ଧ୍ୱଂସ ହୋଇଗଲା ବାୟୁସେନା ବିମାନ, ୨ ପାଇଲଟ ମୃତ

ବେଙ୍ଗାଲୁରୁ: ଭାରତୀୟ ବାୟୁସେନାର ମିରାଜ-୨୦୦୦ ଯୁଦ୍ଧ ବିମାନ ଆଜି ଦୁର୍ଘଟଣା ପରେ ଧ୍ୱଂସ ହୋଇଯାଇଛି। ଏହି ଦୁର୍ଘଟଣା ଯୋଗୁ ଏଥିରେ ଥିବା ଦୁଇ ଜଣ ବରିଷ୍ଠ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ବେଙ୍ଗାଲୁରୁ ୟେମାଲୁରୁଠାରେ ଥିବା ହାଲ ରନ୍‌ୱେରେ ଆଜି ସକାଳୁ ଏଭଳି ଦୁର୍ଘଟଣା ଘଟିଛି। ପ୍ରାଣ ହରାଇଥିବା ଦୁଇ ପାଇଲଟ ହେଲେ ସ୍କ୍ୱାର୍ଡନ ଲିଡର ସମୀର ଅବରୋଲ ଓ ସିଦ୍ଧାର୍ଥ ନେଗୀ। ଆଜି ସକାଳ ପ୍ରାୟ ୧୦.୩୦ରେ ବିମାନଟି ରନ୍‌ୱେରୁ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ […]

m

Hemant Lenka
  • Published: Friday, 01 February 2019
  • , Updated: 01 February 2019, 03:34 PM IST

ବେଙ୍ଗାଲୁରୁ: ଭାରତୀୟ ବାୟୁସେନାର ମିରାଜ-୨୦୦୦ ଯୁଦ୍ଧ ବିମାନ ଆଜି ଦୁର୍ଘଟଣା ପରେ ଧ୍ୱଂସ ହୋଇଯାଇଛି। ଏହି ଦୁର୍ଘଟଣା ଯୋଗୁ ଏଥିରେ ଥିବା ଦୁଇ ଜଣ ବରିଷ୍ଠ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ବେଙ୍ଗାଲୁରୁ ୟେମାଲୁରୁଠାରେ ଥିବା ହାଲ ରନ୍‌ୱେରେ ଆଜି ସକାଳୁ ଏଭଳି ଦୁର୍ଘଟଣା ଘଟିଛି। ପ୍ରାଣ ହରାଇଥିବା ଦୁଇ ପାଇଲଟ ହେଲେ ସ୍କ୍ୱାର୍ଡନ ଲିଡର ସମୀର ଅବରୋଲ ଓ ସିଦ୍ଧାର୍ଥ ନେଗୀ।

ଆଜି ସକାଳ ପ୍ରାୟ ୧୦.୩୦ରେ ବିମାନଟି ରନ୍‌ୱେରୁ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍‌ ଏଥିରେ ନିଆଁ ଲାଗି ଯାଇଥିଲା। ଏହା ମଧ୍ୟରେ ଥିବା ଦୁଇ ପାଇଲଟ୍‌ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇପାରି ନଥିଲା। ଫଳରେ ଦୁଇ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ ନିଆ ଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ।

Related story