଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ଖବର ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁଯାୟୀ ବିମାନରେ ୧୦ ଜଣ ଶିଶୁ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କ ସମେତ ମୋଟ […]

AIR INDIA KERALA

AIR INDIA KERALA

Subhransu Sekhar
  • Published: Friday, 07 August 2020
  • Updated: 07 August 2020, 10:49 PM IST

Sports

Latest News

ଥିରୁଅନନ୍ତପୁରମ: କେରଳର କୋଝିକୋଡ ବିମାନ ବନ୍ଦରରେ ବିମାନ ଦୁର୍ଘଟଣା। ଦୁବାଇରୁ କେରଳର କୋଝିକୋଡକୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX-1344) ଦୁର୍ଘଟଣାର ଶିକାର ହୋଇଛି। ସଂଧ୍ୟା ୭ଟା ୪୦ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ବିମାନ ବନ୍ଦରରେ ୧୯୧ ଯାତ୍ରୀ ଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ଖବର ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁଯାୟୀ ବିମାନରେ ୧୦ ଜଣ ଶିଶୁ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କ ସମେତ ମୋଟ ୧୮୪ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଇଛି। ତେବେ ଘଟଣାସ୍ଥଳରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ହେଲେ ବିମାନ କର୍ତ୍ତୃପକ୍ଷ କି କେରଳ ସରକାର ଏ ନେଇ ସ୍ପଷ୍ଟୀକରଣ ରଖି ନାହାନ୍ତି।

https://twitter.com/ANI/status/1291759562530283520

ଦୁବାଇରୁ କେରଳର କୋଝିକୋଡକୁ ଆସୁଥିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX-1344)। ସଂଧ୍ୟା ୭ଟା ୪୦ରେ ରନଓ୍ୱରେ ବିମାନଟି ଅବତରଣ କରିବା ପରେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ରହିଛି। 

କେରଳରେ ପ୍ରବଳ ବର୍ଷା ଜାରି ରହିଛି। ବିମାନଟି ଅବତରଣ କରିବା ବେଳେ ରନଓ୍ନେରେ ଚକ ସ୍ଲିପ୍ କରିବାରୁ ଦୁର୍ଘଟଣା ହୋଇଥିବା ଆକଳନ କରାଯାଉଛି। ଏବେ ଉଦ୍ଧାରକାରୀ ଟିମ୍ ଆସି ଉଦ୍ଧାର କରୁଥିବା ସୂଚନା ରହିଛି। ତେବେ ଯାତ୍ରୀଙ୍କ ବାବଦରେ ଏଯାବତ କୌଣସି ସୂଚନା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos