ରାଞ୍ଚି: ଦୁଇ ଜଣ ଯବାନ ଆଜି ମାଓବାଦୀଙ୍କ ଆଇଡି ବିସ୍ଫୋରଣର ଶିକାର ହୋଇଛନ୍ତି। ରାଞ୍ଚିଠୁ ଅଳ୍ପ ଦୂରରେ ମାଓବାଦୀମାନେ ଏହି ବିସ୍ଫୋରଣ କରିଛନ୍ତି। ଗତକାଲି ଝାଡ଼ଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସାରି ଆଜି ସକାଳେ ଯବାନ ମାନେ ଫେରୁଥିଲେ। ଏହି ସମୟରେ ମାଓବାଦୀଙ୍କ ଆଇଡି ବିସ୍ଫୋରଣର ଶିକାର ହୋଇ ଆହତ ହୋଇଥିଲେ ଦୁଇ ଯବାନ।
ଜଣେ ସିଆରପିଏଫ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଥିଲା। ତମାର ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ପ୍ରକ୍ରିୟା ଶେଷ କରି ରାଞ୍ଚି ଆସୁଥିଲେ ଯବାନମାନେ। ଏହି ସମୟରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଥିଲେ। ଫଳରେ ଦୁଇ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆହତ ମାନଙ୍କୁ ରାଞ୍ଚି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗତକାଲି ମଧ୍ୟ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ଖୁଟି ଜିଲ୍ଲାର ଅର୍କିରେ ମାଓବାଦୀ ମାନେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ।
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ମାଓବାଦୀ ମାନେ ସମସ୍ତ ପ୍ରକାର ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।