ନକ୍ସଲ ଆକ୍ରମଣରେ ଦୁଇ ପୁଲିସ ଶହୀଦ

ମୁମ୍ୱାଇ: ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ଦୁଇ ପୁଲିସ ଆଜି ଶହୀଦ ହୋଇଛନ୍ତି। ରବିବାର ସକାଳେ ପୁଲିସର ସି୬୦ କମାଣ୍ଡୋ ଟିମ୍ ପୋୟରକୋଟି-କୋପର୍ସି ଅଞ୍ଚଳ ଦେଇ ଯାଉଥିବାବେଳେ ନକ୍ସଲମାନେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ତିନି ପୁଲିସ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜିଲ୍ଲା ପୁଲିସ ସୂଚନା ଦେଇଛି। ତେବେ ଏସଆଇ ଧନଜି ହୋନମାନେ (୩୦) ଏବଂ କନେଷ୍ଚବଳ କିଶୋର ଆତରାମ (୩୨) ଘଟଣାସ୍ଥଳରେ ଶହୀଦ ହୋଇଛନ୍ତି। ସକାଳ ୬ରୁ ୬.୩୦ ମଧ୍ୟରେ ନକ୍ସଲମାନେ ଭଳି ଅତର୍କିତ […]

gadchiroli-naxal-attack (1)

Subhransu Sekhar
  • Published: Sunday, 17 May 2020
  • , Updated: 17 May 2020, 10:23 PM IST

ମୁମ୍ୱାଇ: ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ଦୁଇ ପୁଲିସ ଆଜି ଶହୀଦ ହୋଇଛନ୍ତି। ରବିବାର ସକାଳେ ପୁଲିସର ସି୬୦ କମାଣ୍ଡୋ ଟିମ୍ ପୋୟରକୋଟି-କୋପର୍ସି ଅଞ୍ଚଳ ଦେଇ ଯାଉଥିବାବେଳେ ନକ୍ସଲମାନେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ତିନି ପୁଲିସ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜିଲ୍ଲା ପୁଲିସ ସୂଚନା ଦେଇଛି।

ତେବେ ଏସଆଇ ଧନଜି ହୋନମାନେ (୩୦) ଏବଂ କନେଷ୍ଚବଳ କିଶୋର ଆତରାମ (୩୨) ଘଟଣାସ୍ଥଳରେ ଶହୀଦ ହୋଇଛନ୍ତି। ସକାଳ ୬ରୁ ୬.୩୦ ମଧ୍ୟରେ ନକ୍ସଲମାନେ ଭଳି ଅତର୍କିତ ଆକ୍ରମଣ କରିଥିବା ପୁଲିସ କହିଛି। ତେବେ ତିନି ଆହତଙ୍କ ବାବଦରେ ପୁଲିସ କୌଣସି ସୂଚନା ଦେଇନାହିଁ। ତେବେ ୪ରୁ ୫ ନକ୍ସଲ ମଧ୍ୟ ପୁଲିସର ପାଲଟା ଆକ୍ରମଣରେ ନିହତ ହୋଇଥିବା କୁହାଯାଇଛି।

Related story