ପାକିସ୍ତାନ ଯାଉଥିବା ଲୋକଙ୍କୁ ବ୍ରିଟେନ୍‌ର ସତର୍କ ସୂଚନା

ଲଣ୍ଡନ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଯାଉଥିବା ବ୍ରିଟେନ୍‌ର ନାଗରିକଙ୍କ ପାଇଁ ଆଜି ସତର୍କ ସୂଚନା ଜାରି କରାଯାଇଛି। ଯଥା ସମ୍ଭବ ନାଗରିକମାନେ ପାକିସ୍ତାନ ନ ଯିବାକୁ ଆଜି ବ୍ରିଟେନ୍‌ ସରକାରଙ୍କ ବୈଦେଶିକ ଓ କମନୱେଲଥ(ଏଫସିଓ) ପକ୍ଷରୁ କୁହାଯାଇଛି। ଯଦି ବି କେହି ପାକିସ୍ତାନ ଯାଉଛନ୍ତି, ତା’ହେଲେ ଦେଶର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳକୁ ଯାଆନ୍ତୁ ନାହିଁ ବୋଲି ଏହି ସତର୍କ ସୂଚନାରେ ଉଲ୍ଲେଖ କରାଯାଇଛି। ବ୍ରିଟେନ୍‌ ସରକାର କହିଛନ୍ତି, “ ପାକିସ୍ତାନରେ ବିଦେଶୀ ନାଗରିକମାନେ […]

yy

Hemant Lenka
  • Published: Friday, 19 April 2019
  • , Updated: 19 April 2019, 05:47 PM IST

ଲଣ୍ଡନ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଯାଉଥିବା ବ୍ରିଟେନ୍‌ର ନାଗରିକଙ୍କ ପାଇଁ ଆଜି ସତର୍କ ସୂଚନା ଜାରି କରାଯାଇଛି। ଯଥା ସମ୍ଭବ ନାଗରିକମାନେ ପାକିସ୍ତାନ ନ ଯିବାକୁ ଆଜି ବ୍ରିଟେନ୍‌ ସରକାରଙ୍କ ବୈଦେଶିକ ଓ କମନୱେଲଥ(ଏଫସିଓ) ପକ୍ଷରୁ କୁହାଯାଇଛି। ଯଦି ବି କେହି ପାକିସ୍ତାନ ଯାଉଛନ୍ତି, ତା’ହେଲେ ଦେଶର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳକୁ ଯାଆନ୍ତୁ ନାହିଁ ବୋଲି ଏହି ସତର୍କ ସୂଚନାରେ ଉଲ୍ଲେଖ କରାଯାଇଛି।

ବ୍ରିଟେନ୍‌ ସରକାର କହିଛନ୍ତି, “ ପାକିସ୍ତାନରେ ବିଦେଶୀ ନାଗରିକମାନେ ଆକ୍ରମଣର ଶିକାର ହୋଇପାରନ୍ତି। ବିଶେଷ କରି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏମାନଙ୍କୁ ଟାର୍ଗେଟ କରାଯାଇପାରେ। ତେଣୁ ନାଗରିକମାନେ ମାର୍କେଟ, ମଲ, ରେଷ୍ଟୁରାଣ୍ଟ ଓ ପାର୍କ ଭଳି ଅଞ୍ଚଳରେ ଅଧିକ ସତର୍କ ରହିବା ଦରକାର। ସେହିପରି ପାକିସ୍ତାନରେ ଏକାଧିକ ଆନ୍ଦୋଳନ ସୃଷ୍ଟି ହେବାର ଆଶଙ୍କା ରହିଛି।

ଏହି ଆନ୍ଦୋଳନ ଭୟଙ୍କର ରୂପ ମଧ୍ୟ ନେଇପାରେ। ତେଣୁ ପାକିସ୍ତାନରେ ଥିବା ବ୍ରିଟେନ୍‌ର ନାଗରିକମାନେ ଏଭଳି ସ୍ଥାନକୁ ନ ଯିବା ଭଲ। ସେହିପରି ଏବେ ବି ଏକାଧିକ ଆକାଶମାର୍ଗରେ କଟକଣା ଲାଗିଛି। ତେଣୁ ବିମାନରେ ପାକିସ୍ତାନ ଯାତ୍ରା କରିବା ପୂର୍ବରୁ ନାଗରିକମାନେ ପ୍ରଥମେ ନିଜର ବିମାନ ସେବା ଦେଉଥିବା କମ୍ପାନୀ ସହ ଏ ସମ୍ପର୍କରେ ଭଲ ଭାବେ ଆଲୋଚନା କରନ୍ତୁ। ତଥାପି ପାକିସ୍ତାନରେ ଅସୁବିଧା ହେଲେ ସେଠାରେ ଥିବା ହାଇକମିଶନରଙ୍କ ସହ ତୁରନ୍ତ ଯୋଗାଯୋଗ କରନ୍ତୁ। ତେବେ ଅଯଥା ପାକିସ୍ତାନ ଗସ୍ତ ନ କଲେ ଭଲ।”

Related story