ମୋଦି, ଯୋଗୀ ଓ ଶିବରାଜଙ୍କ ସମ୍ପର୍କରେ ଅତ୍ୟନ୍ତ ବିବାଦୀୟ ବୟାନ ଦେଲେ ବିଜେପି ମନ୍ତ୍ରୀ

ଭୋପାଲ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଏନକାଉଣ୍ଟରକୁ ନେଇ ଉଠିଥିବା ଅସମାହିତ ପ୍ରଶ୍ନ ମଧ୍ୟରେ ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାରଙ୍କ ମନ୍ତ୍ରୀ ତୁଳସୀ ସିଲାବଟ ଅତ୍ୟନ୍ତ ବିବାଦୀୟ ବୟାନ ଦେଇଛନ୍ତି। ସେ ଖୋଦ୍‌ ପ୍ରଧାନମନ୍ତ୍ରୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଆପତ୍ତି ଜନକ ବୟାନ ଦେଇଛନ୍ତି। ସେ ଦେଇଥିବା ବିବାଦୀୟ ବୟାନ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିକାଶ ଦୁବେର ଏନକାଉଣ୍ଟରକୁ ନେଇ ତୁଳସୀ ଗଣମାଧ୍ୟମକୁ କିଛି କହୁଥିବା ବେଳେ ହଠାତ୍‌ […]

tu

Hemant Lenka
  • Published: Saturday, 11 July 2020
  • , Updated: 11 July 2020, 11:32 AM IST

ଭୋପାଲ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଏନକାଉଣ୍ଟରକୁ ନେଇ ଉଠିଥିବା ଅସମାହିତ ପ୍ରଶ୍ନ ମଧ୍ୟରେ ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାରଙ୍କ ମନ୍ତ୍ରୀ ତୁଳସୀ ସିଲାବଟ ଅତ୍ୟନ୍ତ ବିବାଦୀୟ ବୟାନ ଦେଇଛନ୍ତି। ସେ ଖୋଦ୍‌ ପ୍ରଧାନମନ୍ତ୍ରୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଆପତ୍ତି ଜନକ ବୟାନ ଦେଇଛନ୍ତି। ସେ ଦେଇଥିବା ବିବାଦୀୟ ବୟାନ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବିକାଶ ଦୁବେର ଏନକାଉଣ୍ଟରକୁ ନେଇ ତୁଳସୀ ଗଣମାଧ୍ୟମକୁ କିଛି କହୁଥିବା ବେଳେ ହଠାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ କଳଙ୍କ ବୋଲି କହି ଦେଇଛନ୍ତି।

https://twitter.com/i/status/1281606610775797761

ଦେଶର ପ୍ରଧାନମନ୍ତ୍ରୀ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦେଶ ପାଇଁ କଳଙ୍କ ଅଟନ୍ତି ବୋଲି ସେ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।

ସେ ଆହୁରି କହିଛନ୍ତି, ଶୁକ୍ରବାର ଯାହା ଘଟିଲା, ତାହା ଆମ ସମାଜ ପାଇଁ ପ୍ରେରଣା। ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ତୁଳସୀଙ୍କ ଏଭଳି ବୟାନକୁ ଆଧାର କରି କଂଗ୍ରେସ ନେତାମାନେ ବିଜେପିକୁ ଘେରିବା ଆରମ୍ଭ କରିଛନ୍ତି।

ବିବାଦ ଦିନକୁ ଦିନ ବଢ଼ିବାରୁ ତୁଲସୀ ଏହା ଉପରେ ସଫେଇ ଦେଇଛନ୍ତି। ସେ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ କିମ୍ବା ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବିକାଶ ଦୁବେ ଏନକାଉଣ୍ଟର ଘଟଣାରେ ଶୁଭେଚ୍ଛା ଜଣାଇଥିଲି। ମୁଁ ବିକାଶ ଦୁବେକୁ ସମାଜର କଳଙ୍କ ବୋଲି କହିଥିଲି। କଂଗ୍ରେସର କିଛି ଲୋକ ଏହାକୁ ବିକୃତ ଭାବେ ଉପସ୍ଥାପନ କରିଛନ୍ତି। ଏହାପରେ ଏହାକୁ ଭାଇରାଲ ମଧ୍ୟ କରୁଛନ୍ତି। ମୁଁ ଏହା ବିରୋଧରେ ଦରକାର ପଡ଼ିଲେ ଆଇନର ଆଶ୍ରୟ ନେବି।”

ଅନ୍ୟପକ୍ଷରେ ବିଜେପିର ଆଉ ଜଣେ ସାଂସଦ ଶଙ୍କର ଲାଲୱାନିଙ୍କ ତୁଣ୍ଡ ମଧ୍ୟ ଟ୍ରାକରୁ ବାହାରି ଯାଇଛି। ସେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଜୀ ବୋଲି କହି ସମ୍ବୋଧନ କରିଛନ୍ତି।

Related story