ମଝି ଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇ ନଦୀକୁ ଖସିପଡ଼ିଲେ

ୱାଶିଂଟନ: ସଡ଼କ ଭଳି ଆକାଶ ପଥରେ ଭୟଙ୍କର ଦୁର୍ଘଟଣା ଘଟିଛି। ମଝି ଆକାଶରେ ଉଡ଼ୁଥିବା ବେଳେ ଦୁଇଟି ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଏକ ନଦୀ ଉପରେ ଘଟିଥିଲା। ତେଣୁ ଦୁର୍ଘଟଣା ପରେ ବିମାନ ଦ୍ୱୟ ନଦୀ ମଧ୍ୟକୁ ଖସି ପଡ଼ିଛି। ଫଳରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ଆମେରିକାର ଇଡାହୋରେ Coeur d’Alene ନଦୀ ମଧ୍ୟରେ ବିମାନ ଦ୍ୱୟ ବୁଡ଼ି ଯାଇଥିବାରୁ […]

f

Hemant Lenka
  • Published: Monday, 06 July 2020
  • , Updated: 06 July 2020, 12:43 PM IST

ୱାଶିଂଟନ: ସଡ଼କ ଭଳି ଆକାଶ ପଥରେ ଭୟଙ୍କର ଦୁର୍ଘଟଣା ଘଟିଛି। ମଝି ଆକାଶରେ ଉଡ଼ୁଥିବା ବେଳେ ଦୁଇଟି ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଏକ ନଦୀ ଉପରେ ଘଟିଥିଲା। ତେଣୁ ଦୁର୍ଘଟଣା ପରେ ବିମାନ ଦ୍ୱୟ ନଦୀ ମଧ୍ୟକୁ ଖସି ପଡ଼ିଛି। ଫଳରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ଆମେରିକାର ଇଡାହୋରେ Coeur d'Alene ନଦୀ ମଧ୍ୟରେ ବିମାନ ଦ୍ୱୟ ବୁଡ଼ି ଯାଇଥିବାରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି।

କୋଟେନାଇ କାଉଣ୍ଟି ଶେରିଫର ଅଫିସ ଲ୍ୟୁଟନାଣ୍ଟ ରାୟନ ହିଗ୍ଗିନ୍ସ କହିଛନ୍ତି, ଦୁର୍ଘଟଣା ପରେ ସଙ୍ଗେସଙ୍ଗେ ଆମ ପାଖକୁ ଖବର ଆସିଥିଲା। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

ଏହି ଦୁଇଟି ବିମାନରେ ୮ ଜଣ ଥିବା କୁହାଯାଉଛି। ତେଣୁ ନିଖୋଜ ୬ ଜଣଙ୍କ ମୃତଦେହକୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି। ମୃତକଙ୍କ ମଧ୍ୟରେ ଶିଶୁ ଓ ପ୍ରାପ୍ତ ବୟସ୍କ ରହିଥିଲେ।

ବିମାନର ଧ୍ୱଂସାବଶେଷ ଗଭୀର ନଦୀରେ ଠାବ କରାଯାଇଛି। ତେଣୁ ଏହାକୁ ଉଦ୍ଧାର ପାଇଁ ପ୍ରାୟ ୨ ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି। ସେହିପରି ମଝି ଆକାଶରେ ଦୁଇ ବିମାନ ପରସ୍ପରକୁ କେମିତି ଧକ୍କା ଦେଲେ, ସେକଥା ବି ଜଣାପଡ଼ିନାହିଁ।

Related story