ଶିବରାଜ ସିଂହଙ୍କ ଘରେ ଏସପି, ବିଏସପି ବିଧାୟକ

ନୂଆଦିଲ୍ଲୀ: ହୋଲି ଅବସରରେ ମଧ୍ୟପ୍ରଦେଶ ରାଜନୀତି କଡ଼ ଲେଉଟାଇଛି। କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ୨୦ ବିଧାୟକ ଇସ୍ତଫା ଦେଇଛନ୍ତି। ଆଜି ସନ୍ଧ୍ୟା ୬ଟାରେ ବିଜେପିରେ ଯୋଗ ଦେଇପାରନ୍ତି ସିନ୍ଧିଆ। ଏହାରି ଭିତରେ ଏସପି ବିଧାୟକ ରାଜେଶ ଶୁକ୍ଲା ଏବଂ ବିଏସପି ବିଧାୟକ ସଞ୍ଜୀବ କୁଶଓ୍ୱାହା ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ଭେଟିଛନ୍ତି। ଏବେ ଏହି ଦୁଇ ବିଧାୟକ ବିଜେପିରେ ମିଶିବେ ବୋଲି ଆକଳନ ହେଉଛି। ରାଜ୍ୟରେ କଂଗ୍ରେସ ସରକାର ଏବେ ରହିଛି। କଂଗ୍ରେସ […]

sp bsp mla

Subhransu Sekhar
  • Published: Tuesday, 10 March 2020
  • , Updated: 10 March 2020, 04:13 PM IST

ନୂଆଦିଲ୍ଲୀ: ହୋଲି ଅବସରରେ ମଧ୍ୟପ୍ରଦେଶ ରାଜନୀତି କଡ଼ ଲେଉଟାଇଛି। କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ୨୦ ବିଧାୟକ ଇସ୍ତଫା ଦେଇଛନ୍ତି। ଆଜି ସନ୍ଧ୍ୟା ୬ଟାରେ ବିଜେପିରେ ଯୋଗ ଦେଇପାରନ୍ତି ସିନ୍ଧିଆ। ଏହାରି ଭିତରେ ଏସପି ବିଧାୟକ ରାଜେଶ ଶୁକ୍ଲା ଏବଂ ବିଏସପି ବିଧାୟକ ସଞ୍ଜୀବ କୁଶଓ୍ୱାହା ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ଭେଟିଛନ୍ତି। ଏବେ ଏହି ଦୁଇ ବିଧାୟକ ବିଜେପିରେ ମିଶିବେ ବୋଲି ଆକଳନ ହେଉଛି।

ରାଜ୍ୟରେ କଂଗ୍ରେସ ସରକାର ଏବେ ରହିଛି। କଂଗ୍ରେସ ସରକାରକୁ ଏହି ଦୁଇ ବିଧାୟକ ସମର୍ଥନ ଦେଇଛନ୍ତି। ଯଦିଓ ସମର୍ଥନ ପ୍ରତ୍ୟାହାର ନେଇ କୌଣସି ସୂଚନା ଦୁଇ ବିଧାୟକ ଦେଇନାହାନ୍ତି, ହେଲେ ରାଜ୍ୟର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କର ୨୦ ସମର୍ଥକ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ଯଦି ସିନ୍ଧିଆ ବିଜେପିରେ ମିଶିବେ ତାହେଲେ ଏହି ବିଧାୟକ ମାନେ ମଧ୍ୟ ବିଜେପିରେ ମିଶିବା ଏକ ପ୍ରକାର ନିଶ୍ଚିତ। ଏହି ଧାରାରେ ଏସପି ଓ ବିଏସପିର ଦୁଇ ବିଧାୟକ ବିଜେପିରେ ମିଶିପାରନ୍ତି।

ମଧ୍ୟପ୍ରଦେଶରେ କ’ଣ ରହିଛି ସମୀକରଣ?

ମଧ୍ୟପ୍ରଦେଶରେ ୨୩୦ ଟି ଆସନ ରହିଛି। ଦୁଇ ବିଧାୟକଙ୍କ ଦେହାନ୍ତ ପରେ ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ୨୨୮ ରହିଛି।  ଏଥିରେ କଂଗ୍ରେସର ୧୧୪ ଜଣ ବିଧାୟକ ଏବଂ ବିଜେପିର ୧୦୭ ଜଣ ଅଛନ୍ତି। ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ୪, ସେଥିମଧ୍ୟରୁ ୨ ଟି ବିଏସପି ଏବଂ ୧ ଜଣ ଏସପିରୁ। ସରକାର ଗଢ଼ିବା ପାଇଁ ୧୧୬ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। କଂଗ୍ରେସର ୨୦ ବିଧାୟକ ଇସ୍ତଫା ଦେବା ପରେ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବା ପାଇଁ ଆବଶ୍ୟକ ବିଧାୟକଙ୍କ ସଂଖ୍ୟା ହରାଇବ।

Related story