ବ୍ରିଟେନରୁ ଭାରତ ଫେରିଥିବା ଯାତ୍ରୀଙ୍କୁ କରୋନା, ଘାରିଲା ନୂଆ ଷ୍ଟ୍ରେନର ଭୟ

ଚେନ୍ନାଇ: କରୋନାର ନୂଆ ଷ୍ଟ୍ରେନ ବା ରୂପକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଭାରତର ଏହା ପ୍ରବେଶ କରିଥିବା ସନ୍ଦେହ ପ୍ରକାଶ ପାଇଛି। ବ୍ରିଟେନରେ କରୋନାର ନୂଆ ରୂପ ଦେଖାଯାଇଛି। ଯାହା ପୂର୍ବାପେକ୍ଷା ଅଧିକ ମାରାତ୍ମକ ଓ ଦ୍ରୁତଗତିରେ ସଂକ୍ରମଣ କରୁଛି ବୋଲି କୁହାଯାଉଛି। ଏସବୁ ଭିତରେ ବ୍ରିଟେନରୁ ଭାୟା ଦିଲ୍ଲୀ ହୋଇ ଚେନ୍ନାଇ ଆସିଥିବା ଜଣେ ଭାରତୀୟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ଏହି ଯାତ୍ରୀ ଜଣଙ୍କ କରୋନାର ନୂଆ ଷ୍ଟ୍ରେନ ନା […]

re

Hemant Lenka
  • Published: Tuesday, 22 December 2020
  • , Updated: 22 December 2020, 01:31 PM IST

ଚେନ୍ନାଇ: କରୋନାର ନୂଆ ଷ୍ଟ୍ରେନ ବା ରୂପକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଭାରତର ଏହା ପ୍ରବେଶ କରିଥିବା ସନ୍ଦେହ ପ୍ରକାଶ ପାଇଛି। ବ୍ରିଟେନରେ କରୋନାର ନୂଆ ରୂପ ଦେଖାଯାଇଛି। ଯାହା ପୂର୍ବାପେକ୍ଷା ଅଧିକ ମାରାତ୍ମକ ଓ ଦ୍ରୁତଗତିରେ ସଂକ୍ରମଣ କରୁଛି ବୋଲି କୁହାଯାଉଛି।

ଏସବୁ ଭିତରେ ବ୍ରିଟେନରୁ ଭାୟା ଦିଲ୍ଲୀ ହୋଇ ଚେନ୍ନାଇ ଆସିଥିବା ଜଣେ ଭାରତୀୟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ଏହି ଯାତ୍ରୀ ଜଣଙ୍କ କରୋନାର ନୂଆ ଷ୍ଟ୍ରେନ ନା ପୁରୁଣା ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଛନ୍ତି, ସେକଥା ଜଣାପଡ଼ିନାହିଁ।

ଏଥିପାଇଁ ତାଙ୍କ ନମୁନା ପୁଣେକୁ ଅଧିକ ପରୀକ୍ଷା ପାଇଁ ପଠାଯାଇଛି। ସେହିପରି ଏଯାଏ ବ୍ରିଟେନରୁ ଭାରତକୁ ୧୪ ଜଣ ଲୋକ ଆସିଥିବା ଜଣାପଡ଼ିଛି। ସେମାନଙ୍କ ଉପରେ ନଜର ରଖାଯାଇଛି। ଭାରତରେ ଯେମିତି କରୋନାର ନୂଆ ଷ୍ଟ୍ରେନ ପ୍ରବେଶ ନ କରିବ, ସେଥିପାଇଁ ସରକାରୀ ସ୍ତରରେ ସବୁ ପ୍ରକାରର ଉଦ୍ୟମ ଆରମ୍ଭ କରାଯାଇଛି।

ଅଧିକ ପଢ଼ନ୍ତୁ : ଆହୁରି ୬ ମାସ ମାସ୍କକୁ ବାଧ୍ୟତାମୂଳକ କଲେ ସରକାର

ନୂଆ ଷ୍ଟ୍ରେନର ଭୟାବହତାକୁ ଦୃଷ୍ଟିରେ ରଖି ଭାରତ ସରକାର ଆଜିଠାରୁ ଡିସେମ୍ବର ୩୧ ଯାଏ ବ୍ରିଟେନ ସହ ସମସ୍ତ ପ୍ରକାରର ବିମାନ ସମ୍ପର୍କଚ୍ଛିନ୍ନ କରିଛନ୍ତି।

Related story