ଦୁଇ ଆତଙ୍କୀ ନିପାତ, ଲଶ୍କରର ୫ ଆତଙ୍କୀ ଗିରଫ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀ ନିପାତ ଅଭିଯାନ ଚଳାଇଛନ୍ତି। ଗୁରୁବାର ସୁରକ୍ଷାକର୍ମୀ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଛନ୍ତି। ସୋପର ଜିଲ୍ଲାରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। #UPDATE Two terrorists have been neutralised in the encounter between terrorists and security forces in Sopore. Search operation underway: Jammu and Kashmir Police https://t.co/QXlrkzyOwP — […]

jammu-kashmir-terror-encounter (1)

Subhransu Sekhar
  • Published: Thursday, 25 June 2020
  • , Updated: 25 June 2020, 06:48 PM IST

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀ ନିପାତ ଅଭିଯାନ ଚଳାଇଛନ୍ତି। ଗୁରୁବାର ସୁରକ୍ଷାକର୍ମୀ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଛନ୍ତି। ସୋପର ଜିଲ୍ଲାରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

https://twitter.com/ANI/status/1276074857227120641

ସେହିପରି ଶୋପିଆନ୍ ଜିଲ୍ଲାର ଏକ ଜଙ୍ଗଲରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ତିନୋଟି କ୍ୟାମ୍ପଙ୍କୁ ଉଡ଼ାଇ ଦେଇଛନ୍ତି। ଆତଙ୍କବାଦୀ ବ୍ୟବହାର କରୁଥିବା ଅସ୍ତଶସ୍ତ୍ର, ଅଫୁଟା ଗୁଳି, ବୋମା ଆଦି ଜବତ କରିଛନ୍ତି ସୁରକ୍ଷାକର୍ମୀ।

ଏଥିସହିତ ଜମ୍ମୁ କଶ୍ମୀର ପୁଲିସ ଏବଂ ସେନାର ମିଳିତ ଉଦ୍ୟମରେ ବଡ଼ଗାମ ଜିଲ୍ଲାର ନର୍ବେଲ ଅଞ୍ଚଳରୁ ୫ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଏମାନେ ସମସ୍ତେ ଲଶ୍କରର ସଂଗଠନ ସହିତ ଜଡ଼ିତ ଥିଲେ। ଗିରଫ ଆତଙ୍କବାଦୀ ହେଲେ ଓବେସ ଅହମଦ, ମୋହସିନ୍ କାଦିର ଏବଂ ଆବିଦ ରାଥର, ଇମରାନ ରଶିଦ ଓ ଇଫଶାନ ଅହମଦ ଗନି। ପୁଲିସ ଏମାନଙ୍କ ପାଖରୁ ୨୮ ରାଉଣ୍ଡ ଗୁଳି, ଏକେ ୪୭ ବନ୍ଧୁକ, ଏକେ ୪୭ର ମାଗାଜିନ ଏବଂ ଲଶ୍କର-ଏ-ତୋଇବାର ୨୦ ଟି ପୋଷ୍ଟର ଜବତ କରିଛି।

Related story