ଆସିଲା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ରିପୋର୍ଟ
ହାଇଦ୍ରାବାଦ: କୋଭିକ୍ସିନ୍ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପରୀକ୍ଷା ସଫଳ ହୋଇଛି। କୋଭାକ୍ସିନ ନିର୍ମାତା ଭାରତ ବାୟୋଟେକ୍ ଏହି ସୂଚନା ଦେଇଛି। ନିକଟରେ ଡ୍ରଗସ ଜେନେରାଲ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ କୋଭିଶିଲ୍ଡକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସଫଳ ହେବା ପରେ ବିଶେଷଜ୍ଞ ଟିମ୍ ଡ୍ରଗସ ଜେନେରାଲ କଣ୍ଟ୍ରୋଲର ଅଫ୍ ଇଣ୍ଡିଆକୁ ସୁପାରିଶ କରିଥିଲା। ତେବେ କୋଭାକ୍ସିନକୁ ଇୟୁଏ (Emergency Use Authorization) ଭାବରେ ଅନୁମତି ମିଳିଛି। ଏହାର ଅର୍ଥ ଏହା କ୍ଲିନିକାଲ୍ ଟ୍ରାଏଲ୍ ମୋଡ୍ ରେ ବ୍ୟବହୃତ ହେବ। ଯେଉଁମାନେ କୋଭାକ୍ସିନ୍ ଟିକା ନେବେ ସେମାନଙ୍କୁ ଏକ ଡାକ୍ତରୀ ଟିମ୍ ଟ୍ରାକ କରିବେ ଏବଂ ତଦାରଖ କରାଯିବ। ଏହି ଟିକାକୁ ବିକ୍ରି ଏବଂ ଉତ୍ପାଦନ ପାଇଁ ମଧ୍ୟ ଅନୁମତି ମିଳିଛି।
Announcing successful completion of volunteer enrolment for Phase-3 Clinical trials of COVAXIN: BharatBiotech
— ANI (@ANI) January 7, 2021
ହାଇଦ୍ରାବାଦର ଭାରତ ବାୟୋଟେକ୍ ଏକ ପୂର୍ଣ୍ଣାଙ୍ଗ ଭାଇରିୟନ ଇନ୍ଆକ୍ଟିଭେଟେଡ କରୋନା ଭାଇରସ୍ ଭେକ୍ସିନ ବା କୋଭାକ୍ସିନ ପ୍ରସ୍ତୁତ କରିଛି। ଆଇସିଏମ୍ଆର ଓ ଏନ୍ଆଇଭି (ପୁଣେ)ର ସହଯୋଗରେ ଏହି ଟିକା ପ୍ରସ୍ତୁତ ହୋଇଛି। ଏନ୍ଆଇଭି ପୁଣେରୁ ଏହି ଟିକା ପାଇଁ ଭୂତାଣୁର ମଞ୍ଜି (ସିଡ୍ସ ଷ୍ଟ୍ରେନ) ସଂଗୃହୀତ ହୋଇଛି। ଭେରୋସେଲ୍ ପ୍ଲାଟଫର୍ମରେ ଏହି ଟିକା ତିଆରି କରାଯାଇଛି ; ଯାହାର ନିରାପଦ ଦିଗ, ଦକ୍ଷତା ଓ ସଫଳତା ରେକର୍ଡ ବେଶ୍ ଭଲ। ଉଭୟ ଦେଶ ଓ ବିଦେଶରେ ଏହାର ସୁନାମ ରହିଛି ।
ଏହି ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାମୂଳକ ବା କ୍ଲିନିକାଲ ଟ୍ରାଏଲ କରାଯାଇଥିଲା । ଏଥିରୁ ପ୍ରାୟ ୮୦୦ ପ୍ରକାର ତଥ୍ୟାବଳୀ ଓ ଫଳାଫଳରୁ ଜଣାପଡିଛି ଯେ ଏହି ଟିକା ଅତ୍ୟନ୍ତ ନିରାପଦ ଏବଂ ମଣିଷର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏହା ବେଶ୍ ସମର୍ଥ । ୨୫,୮୦୦ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ପରୀକ୍ଷା କରାଯାଇଥିବା ସୂଚନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।